ଯାଜପୁର ଜିଲ୍ଲାର ସଂସ୍କୃତି ଭବନ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟ ସମଗ୍ର ରାଜ୍ୟକୁ ନୂତନ ଦିଗ୍ଦର୍ଶନ ଦେବ- ଅରିନ୍ଦମ୍ ରାୟ
ଯାଜପୁର, ତା ୨୯ା୧୧(ଉ. ନ୍ୟୁଜ୍ ବ୍ୟୁରୋ): ମିଶନ ଶକ୍ତି ମହା ସଂଘରେ ମହିଳାମାନେ ବ୍ୟାପକ ଭାବେ ସ୍ୱାବଲମ୍ୱି ଓ ଆତ୍ମନିର୍ଭରଶୀଳ ହୋଇ ପରିବାରର ଭରଣ ପୋଷଣ ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ମହିଳା ସଶକ୍ତିକରଣକୁ ଅଧିକରୁ ଅଧିକ ସୁଦୃଢ କରୁଛନ୍ତି ବୋଲି ସମଗ୍ର ରାଜ୍ୟରେ ୭୦ ଲକ୍ଷ ମହିଳା ମିଶନ ଶକ୍ତି ମହାସଂଘରେ ସେମାନଙ୍କର ଯୋଗଦାନ ରାଜ୍ୟ ସରକାରଙ୍କର ମହିଳା ସଶକ୍ତିକରଣରେ ଏକ ବୃହତର ସଫଳତା ବୋଲି ଉଲ୍ଳେଖ କରି ଆଜି ଯାଜପୁର ଜିଲ୍ଲାର ବ୍ୟାସନଗର ସଂସ୍କୃତି ଭବନ ସିନେମା ପ୍ରେକ୍ଷାଳୟ ଓ ଯାଜପୁର ଟାଉନସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ ସିନେ ଅଭିନେତା ଅରିନ୍ଦମ୍ ରାୟ ଉଦ୍ଘାଟନ କରି ଯାଜପୁର ଜିଲ୍ଲାର ମିଶନ ଶକ୍ତି ମହାସଂଘ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏଭଳି ସୁଦୂର ପ୍ରସାରି ପଦକ୍ଷେପ ସମଗ୍ର ରାଜ୍ୟକୁ ଏକ ନୂତନ ଦିଗ୍ଦର୍ଶନ ଦେବ ବୋଲି ପ୍ରକାଶ କରିଚ୍ଥନ୍ତି । ସମ୍ମାନିତ ଅତିଥି ଭାବେ ମାନ୍ୟବର ରାଜ୍ୟ ସଭା ସାଂସଦ ସୁଲତା ଦେଓ ଯୋଗଦେଇ କହିଲେ ଯେ, ମିଶନ ଶକ୍ତି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଆଜି ଏକ ମହା ଦ୍ରୁମରେ ପରିଣତ ହୋଇପାରିଛି । ଯାଜପୁର ଜିଲ୍ଲାରେ ମିଶନ ଶକ୍ତି ମହାସଂଘ ଦ୍ୱାରା ଆରମ୍ଭ ହୋଇଥିବା ସଂସ୍କୃତି ଭବନରେ ଏହାର ସାସ୍କୃତିକ ବାତାବରଣକୁ ଅକ୍ଷୂର୍ଣ୍ଣ ରଖି ସମଗ୍ର ଓଡିଶାରେ ପ୍ରଥମ ଭାବେ ଆରମ୍ଭ ହୋଇଥିବା ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟ ମା’ମାନଙ୍କୁ ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ସହ ଓଡିଆ ସିନେମା ଶିଳ୍ପର ଆଦୃତ ଦିଗରେ ଏହା ନିଶ୍ଚିତ ଭାବେ ସହାୟକ ହେବ ବୋଲ ଅଭିଭାଷଣ ରଖିଥିଲେ । ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯାଜପୁର ସଦର ବି.ଡି.ଓ. ସୌରଭ ଚକ୍ରବର୍ତୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ଯାଜପୁର ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡା ଯୋଗଦେଇ ମିଶନ ଶକ୍ତି ମା’ମାନଙ୍କର ଭୂମିକା ଯାଜପୁର ଜିଲ୍ଲାରେ ଅତି ଉଚ୍ଚକୋଟୀର ଏବଂ ରାଜ୍ୟ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି କହିଥିଲେ । ଶେଷରେ ଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାପତି ସୁଜାତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରକାଶ ଥାଉ କି, ମୁଖ୍ୟ ଅତିଥି ଆଜି ଅପରାହ୍ନରେ ପ୍ରଥମେ ବ୍ୟାସନଗରସ୍ଥିତ ସଂସ୍କୃତି ଭବନ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟକୁ ଏବଂ ଆମ୍ୱୁଲାନ୍ସ କାଫେକୁ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ଗୌତମ ବୁଦ୍ଧ ସଂସ୍କୃତି ଭବନ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟକୁ ଉଦ୍ଘାଟନ କରିଥିଲେ ।