ରାଜ୍ୟରେ ଗଜଲକ୍ଷ୍ମୀ ପୂଜା, ଗ୍ରହଣ ଯୋଗୁ ରୀତିନୀତିରେ ପରିବର୍ତନ, କେତେକ ସ୍ଥାନରେ ଗ୍ରହଣ ସମୟରେ ପୂଜା

ଢ଼େଙ୍କାନାଳ/ବ୍ୟାସନଗର/କେନ୍ଦ୍ରପଡ଼ା, ୨୮/୧୦(ସୈାଭାଗ୍ୟ ରଂଜନ ମୁଦୁଲି/ ଦୁଷ୍ମନ୍ତ କୁମାର ରାଉତ/ ଅରୁଣ ଦାସଙ୍କ ଠାରୁ): ଆଜି ଚନ୍ଦ୍ରଗ୍ରହଣ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀଙ୍କ ପୂଜା ଓ କୁମାର ପୂର୍ଣ୍ଣିମା ପାଳନରେ ଦ୍ୱନ୍ଦ ଦେଖାଦେଇଛି । ଭାରତୀୟ ଜ୍ୟୋତିଷ୍କ ଶାସ୍ତ୍ର ଅନୁସାରେ ଆଜି ୨୮ ତାରିଖ ଏବଂ ଆସନ୍ତା କାଲି ୨୯ ତାରିଖରେ ଭାରତରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ । ଏହି ଚନ୍ଦ୍ରଗ୍ରହଣ ରାତି ୧ଟା ୦୫ମି. ଋୁ ଆରମ୍ଭ ହୋଇ ରାତ୍ର ୨ଟା ୨୪ମି. ସମୟରେ ଶେଷ ହେବ । ଚନ୍ଦ୍ରଗ୍ରହଣର ଅବଧି ୦୧ ଘଂଟା ୧୯ମି ରହୁଥିବା ବେଳେ ଆଜି ଶନିବାର ଅପରାହ୍ନ ୪ଟା ୦୫ମି.ରୁ ପାକ ତ୍ୟାଗ ଏବଂ ଦେବ ନୀତିକାନ୍ତ ବନ୍ଦ ରହିବ । ସମସ୍ତ ରାତି ୦୨ଟା ୨୫ମି ପରଠାରୁ ଦେବ ନୀତିକାନ୍ତ ଆରମ୍ଭ ହୋଇପାରିବ ବୋଲି ଜ୍ୟୋତିଷମାନେ କହିଛନ୍ତି । ତେଣୁ ଆଜି ଅପରାହ୍ନ ୦୪ଟା ୦୫ମି. ପୂର୍ବରୁ ଗଜଲକ୍ଷ୍ମୀଙ୍କ ପୂଜା ଓ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ସାରିବାକୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ରାଜ୍ୟର ତଥାକଥିତ ଏବଂ ପୁରାତନ ଲକ୍ଷ୍ମୀପୂଜା କମିଟିମାନେ ମାନି ମା’ଙ୍କ ପୂଜାକୁ ଦିନ ୧୧/୧୨ଟାରେ ଆରମ୍ଭ କରି ଅପରାହ୍ନ ୦୩ଟା ଶେଷ କରି ପହଡ଼ ପକାଇଛନ୍ତି । ଆସନ୍ତା କାଲି ସକାଳେ ମହାସ୍ନାନ ପରେ ସକାଳ ୦୯ଟା ପରେ ପୁଣି ପୂଜା କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରଖି ଗ୍ରହଣ ସମୟରେ ପୂଜାକୁ ବନ୍ଦ ରଖିଛନ୍ତି । ରାଜ୍ୟର ଗଜଲକ୍ଷ୍ମୀଙ୍କ ପୂଜାରେ ପ୍ରସିଦ୍ଧ ଥିବା ଢ଼େଙ୍କାନାଳ, କେନ୍ଦ୍ରପଡ଼ାରେ ଏପରି ପାଳନ କରାଯାଉଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ପଟୁଣିଆ ଠାରେ ଏଭଳି ରୀତି ନିୟମରେ ଏବର୍ଷ ପୂଜା ଅନୁଷ୍ଠିତ ହେଉଛି । ମାତ୍ର ବ୍ୟାସନଗର ସହରର କେତେକ ଗଳିକନ୍ଦିରେ ଗ୍ରହଣ ସମୟରେ ରାତି ୧୦ଟା ପରେ ପୂଜା କାର୍ଯ୍ୟ ଜାରୀ ରହିଥିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଗ୍ରହଣ ମୋକ୍ଷ ପରେ ଏବଂ ଚନ୍ଦ୍ର ବୁଡ଼ି ପରବର୍ତୀ ସକାଳ ଆସିବା ପରେ ପୂଜାର୍ଚ୍ଚନା ହେବାର ବିଧି ଥିବା ବେଳେ ଏପରି ପୂଜାକୁ ନେଇ ‘ନାନା ମୁନିଙ୍କ ନାନା ମତ’ ବୋଲି କୁହାଯାଉଛି ।


Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close