ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଉଦ୍ଦିଷ୍ଟ ସଚେତନତା ରଥ ୨୦୨୩ ଶୁଭାରମ୍ଭ

ଯାଜପୁର, ତା ୨୯ା୧୧ (ଉ. ନ୍ୟୁଜ୍ ବ୍ୟୁରୋ): ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଆନୁକୂଲ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଉଦ୍ଦିଷ୍ଟ ସଚେତନତା ରଥ ୨୦୨୩କୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକୃଷ୍ଣ ଜେନା ଜିଲ୍ଲା କାର୍ଯ୍ୟାଳୟ ପ୍ରାଙ୍ଗଣରୁ ସବୁଜ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରି କହିଲେ ଯେ, ରାଜ୍ୟ ସରକାରଙ୍କର ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସଚେତନତା ଅଭିଯାନ ଏକ ମହତ ଅଭିଯାନ ଅଟେ । ଦୁର୍ଗମ ଅଂଚଳରେ ଯେଉଁ ଶିଶୁମାନେ କୌଣସି କାରଣ ବସତଃ ଅନାଥ ଓ ଅବହେଳିତ ଭାବେ କାଳାତିପାତ କରୁଛନ୍ତି ସେମାନଙ୍କୁ ଥଇଥାନ କରିବାରେ ପୋଷ୍ୟ ସନ୍ତାନ ଗ୍ରହଣ ଯୋଜନା ଏକ ଅଭିନବ ଯୋଜନା ବୋଲି ସେ ଉଲ୍ଳେଖ କରିଥିଲେ । ଯେଉଁମାନଙ୍କ କୋଳରେ ସନ୍ତାନଟିଏ ନାହିଁ ବା ନିଃସନ୍ତାନ ଦମ୍ପତିମାନେ ଏହି ଯୋଜନାରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଅନାଥ ଓ ଅବହେଳିତ ଶିଶୁମାନେ ବଂଚିବାର ରାହା ପାଇବା ସହ ନିଃସନ୍ତାନ ଦମ୍ପତିମାନେ ମାତୃତ୍ୱର ଗୌରବ ଅର୍ଜନ ସହ ସାମାଜିକ କୁଚ୍ଚ୍ଥରଟନାରୁ ବଂଚିତ ହୋଇ ଏକ ସୁନ୍ଦର ପାରିବାରିକ ଜୀବନ ନିର୍ବାହ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ଷ୍ପଷ୍ଟୋକ୍ତି ରଖିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଲତା ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂଯୋଜକ, ଆକ୍ସନଏଡ୍‌, ସୁବାସ ଦିଗଲ, ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ଯାଜପୁର ଅର୍ଚ୍ଚନା କୁମାରୀ ସାମନ୍ତ, ବରିଷ୍ଠ ଆଇନଜିବୀ ଓ ଶିଶୁ ମଙ୍ଗଳ ସମିତି ସଦସ୍ୟ ଜୟନ୍ତ କୁମାର ଗୋସ୍ୱାମୀ, ଅଧିକ୍ଷକ, ଉତ୍କଳ ବାଳାଶ୍ରମ, ସୁଶ୍ରୀ ପ୍ରଜ୍ଞାସିନୀ ସାହୁ ଏବଂ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ସଂପୃକ୍ତ ସୁପରଭାଇଜର ଏବଂ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି, ଆଜିର ଏହି ସଚେତନତା ରଥ ସୁକିନ୍ଦା ଏବଂ ଦାନଗଦୀ ବ୍ଲକର ବିଭିନ୍ନ ଅଂଚଳ ପରିକ୍ରମା କରି ପୋଷ୍ୟ ସନ୍ତାନ ଗ୍ରହଣର ଉପକାରିତା ସମ୍ୱନ୍ଧରେ ବ୍ୟାପକ ସଚେତନତା ବାର୍ତା ଅଡିଓ ସଂଗୀତ ମାଧ୍ୟମରେ ପ୍ରଚାର ପ୍ରସାର କରିବ । ସେହିପରି ଆସନ୍ତା କାଲିଠାରୁ ଜିଲ୍ଲାର ଅନ୍ୟ ବ୍ଲକଗୁଡିକୁ ପରିକ୍ରମା କରି ବିଭିନ୍ନ ଅଂଚଳରେ ବ୍ୟାପକ ସଚେତନତା ବାର୍ତା ପ୍ରଚାର କରିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close