ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ

ଯାଜପୁର, ତା ୨୨ା୧୧(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ଯାଜପୁର ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷା ବିଭାଗ, ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁକାନ୍ତି ଲତା ସାହୁଙ୍କ ସଭାପତିତ୍ୱରେ ସଂପାଦିତ ହୋଇଯାଇଅଚ୍ଥି । ମୁଖ୍ୟ ଅତିଥ କର୍ଣ୍ଣାଟ କେଶରୀ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ସଭାକୁ ଉଦ୍‌ଘାଟନ କରିଥିଲେ । ମହାବିଦ୍ୟାଳୟର ଚ୍ଥାତ୍ରୀମାନେ ଆର୍ଯ୍ୟା, ତପସ୍ୱିନୀ, ତୃପ୍ତିମୟୀ, କାଜୁନୀ ସମବେତ ସଂଗୀତ ଗାନ କରିଥିଲେ । ପରେ ପରେ ଆର୍ଯ୍ୟାନନ୍ଦିନୀ ସାମଲ ଏବଂ ଅର୍ପିତା ପ୍ରିୟଦର୍ଶିନୀ ମିଶ୍ର ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ନୋଡାଲ ଅଫିସର ଭାବେ ଅଧ୍ୟାପକ ବିଶ୍ୱ ରଂଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ତା ୨୧ା୧୧ା୨୦୨୩ ରିଖ ଠାରୁ ଆରମ୍ଭ ହୋଇ ତା ୩୧ା୧୨ା୨୦୨୩ ରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଅତିଥି କର୍ଣ୍ଣାଟ କେଶରୀ ଦାସ ଆଇ.ୱାଇ.ଡି.ପି. କାର୍ଯ୍ୟକ୍ରମରେ ସମସ୍ତ ଚ୍ଥାତ୍ରୀମାନଙ୍କୁ ସକ୍ରିୟ ଭାଗ ନେବାପାଇଁ ଏବଂ ଏହାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଆଡଭୋକେଟ୍ ହେମାଙ୍ଗିନୀ ମହାନ୍ତି ତାଙ୍କ ଅଭିଭାଷଣରେ କହିଲେ ଯେ, ନାରୀ ଶଶକ୍ତିକରଣ, ଯୌତୁକ ପ୍ରଥା ବିରୋଧରେ ନ୍ୟାୟିକ, ସାମାଜିକ ଓ ନୈତିକ ଦୃଷ୍ଟିକୋଣରୁ ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କ୍ରୀଡା ପ୍ରତିଯୋଗିତାର ନୋଡାଲ ଅଫିସର ଡଃ ମଧୁଲିତା ମହାନ୍ତି, ସାଂସ୍କୃତିକ ପ୍ରତିଯୋଗିତାର ଅନିତା ମହାପାତ୍ର, ସାମାଜିକ କାର୍ଯ୍ୟକଳାପର ସୁଶ୍ରୀ ଦାସ ଚ୍ଥାତ୍ରୀମାନଙ୍କୁ ଏହାର ଲକ୍ଷ୍ୟ, ଆବଶ୍ୟକତା, ଉପକାରିତା ବିଷୟରେ ଆଲୋଚନା କରିଥିଲେ । ଯୌତୁକ ପ୍ରଥା ବିରୋଧରେ ଏକ ସଚେତନତା ରାଲି ମହିଳା ମହାବିଦ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । କ୍ରୀଡା ବିଭାଗର କ୍ୟାରମ୍ ଏବଂ ଚେସ୍ ଖେଳ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସକାଳ ୯ ଘଟିକା ଠାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ତରଣୀସେନ୍ ଜେନା, ବିଶ୍ୱଜିତ୍ ନାୟର, ପର୍ଶୁରାମ ନାୟକ, ତ୍ରିଲୋଚନ ପଣ୍ଡା, କ୍ରୀଡା ଶିକ୍ଷକ ପ୍ରକାଶ କୁମାର ଲାଲା, ଚାନ୍ଦିନୀ ପଟ୍ଟନାୟକ, ଚ୍ଥନ୍ଦା ରାୟ, ଐଶ୍ୱର୍ଯ୍ୟା ରାଉତ, ଅମି୍ୱିକା କର, ମିଲି ମହାପାତ୍ର, ମମତା ରାଣୀ ପଣ୍ଡା, ମଧୁସୁଦନ ବେହେରା, ରାଜେନ୍ଦ୍ର ପରିଡା, ମାନଗୋବିନ୍ଦ ଦାସ, ଶ୍ରୀକାନ୍ତ ସାହୁ ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close