ଆରପାରିରେ ତବଲା ମଉସା ‘ଦେବେନ୍ଦ୍ର ମଲ୍ଲିକ’; ବିଭିନ୍ନ ମହଲରେ ଶୋକ

ବ୍ୟାସନଗର, ୦୬ା୧୧(ଉ. ନ୍ୟୁଜ୍ ବ୍ୟୁରୋ): ଏଇ ଅଳ୍ପ କେଇ ମିନିଟ୍ ଆଗରୁ ଆଖି ବୁଜିଛନ୍ତି ପୁରୁଖା ତବଲା, ଲାଲ ବାଦକ ତଥା ବରିଷ୍ଠ ଗାୟକ ଦେବେନ୍ଦ୍ର କୁମାର ମଲ୍ଲିକ । ଆଜି ସକାଳେ ଶରୀର ଅସୁସ୍ଥ ଲାଗିବାରୁ ଯାଜପୁରରୋଡ଼ର ଡ଼ା. ହରିହର ପତିଙ୍କ ପାଖକୁ ଯାଇ ଦେଖାଇଥିଲେ । କିଛି ଉପଶମ ଅନୁଭବ ନ କରିବାରୁ ପୁଣି ସେ ଡ଼ା. ଅର୍ନ୍ତଯାମୀ ସାହୁଙ୍କ ପାଖରେ ଦେଖାଇବା ପାଇଁ ଟଙ୍କା ଧାର କରଜ କରି ଏକ ଅଟୋରେ ଦଳା ଯାଇ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହୋଇଥିଲେ । ଡ଼ା. ତାଙ୍କୁ ୦୨ଟି ଇନ୍‌ଜେକସନ ଓ ଔଷଧ ଦେଇ ସନ୍ଧ୍ୟାରେ ଘରକୁ ଫେରି ଆସିଥିଲେ । କଳାପ୍ରିୟ ଦେବେନ୍ଦ୍ର ବାବୁ ଜୀବନର ସବୁଠୁ ଲାଲ୍‌କୁ କିଛି ସମୟ ପାଇଁ ବଜାଇ ଥିଲେ । ଏହାପରେ କହିଥିଲେ ମୋ’ର ଦେହ ଖରାପ ଲାଗୁଛି । ଏହାପରେ ସେ ବେହୋସ ହୋଇପଡ଼ିଥିଲେ । ତାଙ୍କ ପୁଅ ବୁଲୁ ସାହିର କିଛି ଯୁବକଙ୍କ ସହ ଦେବେନ୍ଦ୍ର ବାବୁଙ୍କୁ ଆମ୍‌ୁଲାନ୍ସ ଯୋଗେ ଯାଜପୁରରୋଡ଼ କ୍ଷେତ୍ରୀୟ ମେଡ଼ିକାଲକୁ ନେଇଯାଇଥିଲେ । ହେଲେ ସେତେବେଳକୁ ସେ ହୃଦ୍‌ଘାତରେ ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲେ । ଖବର ପାଇ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବିଦ୍ୟୁତ୍‌ପ୍ରଭା ରାୟ, ଯୂଧିଷ୍ଠିର ଶଙ୍ଖୁଆ, ଦାଦା ଟେଂଟର ମାଲିକଙ୍କ ସମେତ ବହୁ ଯୁବକ ପହଚିଂ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁରେ ‘ଉଦୟବଟ’ ପରିବାର ଏବଂ ‘ଦୁର୍ଲ୍ଲଭ କଳା ପରିଷଦ’ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
ଜଣେ ଦକ୍ଷ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ହେଁ କଳା ପ୍ରତି ତାଙ୍କର ଅତୀବ ଦୁର୍ବଳତା ଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ଆଳୀ ଅଂଚଳରୁ ଆସି ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଂଚଳରେ କଳାର ପ୍ରସାର ପାଇଁ କାର୍ଯ୍ୟ କରିଥିଲେ । ବହୁ ବର୍ଷ ତଳୁ ଯାଜପୁରରୋଡ ଆସି ପନାସିଆ ବସ୍ତି ଅଂଚଳରେ ରହି ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତଙ୍କୁ ପ୍ରବତାଇ ‘ଦୁର୍ଲ୍ଲଭ କଳା ପରିଷଦ’ ଗଠନ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ । ଶ୍ରୀ ରାଉତ ମଧ୍ୟ ସବୁ ସମୟରେ ସମ୍ମାନର ତାଙ୍କୁ ବିଭିନ୍ନ ମଂଚରେ ଅଗ୍ରାଧିକାର ଦେଇ ଆସୁଥିଲେ । ସୂଚନାଯୋଗ୍ୟ, ଗତ ତା. ୨୩/୧୦/୨୦୨୩ରେ ‘କପିଳେଶ୍ୱର କଲୋନି ମା’ ଦୁର୍ଗା ପୂଜା’ ପେଣ୍ଡାଲରେ ଏବଂ ସାପଗଡ଼ିଆ ଛକ ସ୍ଥିତ ‘ମା’ ଲକ୍ଷ୍ମୀ ପୂଜା’ ପେଣ୍ଡାଲରେ ‘ଦୁର୍ଲ୍ଲଭ କଳା ପରିଷଦ’ ତରଫରୁ ଆୟୋଜିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଲାଲ ବଜାଇବା ସହ ସୁମଧୂର ସଂଗୀତ ଗାଈ ପୁରସ୍କାର ପରେ ପୁରସ୍କାର ଜିଣିଥିଲେ । ୭୫ ବର୍ଷ ବୟସରେ ସମସ୍ତ ଦାନ୍ତ ଗଳିପଡିଥିବା ବେଳେ ତାଙ୍କର ସଂଗୀତଗୁଡିକ ଏତେ ସୁମଧୂର ଥିଲା ଯେ, ଆଜିକାଲିର ଯୁବକମାନେ ବେଶି ପରିମାଣରେ ତାଙ୍କର ଗୀତଗୁଡିକୁ ମୋବାଇଲରେ ରେକର୍ଡିଂ କରୁଥିବାର ଦେଖାଯାଉଥିଲା । ପରିଣତ ବୟସରେ ଯୁବ ସୁଲଭ ଢ଼ଙ୍ଗରେ ସେ କାର୍ଯ୍ୟକ୍ରମରେ ପରିବେଷଣ କରୁଥିଲେ । ଜଣେ ପୁରୁଖା ତାବ୍‌ଲିଷ୍ଟ ହୋଇଥିଲେ ସେ ଅନେକ ବାଦ୍ୟଯନ୍ତ୍ର ଯଥା ଲାଲ, ମୃଦଙ୍ଗ, ଝୁମୁକା, ତବଲା ଆଦି ବଜାଉଥିଲେ । ଅନେକ ତାଙ୍କୁ ‘ତବଲା ମଉସା’ ଭାବେ ସମ୍ବୋଧିତ କରୁଥିଲେ । ଜଣେ ଅଭାବୀ ହେଲେ ହେଁ ସେ ବଡ଼ ସ୍ୱାଭିମାନୀ ଥିଲେ । ଶ୍ରୀ ରାଉତଙ୍କ ପ୍ରଚେଷ୍ଟାରେ ସିମୀତ ସୁଯୋଗ ଭିତରେ କିଛି ଛୋଟ ଛୋଟ ପିଲାଙ୍କୁ ବାଦ୍ୟ ଯନ୍ତ୍ର ସହ ଗୀତ ମାଗଣାରେ ଶିଖାଉଥିଲେ । ବସ୍ତି ଅଂଚଳର ବିଶାକ୍ତତା ଭିତରେ ସେ ସ୍ୱଚ୍ଛ ଥିଲେ ଓ ସବୁ ସମୟରେ ‘ଉଦୟବଟ’ ପରିବାର ସହ ଥିଲେ । ଯେଉଁଠି ସମ୍ମାନ ନ ମିଳୁଛି ସେଠି ଯୋଗ ନ ଦେବାକୁ ସେ ଶ୍ରୀ ରାଉତଙ୍କୁ ପରାମର୍ଶ ଦେଉଥିଲେ । ତାଙ୍କର ବିୟୋଗ କଳା ଜଗତ ଏବଂ ‘ଦୁର୍ଲ୍ଲଭ କଳା ପରିଷଦ’ ପ୍ରତି ଘୋର କ୍ଷତି ପହଚାଂଇଛି । ‘ଦୁର୍ଲ୍ଲଭ କଳା ପରିଷଦ’ର ମୁଖ୍ୟ ଦୁଷ୍ମନ୍ତ କୁମାର ରାଉତ ତାଙ୍କ ବିୟୋଗରେ ହତବାକ୍ ହୋଇପଡିଛନ୍ତି । ତାଙ୍କ ବିୟୋଗ ଖବର ପାଇ ତାଙ୍କ ଶେଷ ପେଣ୍ଡାଲ ଆୟୋଜନ କରିଥିବା ‘ସାପଗଡ଼ିଆ ଲକ୍ଷ୍ମୀ ପୂଜା କମିଟି’ର ଅଧିକାଂଶ କର୍ମକର୍ତା ତାଙ୍କ ଘରେ ପହଚିଂ ତାଙ୍କର ଶେଷ ଦର୍ଶନ କରିଛନ୍ତି । ନିକଟସ୍ଥ ବ୍ୟାସ ସରୋବର ଶଶ୍ମାନରେ ତାଙ୍କର ଶେଷ କୃତ କରାଯିବାକୁ ଏବେ ପ୍ରସ୍ତୁତି ଚାଲିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close