ଜିଲ୍ଲା ସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଯାଜପୁର, ତା ୩୦ା୧୦(ଉ.ନ୍ୟୁଜ୍ ବ୍ୟୁରୋ): ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଆନୁକୂଲ୍ୟରେ ଗତକାଲି ଜିଲ୍ଲା ସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦିବସ ଯାଜପୁର ବ୍ଳକ ଅନ୍ତର୍ଗତ ସିମିଳିଆ ଗ୍ରାମ ପଂଚାୟତସ୍ଥିତ ଅଶୋକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଚ୍ଥି । ଚଳିତ ବର୍ଷର ବିଷୟ “ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡିଶା” ଦିଗ ଉପରେ ଦିବସରେ ବିସ୍ତୃତ ଆଲୋଚନା କରାଯାଇ ବପର୍ଯ୍ୟୟ ସମୟରେ ମୁକାବିଲା କରିବା ପାଇଁ ଗୋଷ୍ଠୀଗତ ଭୂମିକା ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଉପ-ଜିଲ୍ଲାପାଳ ଗୋପୀନାଥ କୁଅଁର ଯୋଗଦେଇ କହିଲେ ଯେ, ବିପର୍ଯ୍ୟୟକୁ ସମ୍ପୂର୍ଣ୍ଣ ରୂପେ ଏଡାଇ ପାରିବା ନାହିଁ । ଏଣୁ ସମ୍ଭାବ୍ୟ ବିପଦ ଏବଂ ସେଗୁଡିକର ସମାଧାନ ପାଇଁ ସଚେତନତା ସୃଷ୍ଟି କରି ଜନସାଧାରଣଙ୍କୁ ଅବଗତ କରାଇବା ଆଜିର ଦିବସର ଆଭିମୁଖ୍ୟ ହେବା ଉଚିତ ବୋଲି ଉପ-ଜିଲ୍ଲାପାଳ ଶ୍ରୀ କୁଅଁର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯାଜପୁର ବ୍ଳ୍‌କ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡା ଯୋଗଦେଇ କହିଲେ ଯେ, ମହିଳାମାନେ ବ୍ୟାପକ ଭାବେ ସଚେତନ ହୋଇପାରିଲେ ବିପର୍ଯ୍ୟୟ ମୁକାବିଲା ତ୍ୱରାନ୍ୱିତ ହୋଇପାରିବ । ଦିବସ ଉପଲକ୍ଷେ ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁରସ୍କୃତ କରିଥିଲେ । ସେହିପରି ବିଂଝାରପୁର ବ୍ଳ୍‌କର ଜରି ଗ୍ରାମ ପଂଚାୟତର ଜରି ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟିକୁ ଜିଲ୍ଲାର ସର୍ବେଶ୍ରେଷ୍ଠ ଆଶ୍ରୟ ସ୍ଥଳୀ ଭାବେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସମସ୍ତ ବ୍ଳକ ଓ ପୌରାଂଚଳରେ ଅନୁଷ୍ଠିତ ହୋଇଥିବା ବେଳେ ଦିବସରେ ଯାଜପୁର ବ୍ଳ୍‌କ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ, ବ୍ଳକର ସମସ୍ତ ସରପଂଚ, ସମତି ସଭ୍ୟ/ସଭ୍ୟା, ସ୍ୱେଚ୍ଚ୍ଥସେବୀ ସଂଗଠନର କର୍ମକର୍ତା, ମିଶନ ଶକ୍ତି ମହାସଂଘର ସଭ୍ୟା ବୃନ୍ଦ ଏବଂ ସ୍କୁଲ କଲେଜର ଚ୍ଥାତ୍ରଚ୍ଥାତ୍ରୀ ଉପସ୍ଥିତ ଥିଲେ । ଦିବସ ଉପଲକ୍ଷେ ବିଭିନ୍ନ କଳକାରଖାନାମାନଙ୍କରେ ମନୁଷ୍ୟକୃତ ରାସାୟନିକ ଗ୍ୟାସ ଦ୍ୱାରା ସୃଷ୍ଟି ହେଉଥିବା ବିପର୍ଯ୍ୟୟକୁ କିଭଳ ମୁକାବିଲା କରାଯାଇପାରିବ ସେ ସମ୍ୱନ୍ଧୀୟ ମକ୍ ଡ୍ରିଲ ପ୍ରଦର୍ଶିତ କରାଯାଇଥିଲା । ଦିବସର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ନିମାଇଁ ଚରଣ ଦାଶ ସଂଯୋଜନା କରିଥିବା ବେଳେ ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close