ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ  ଆସନ୍ତା ୯ରେ 

ବ୍ୟାସନଗର, ୩।୧୧: ଯାଜପୁର ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଙ୍ଗଠନ  ବ୍ୟାସନଗରର ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ ଆସନ୍ତା ୯ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ ବୋଲି ଆଜିର ସାଧାରଣ ପରିଷଦ ବୈଠକରେ ସ୍ଥିର କରାଯାଇଛି । ଉମାପଦା ସାଇମାର୍ଗ କାର୍ଯ୍ୟାଳୟ ପରିସରରେ ସଭାପତି ହାରାଧନ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାର୍ଷିକ ଉତ୍ସବ ନିମନ୍ତେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।  ସନ୍ତରା ସ୍ଥିତ ବ୍ୟାସଦେବ ସଂସ୍କୃତି ଭବନ ପରିସରରେ ଦିନ ୧୦ ଟା ସମୟରେ ଉକ୍ତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ମୂଖ୍ୟ ଅତିଥି ଭାବେ କୋରାଇ ବିଧାୟକ ଅଶୋକ ବଳ, ମୂଖ୍ୟ ବକ୍ତାଭାବେ ନିର୍ଭୟର ସମ୍ପାଦକ ନବୀନ ଦାସ  ଯୋଗଦେବେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ପୌରପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପ୍ରମୁଖ ଯୋଗଦେବେ । ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ, ଉପଦେଷ୍ଠା ବାବୁରାମ ଜେନା, ଉଦୟନାଥ ଖଣ୍ଡାଇ, ଶରତ ପଥାଳ, ଉପ ସଭାପତି ଉମାକାନ୍ତ ରାଉତ ଓ ବିଜୟ କୁମାର ସାହୁ, ସହ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ବୋଇତାଇ, ଓ ଭରତ ରାଉତ, କୋଷାଧକ୍ଷ ଦେବେନ୍ଦ୍ର କୁମାର ନାୟକ, ଦୁଷ୍ମନ୍ତ କୁମାର ରାଉତ, ଯଜ୍ଞଦତ୍ତ ତ୍ରିପାଠୀ, ଜ୍ଞାନରଞ୍ଜନ ରାଉତ, ପ୍ରଶାନ୍ତ କୁମାର ପାତ୍ର, ବିଶ୍ୱରଞ୍ଜନ ପଟ୍ଟନାୟକ, କୈଳାଶ ଚନ୍ଦ୍ର ରାଉତ,, ସୁଦୀପ୍ତ କୁମାର ମିଶ୍ର, ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଠ କ୍ରୀଡ଼ାବିତ ଜନାର୍ଦନ ରାଉତ, ବିଶିଷ୍ଟ ଶିଶୁ ଚିକିତ୍ସକ ଡାକ୍ତର ପ୍ରସନ୍ନ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, ଶିକ୍ଷାବିତ ନିରଞ୍ଜନ ଶତପଥୀ, ବରିଷ୍ଠ ବ୍ୟବସାୟୀ ଶରତ ଚନ୍ଦ୍ର ପୃଷ୍ଟି, ଯୁବ ଉଦ୍ୟୋଗୀ ପ୍ରିୟଦର୍ଶିନୀ ମହାରଣା, ସମାଜସେବୀ ରବିନାରାୟଣ ପୁହାଣ, ଶ୍ରମିକ ନେତା ନାରାୟଣ ଧୀର, ଶିଶୁକଳାକାର ତେଜସ୍ୱନୀ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯିବ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close