ମହିଳାମାନଙ୍କ ପାଇଁ ଆଇନ ସାକ୍ଷରତା କାର୍ଯ୍ୟକ୍ରମ

ଯାଜପୁର, ତା ୦୮ା୧୧ (ଉ. ନ୍ୟୁଜ୍ ବ୍ୟୁରୋ): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହଠାରେ “ସ୍ୱାତୀ” ଅନୁଷ୍ଠାନ ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଅନୁୁଷ୍ଠିତ ହୋଇଯାଇଅଚ୍ଥି । ଏହି କର୍ମଶାଳାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମଧୁମିତା ପୃଷ୍ଟି, ଜିଲ୍ଲା ସୁରକ୍ଷା ଅଧିକାରୀ ସଂଯୁକ୍ତା ଘଡାଇ ଏବଂ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ରେକ୍ସୋନା ଜେନା ଆନୁୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନିଜ ନିଜର ଅଭିବୃତି ରଖିଥିଲେ, ମହିଳାମାନେ କିପରି ସ୍ୱାବଲମ୍ୱି ହେବା ସହିତ ଆଇନଗତ ସବୁ ବ୍ୟବସ୍ଥା ବିଷୟରେ ସଚେତନ ହୋଇପାରିବେ ଏବଂ ଅନ୍ୟ ମହିଳାମାନଙ୍କୁ ଆଇନ ବ୍ୟବସ୍ଥା ସଂପର୍କରେ ଅବଗତ କରାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଚ୍ଥି ମହିଳାମାନଙ୍କ ପ୍ରତି ଘଟୁଥିବା ହିଂସାତ୍ମକ କାର୍ଯ୍ୟକଳାପକୁ କିପରି ରୋକାଯାଇପାରିବ ଏବଂ ମହିଳାମାନଙ୍କ ନିକଟରେ ଆଇନ ସମ୍ୱନ୍ଧୀୟ ଜ୍ଞାନ ଉପରେ ସଚେତନ କରିବା । ଏହି ଦୁଇଦିନିଆଁ କର୍ମଶାଳାରେ ସାଧନା ଫାଉଣ୍ଡେସନର ସମ୍ୱଳ ବ୍ୟକ୍ତି ଭାବେ ସୁଜାତା ମହାପାତ୍ର ଏବଂ ସତ୍ୟଜିତ୍ ପ୍ରତିହାରୀ ଯୋଗଦେଇ ବିଭିନ୍ନ ପ୍ରକାରର ଆଇନ ଏବଂ ବ୍ୟବସ୍ଥା ବିଷୟରେ ତାଲିମ ଦେବା ସହିତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ କରିଥିଲେ । ଘରୋଇ ହିଂସା, ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା, ଯୌତୁକ ନିରୋଧ, ପୋକ୍‌ସୋ ଆଦି ଆଇନ ବିଷୟରେ ତାଲିମାର୍ଥିମାନେ ଜ୍ଞାନ ଗ୍ରହଣ କରିଥିଲେ । ଏହି କର୍ମଶାଳାର ଉଜ୍ଜାପନି ଦିବସରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମଂଜୁଲତା ନାୟକ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ରେକ୍ସୋନା ଜେନା କାର୍ଯ୍ୟକ୍ରମରେ ଯୋଗଦେଇ କିପରି ଏହି ସାକ୍ଷରତା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଗ୍ରାମାଂଚଳ ମାନଙ୍କରେ ପହଂଚିପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସରପଂଚ, ଏମ୍‌.ବି.କେ., ସି.ଆର୍‌.ପି., ୱାନ ଷ୍ଟପ୍ ସେଣ୍ଟର ଷ୍ଟାଫ୍‌, ଆଇ.ସି.ଡିି.ଏସ୍‌. ର କର୍ମକର୍ତା ବୃନ୍ଦ ଅଂଶ ଗ୍ରହଣ କରିଥଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close