‘ଦୁର୍ଯ୍ୟୋଧନ ରାଉତ ଫାଉଣ୍ଡେସନ’ର ୨ୟ ବାର୍ଷିକୋତ୍ସବ
ଯାଜପୁରରୋଡ଼, ୩୦/୧୦(ଉ. ନ୍ୟୁଜ୍ ବ୍ୟୁରୋ): ‘ଦୁର୍ଯ୍ୟୋଧନ ରାଉତ ଫାଉଣ୍ଡେସନ’ର ଦ୍ୱିତୀୟ ବାର୍ଷିକ ଉତ୍ସବ ଗତକାଲି ରବିବାର ସ୍ଥାନୀୟ ହୋଟେଲ ରୟାଲ କଳିଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାସନଗର ପୌର ପରିଷଦର ପ୍ରାକ୍ତନ ଉପାଧ୍ୟକ୍ଷ ହୃଦାନନ୍ଦ ସାମଲ ଉକ୍ତ ଉତ୍ସବରେ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ଡ. ଅକ୍ଷୟ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ଓଡ଼ିଶାର ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ଜନନେତା ଡ. ପ୍ରଫୁଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ଯ୍ୟୋଧନ ରାଉତ ଫାଉଣ୍ଡେସନର କାର୍ଯ୍ୟଧାରା ଉପରେ ଆଲୋକପାତ କରି ଶ୍ରୀ ଦୁର୍ଯ୍ୟୋଧନ ରାଉତ ଏ ଅଂଚଳର କ୍ରୀଡ଼ା, ସାହିତ୍ୟ, କଳା ସଂସ୍କୃତି ସମାଜସେବା, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ, ଖାଦ୍ୟ ଅପମିଶ୍ରଣକୁ ରୋକିବା ଆଦି ଦିଗରେ ଜନସଚେତନତା ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ପାଲଟିଛନ୍ତି ବୋଲି କହି ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବ୍ୟାସନଗରର ପୌରଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଯୋଗଦେଇ ‘ଦୁର୍ଯ୍ୟୋଧନ ରାଉତ’ ଫାଉଣ୍ଡେସନର ସମାଜସେବା ଓ ପରିବେଶ ସୁରକ୍ଷା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ ପର୍ଯ୍ୟାପ୍ତ ପରିମାଣରେ ହେବା ଉପରେ ଗୁରୁତ୍ୱ ଆରେପ କରିଥିଲେ । ଏଥିପାଇଁ ଫାଉଣ୍ଡେସନ ତା’ର କାର୍ଯ୍ୟ ଜାରୀ ରଖିଥିବାରୁ ସେଥିପାଇଁ ଧନ୍ୟବାଦ ଜଣାଇଥିଲେ । ପ୍ରାରମ୍ଭରେ ପଣ୍ଡିତ ଯୁଗଳ କିଶୋର ମିଶ୍ର ବେଦ ଧ୍ୱନି କରିଥିଲେ । ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ଅପରାହ୍ନରେ ବ୍ୟାସନଗର ବସଷ୍ଟାଣ୍ଡ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ପୁର୍ବତନ ମନ୍ତ୍ରୀ ଡ. ଘଡ଼େଇ କରିଥିବା ବେଳେ ଏଥିରେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ରଙ୍କ ସହ ବହୁ ବୁଦ୍ଧିଜୀବୀ ଏଥିରେ ସାମିଲ ହୋଇଥିଲେ । ଉକ୍ତ ଉତ୍ସବରେ ୨୩ ଜଣ ବ୍ୟକ୍ତିବିଶେଷଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟପାଇଁ ସମ୍ବର୍ଦ୍ଧିତ କରାଯିବାକୁ ଯୋଜନା ହୋଇଥିବା ବେଳେ ୧୩ ଜଣ ଏଥିରେ ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇଥିବା ବେଳେ ୧୦ଜଣ ଅନୁପସ୍ଥିତ ଥିଲେ । ଏବର୍ଷର ସମ୍ବର୍ଦ୍ଧିତ ପ୍ରତିଭାମାନେ ଥିଲେ- ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି, ସରୋଜିନି ବଳ, ବନ୍ଦିତା ପରିଡ଼ା, ସବିତା ରାଉତ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ପ୍ରଫୁଲ୍ଲ ନାୟକ, ସାମ୍ବାଦିକ ବାବୁରାମ ଜେନା, ଚିନ୍ତାମଣି ପାଢୀ, ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ, ଶିକ୍ଷାବିତ୍ ଶ୍ୟାମସୁନ୍ଦର ପଣ୍ଡା, ବୁଦ୍ଧିଜୀବୀ ନରେନ୍ଦ୍ର କୁମାର ଜେନା, ପ୍ରବଚକ ଯୁଗଳ କିଶୋର ମିଶ୍ର, ଗିରିଧାରୀ ବାରିକ, ସାହିତ୍ୟିକ ରଙ୍ଗାଧର ମହାପାତ୍ର, ଚିକିତ୍ସକ ଡା. ପ୍ରସନ୍ନ କୁମାର ସାହୁ, ଡା. ପ୍ରମୋଦ କୁମାର ଶତପଥୀ, ସମାଜସେବୀ ରାଜେନ୍ଦ୍ର ବିଶ୍ୱାଳ, ରାକେଶ ରାଉତ, ନରେଶ ମସକରା, ସଫଳ ବ୍ୟବସାୟୀ ବଚନ କୁମାର ସାମଲ, କ୍ରୀଡ଼ାବିତ୍ ବିଜୟ କୁମାର ନାୟକ, ସ୍ୱଚ୍ଛତା କର୍ମଚାରୀ ସମୀର କୁମାର ମୁଖୀ ଓ ବୃକ୍ଷପାଳକ କାର୍ତ୍ତିକ କୁମାର ଜେନା । ସମ୍ବଦ୍ଧନା ପର୍ବକୁ ବାଇଧର ମାଝୀ ଓ ହେମନ୍ତ କୁମାର ଧିର ସଂଯୋଜନା କରିଥିଲେ । ବ୍ୟାସନଗର ଅଟୋ ମାଲିକ ସଂଘ ଓ ଡ଼ି.ଡ଼ି. ମାର୍କେଟ କମ୍ପେ୍ଲକ୍ସ ସହଯୋଗ କରିଥିଲେ ଶେଷରେ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣକରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର ସାମଲ, କାଉସିଲର ଅଶୋକ କୁମାର ରାଉତ, ଦାମୋଦର ପଣ୍ଡା, ଦିଗନ୍ତ କୁମାର ରାଉତ, ବ୍ରଜେଶ୍ୱରୀ ସିଂହ, ବସନ୍ତ କୁମାର ପାତ୍ର, ଅରୁଣ ଦାସ, ଅକ୍ଷୟ କୁମାର ଜେନା, ଅସିତ ଦାସ, ଅଶୋକ କୁମାର ବୋଷ, ଅଧ୍ୟାପକ ଦେବୀ ପ୍ରସାଦ ଦାଶ, ରଘୁନାଥ ବେହେରା, ଜିତେନ୍ଦ୍ର୍ର କୁମାର ସାହୁ, ବିନୋଦ ବିହାରୀ ସାହୁ, ନୀଳମଣି ଜେନା, ଗଣେଶ୍ୱର ଜେନା, ସୁନିଲ କୁମାର ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।