Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବ୍ୟାସନଗର ‘କପିଳେଶ୍ୱର କଲୋନି’ ମା’ ଦୁର୍ଗା ପୂଜା କମିଟି ତରଫରୁ ୮ମ ବାର୍ଷିକ ମା’ ଦୁର୍ଗା ପୂଜା ଓ ଭଜନ ସନ୍ଧ୍ୟା

ବ୍ୟାସନଗର, ୨୪/୧୦(ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ): ସ୍ଥାନୀୟ ବ୍ୟାସନଗର ପୈାରାଂଚଳରେ ଚଳିତ ବର୍ଷ ମା’ ଦୁର୍ଗା ପୂଜା ମହାସମାରୋହରେ ପାଳିତ ହେଉଥିବା ବେଳେ ପ୍ରିୟଦର୍ଶିନୀ ମାର୍ଗ ‘କପିଳେଶ୍ୱର କଲୋନି’ ଏଥିରେ ପଛରେ ପଡ଼ି ନାହିଁ । କମିଟିର କାର୍ଯ୍ୟକର୍ତା ଓ ସଦସ୍ୟମାନେ ଏକ ମନ ଏକ ପ୍ରାଣ ହୋଇ ୮ମ ବାର୍ଷିକ ପୂଜାକୁ ଓ ସରସ ସୁନ୍ଦର କରିବା ପାଇଁ ଲାଗି ପଡ଼ିଛନ୍ତି । ଆଜି ସୋମବାର ଦଶହରାରେ ପୂଜା ପେଣ୍ଡାଲରେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ’ ପକ୍ଷରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଦୁଷ୍ମନ୍ତ କୁମାର ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେବେନ୍ଦ୍ର କୁମାର ମଲ୍ଲିକ, ଅଜୟ କୁମାର ବ୍ରହ୍ମ, ଦେବାଶିଷ ସାହୁ, ଡ଼ଃ. ଅକ୍ଷୟ କୁମାର ପଣ୍ଡା, ପ୍ରଦୀପ କୁମାର ଖୁଂଟିଆ, ଅରୁଣ ଦାସ, ରାଜେଶ ସେଠୀ, ହିତାଗ୍ନୀ ମିଶ୍ର, ଗାୟତ୍ରୀ ମଲ୍ଲିକ, ପ୍ରଜ୍ଞାପାରମିତା ଖୁଂଟିଆ, କଳିଙ୍ଗ କେଶରୀ ରାଉତ, ଭାଷ୍କର ମୁଦୁଲି, ସମୀର କୁମାର ମିଶ୍ର, ସିଦ୍ଧାର୍ଥ ଶଙ୍କର ରାଉତ, ବିଶ୍ୱରଂଜନ ପଟ୍ଟନାୟକ, ଅଶୋକ ପରିଡ଼ା, ଶୁଭଲକ୍ଷ୍ମୀ ପତି, ମଧୂସୁଦନ ମହାପାତ୍ର ପ୍ରମୁଖ ସାମିଲ ହୋଇ ମା’ଙ୍କ ନିକଟରେ ଭକ୍ତି ସଂଗୀତ ପରିବେଷଶ କରିଥିଲେ । କମିଟିର କାର୍ଯ୍ୟକର୍ତା ସଂପାଦକ ଗଣନାଥ ମହାରଣା, ପିତାମ୍ବର ଦାଶ, ସୁବଳ ସେନାପତି, କାମଦେବ ନାୟକ, କାଶିନାଥ ପଟ୍ଟନାୟକ, ଲମ୍ବୋଦର ମଲ୍ଲିକ, ଅଶୋକ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଓ ପୂଜାକୁ ସଂଚାଳନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close