ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଗତ କାଲି ଠାରୁ ଆରମ୍ଭ ଓ ଡିସେମ୍ୱର ୩୧ ପର୍ଯ୍ୟନ୍ତ ଚାଲିବ

ଯାଜପୁର, ୨୨/୧୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ନଭେମ୍ୱର ଗତ କାଲି ଅର୍ଥାତ୍ ୨୧/୧୧ ଠାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ଡିସେମ୍ୱର ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ନଭେମ୍ୱର ୨୧ ତାରିଖରେ କ୍ୟାରମ୍‌, ଚେସ୍‌, ୨୨ ତାରିଖରେ କବାଡି, ୨୩ ତାରିଖରେ ଖୋ ଖୋ, ୨୮ ତାରିଖରେ କ୍ରିକେଟ, ୨୯ ତାରିଖରେ ବ୍ୟାଡମିଣ୍ଟନ ଏବଂ ୩୦ ତାରିଖରେ ଭଲିବଲ୍ କ୍ରୀଡା (କ) ବିଭାଗରେ ଅନୁଷ୍ଠିତ ହେଊଥିବା ବେଳେ, (ଖ) ବିଭାଗରେ ଡିସେମ୍ୱର ୨୬ ଓ ୨୭ ତାରିଖରେ ପୁଟିଂ ଦ ସଟ୍‌, ଜାଭେଲିନ୍‌, ଲଙ୍ଗ୍ ଜମ୍ପ୍‌, ହାଇ ଜମ୍ପ, ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ୪୦୦ ମିଟର ଦୌଡ ଓ ଡିସ୍‌କସ୍ ଥ୍ରୋ କ୍ରୀଡା ଅନୁଷ୍ଠିତ ହେବ । ସେହିପରି ସାଂସ୍କୃତିକ ପ୍ରତିଯୋଗିତାରେ (କ) ବିଭାଗରେ ନାଟକ, ପାରମ୍ପରିକ ଗୋଷ୍ଠୀ ନୃତ୍ୟ, ପାରମ୍ପରିକ ଖାଦ୍ୟ ଏବଂ (ଖ) ବିଭାଗରେ ଚିତ୍ରାଙ୍କନ, କ୍ୱିଜ୍ ପ୍ରତିଯୋଗିତା, ଝୋଟି, କବିତା ପାଠ, ଓଡିଆ ଓ ଇଂରାଜୀ ପ୍ରବନ୍ଧ, ଓଡିଆ ଓ ଇଂରାଜୀ ତର୍କ, ସଂଗୀତ, ନୃତ୍ୟ, ଷ୍ଟାଣ୍ଡଅପ୍ କମେଡି, ପାରମ୍ପରିକ ଫେସନ୍ ସୋ ଅନୁଷ୍ଠିତ ହେବ । ସେହିପରି ସାମାଜିକ କାର୍ଯ୍ୟକଳାପରେ ଯୌତୁକ ବିରୋଧ ଅଭିଯାନ, ପ୍ଲାଷ୍ଟିକମୁକ୍ତ ଅଭିଯାନ, ପରିମଳ ଅଭିଯାନ, ବିପର୍ଯ୍ୟୟ ପ୍ରସ୍ତୁତି/ପ୍ରାଥମିକ ଚିକିତ୍ସା/ଜରୁରୀକାଳୀନ ପ୍ରତିକ୍ରିୟା, ରକ୍ତଦାନ ଶିବିର ଆୟୋଜନ ଓ ବ୍ଳଡ୍ ଗ୍ରୁପ୍ ଡାଟା ବେସ୍ ପରିଚାଳନା ଅନୁଷ୍ଠିତ ହେବ । ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଉକ୍ତ ମହାବିଦ୍ୟାଳୟର ଭାଗ ନେବାକୁ ଚାହୁଁଥିବା ଇଚ୍ଚ୍ଥୁକ ଚ୍ଥାତ୍ରଚ୍ଥାତ୍ରୀମାନେ କ୍ରୀଡା ପ୍ରତିଯୋଗିତା ପାଇଁ ଡ. ମଧୁଲିତା ମହାନ୍ତି, ଅଧ୍ୟାପିକା, ରାଜନୀତି ବିଜ୍ଞାନ ବିଭାଗ, ସାଂସ୍କୃତିକ ପ୍ରତିଯୋଗିତା ପାଇଁ ଅନୀତା ମହାପାତ୍ର, ଅଧ୍ୟାପିକା, ଅର୍ଥନୀତି ବିଭାଗ ଏବଂ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପ ପାଇଁ ସୁଶ୍ରୀ ଦାସ, ଅଧ୍ୟାପିକା, ଇଂରାଜୀ ବିଭାଗଙ୍କୁ ନାମ ପ୍ରଦାନ କରିବାକୁ ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଯାଜପୁରର ଅଧ୍ୟକ୍ଷା ସୁକାନ୍ତି ଲତା ସାହୁ ସୂଚନା ଦେଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close