ଗୁଆମାଳ ବୀଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ସୁବର୍ଣ୍ଣ ଜୟନ୍ତି ଅନୁଷ୍ଠିତ

ଭଦ୍ରକ ;୧୭/୧୦(ନିରାକାର ବେହେରା ଙ୍କ ଠାରୁ) : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ବୀଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ର ୫୦ତମ ସୁବର୍ଣ୍ଣ ଜୟନ୍ତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବମ ଓ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ , ସ୍କାଉଟ ଗାଇଡ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଦାସ, ଖେଳ ଶିକ୍ଷକ ଶ୍ରୀଯୁକ୍ତ କୁମାର ଭୋଇ, ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ଦେହୁରି ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନିଜ ନିଜର ବକ୍ତବ୍ୟରେ ପିଲା ମାନଙ୍କୁ ନୂତନ ମାର୍ଗ ଦର୍ଶନ କରାଇଥିଲେ।କୁନି କୁନି ପିଲା ମାନଙ୍କ ଦ୍ଵାରା ମଧ୍ୟ ନୃତ୍ୟ ଗୀତର ଆୟୋଜନ କରାଯାଇଥିଲା। କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ନେତାଜୀ ଯୁବ ପରିଷଦ ,ମଠ ତରଫରୁ ଖାତା,କଲମ,ଫାଇଲ ସହ ମିଷ୍ଠାନବଣ୍ଟନ କରାଯାଇଥିଲା। ଯୁବ ପରିଷଦର ସଭ୍ୟ ସୁଧାଂଶୁ ଶେଖର ତ୍ରୀପାଠୀ,ବିଷ୍ଣୁପ୍ରସାଦ ବେହେରା, ଶ୍ରୀଧର ପାଣିଗ୍ରାହୀ,ନିରାକାର ବେହେରା ପରିଚାଳନା ଦାୟୀତ୍ବ ନିଭାଇ ଥିଲେ। ଏଥି ସହ ଅଭିଷେକ ଜେନା,ବିକାଶ ଜେନା,ପ୍ରକାଶ ଜେନା, ସୁମନ ସାହୁ,ଜ୍ୟୋତି ରଞନ ପରିଡା, ଓମ୍ ପ୍ରକାଶ ପରିଡା ପୂର୍ଣ୍ଣ ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close