ଯାଜପୁର ଜିଲ୍ଲା ସ୍ତରୀୟ ସମ୍ୱିଧାନ ଦିବସ ପାଳିତ

ଯାଜପୁର, ୨୬ା୧୧ : ଭାରତକୁ ଏକ ସଂପୂର୍ଣ୍ଣ ପ୍ରଭୁତାସଂପନ୍ନ ସମାଜବାଦୀ, ଧର୍ମ ନିରପେକ୍ଷ ଲୋକତନ୍ତ୍ରାତ୍ମକ ଗଣରାଜ୍ୟ ଗଠନ କରିବା ନିମିତ୍ତ ଏବଂ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମ ଓ ଉପାସନାର ସ୍ୱାଧୀନତା ଏବଂ ପ୍ରତିଷ୍ଠା ଓ ସୁଯୋଗର ସମତା ପ୍ରାପ୍ତ କରାଇବା ନିମିତ୍ତ, ତଥା ସେମାନଙ୍କ ମଧ୍ୟରେ ବ୍ୟକ୍ତିର ଗରିମା ଓ ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରୁଥିବା ଭାତୃତ୍ୱ ବର୍ଦ୍ଧନ କରାଇବା ନିମିତ୍ତ ଦୃଢ ସଂକଳ୍ପ ହୋଇ ଆମ୍ଭମାନଙ୍କର ଏହି ସମ୍ୱିଧାନ ସଭାରେ ଅଦ୍ୟ ୧୯୪୯ ମସିହା ନଭେମ୍ୱର ମାସ ଷଡବିଂଶ ଦିବସରେ ଏହି ସମ୍ୱିଧାନକୁ ଏତଦ୍ୱାରା ଅଙ୍ଗିକୃତ , ଅଧିନିୟମିତ ଏବଂ ଅତ୍ମାର୍ପିତ କରିବାର ମୂଳ ମନ୍ତ୍ର ବୋଲି ଆଜି ଜିଲ୍ଲା ସ୍ତରୀୟ ସମ୍ୱିଧାନ ଦିବସ ପାଳନ ଉପଲକ୍ଷେ ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଗୋପୀନାଥ କୁଅଁର ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ୱିଧାନ ଦିବସର ଶପଥ ପାଠ କରାଇଚ୍ଥନ୍ତି ।
ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ପରିଚାଳନାରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ଶପଥ ପାଠରେ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପ-ବିଭାଗ ଅଧିକାରୀ, ଲକ୍ଷ୍ମୀଧର ସଏ, ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର କାନୁନଗୋ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ମିନତୀ ଦାଶ, ସତ୍ୟଜିତ ନାୟକ ଏବଂ ନିର୍ବାଚନ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close