ଟାଟା ଷ୍ଟିଲ୍‌ କଳିଙ୍ଗନଗରରେ ମାସବ୍ୟାପୀ ‘କ୍ବାଲିଟି ମାସ’ ଉତ୍ସବ ଆରମ୍ଭ l

କଳିଙ୍ଗନଗର (ବ୍ୟୁରୋ ରିପୋର୍ଟ ) : – ‘ଗୁଣବତା’ କେବଳ କୌଣସି ଉତ୍ପାଦ, ପ୍ରକ୍ରିୟା କିମ୍ବା ବ୍ୟବସ୍ଥାରେ ସୀମିତ ନୁହେଁ ବରଂ ପ୍ରତ୍ୟେକ କାର୍ଯ୍ୟରେ ପ୍ରଦର୍ଶିତ ହେଉଥିବା ବିଶ୍ଵାସକୁ ଦୃଢ଼ କରିବା ପାଇଁ ଯାଜପୁର ଜିଲ୍ଲା ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍‌ କଳିଙ୍ଗ ନଗରଠାରେ ମାସବ୍ୟାପୀ ‘ କ୍ବାଲିଟି ମାସ’ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର(ଟିଏସ୍‌)ର ଉପାଧ୍ୟକ୍ଷ (ଅପରେସନ) ରାଜୀବ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କର୍ମଚାରୀମାନଙ୍କୁ ସମ୍ବୋଧୃତ କରି ରାଜୀବ କୁମାର ସିଧାସଳଖ କାର୍ଯ୍ୟସ୍ଥଳୀରେ ସମୀକ୍ଷା ବା ‘ଗେମ୍ବା’ ସଂସ୍କୃତି ଉପରେ ଗୁରୁତ୍ବାରୋପ କରିବା ସହ ଗୁଣାତ୍ମକ ମାସ କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ଅଂଶଗ୍ରହଣ ପାଇଁ ଅନୁରୋଧ କରିଥିଲେ ।

ଟାଟା ଷ୍ଟିଲ୍‌ର କ୍ଵାଲିଟି ଏକ୍ସଲେନ୍ସର ଚମତ୍କାର ଅଭିବୃଦ୍ଧି ଯାତ୍ରା ପ୍ରତ୍ୟେକ ସ୍ତରରେ କର୍ମଚାରୀଙ୍କ ସମ୍ପୃକ୍ତି ସଂସ୍କୃତିର ଏକ ମଜଭୁତ ଭିତ୍ତିଭୂମି ଉପରେ ନିର୍ମିତ ହୋଇଛି । ଏକାଧୂକ ଡିଜିଟାଲ ପଦକ୍ଷେପର ଅଟୋମେସନ୍ ଏବଂ କାର୍ଯ୍ୟକାରିତା ଶପ୍-ଫ୍ଲୋର ସ୍ତରରେ ମଧ୍ୟ କାର୍ଯ୍ୟର ଦକ୍ଷତା ବୃଦ୍ଧି କରିଛି । ଏହି ଦିଗଉପରେ ଅଧିକ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଗୁଣାତ୍ମକ ମାସର ବିଷୟବସ୍ତୁ ‘ଗେମ୍ବା କେନ୍ଦ୍ରିତ ଉତ୍କର୍ଷତା’ କୁ ଚୟନ କରାଯାଇଛି । ଏହା ପରିଚାଳକ ଏବଂ ନେତୃବୃନ୍ଦମାନଙ୍କୁ ପ୍ରକୃତ କାର୍ଯ୍ୟ ପ୍ରକ୍ରିୟାକୁ ନିରୀକ୍ଷଣ କରିବା, କର୍ମଚାରୀ । ଚୁକ୍ତିଭିତିକ କର୍ମଚାରୀଙ୍କ ସହ ଜଡିତ ହେବା, କାର୍ଯ୍ୟ ପ୍ରକ୍ରିୟା ବିଷୟରେ ଜ୍ଞାନ ହାସଲ କରିବା ଏବଂ ଆମର ଉତ୍କର୍ଷ ଯାତ୍ରାକୁ ଆଗକୁ ବଢ଼ାଇବା ସହିତ ନିରନ୍ତର ଉନ୍ନତି ପାଇଁ ସୁଯୋଗ ଖୋଜିବାକୁ ଉତ୍ସାହିତ କରେ । ଗୁଣାତ୍ମକ ମାସ ପାଳନର ଏକ ଅଂଶ ଭାବରେ, କୁଇଜ, ପରାମର୍ଶ ମେଳା, କୁସ-ଲଗିଂ ଭ୍ରମଣ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଇତ୍ୟାଦି ଭଳି ଗେମ୍ବା ବିଷୟବସ୍ତୁ ଉପରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରାଯାଇଛି ।(ରିପୋର୍ଟ – ଉମାକାନ୍ତ ମହାପାତ୍ର)

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close