ସରପଞ୍ଚ ବହିଷ୍କୃତ ଉଦ୍ଦେଶ୍ଯରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ।

ଯାଜପୁର (ଉଦୟବଟ ବ୍ୟୁରୋ) :- ସୁକିନ୍ଦା ବ୍ଲକ ନୂହେଁ ଯାଜପୁର ଜିଲ୍ଲାରେ ମଧ୍ଯ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ପିମ୍ପୁଡିଆ ପଞ୍ଚାୟତ। ପଞ୍ଚାୟତ ଗଠନ ହେଲା କାଳରୁ ହାଇସ୍କୁଲ, ସାପ୍ତାହିକ ହାଟ, କମ୍ୟୁନିକେସନ ପାଇଁ ରାସ୍ତା , ଅନେକ ଚାଷି ମାନଙ୍କପାଇଁ ପୋଖରୀ , ସର୍ବସାଧାରଣ ପାଇଁ ଗାଧୁଆ ତୁଠ , ମାର୍କେଟ ବିଲ୍ଡିଙ୍ଗ୍ , ଯାତ୍ରୀ ବିଶ୍ରାମଗାର , କୋଠଘର, କ୍ଳବ୍ ଘର , ମିଶନ ଶକ୍ତି ଘର , ଆମ ଗାଁ ଆମ ବିକାଶ ଘର, ସ୍ମସାନ ପାଚେରୀ, ପିଠ, ମନ୍ଦିର, ପୋଖରୀ , ପାର୍କ, ଚାଷିଙ୍କ କ୍ଷେତକୁ ଜଳସେଚନ, ବୃକ୍ଷରୋପଣ, ସବୁ ଗାଁ କୁ ରାସ୍ତା ସଂଯୋଗ ଆଦି ଅନେକ ଗୁଡିଏ କାର୍ଯ୍ଯ ସରପଞ୍ଚ, ସମିତି, ବୁଦ୍ଧିଯିବି ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କର ଅନେକ ଅବଦାନ ରହିଛି ବୋଲି ପଞ୍ଚାୟତ ବାସିଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ପଞ୍ଚାୟତ କୁ ଆହୁରୀ ଶିର୍ଷକୁ ନେବାକୁ ମଧ୍ଯ ପଞ୍ଚାୟତ ବାସିଙ୍କ ଆପ୍ରାଣ ଉଦ୍ୟମ ଜାରି ରହିଛି । କିନ୍ତ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ତପନ ନାୟକ ଅନେକ ଉନ୍ନତି ମୂଳକ କାର୍ଯ୍ୟକୁ ଦଳୀୟ ଚିନ୍ତାଧାରାରେ ନେଇ ହିନ ରାଜନୀତି କରି ବିରୋଧ କରୁଛନ୍ତି । ସେ ଜଣେ ଲାଞ୍ଚୁଆ, ଦୁର୍ନୀତି ଖୋର ଓ ବିଶୃଙ୍ଖଳିତ ସରପଞ୍ଚ । ସେ ଜଣେ ନିମ୍ନ ମାନସିକତାର ପରିଚୟ ଦେଉଥିବା ବ୍ୟକ୍ତି ବୋଲି ଅଭିଯୋଗ ହେଉଛି । ଅନେକ ସମୟରେ ତାଙ୍କର ଜନବିରୋଧି କାର୍ଯ୍ଯ କଳାପ, ଅନେକ ଥର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଅପଦସ୍ତ ମଧ୍ଯ କରିଛନ୍ତି । ଏହି ସରପଞ୍ଚ ଙ୍କ କାର୍ଯ୍ଯ କାଳ ମାତ୍ର ଦେଢ ବର୍ଷ ହୋଇଛି କିନ୍ତୁ ସାଧାରଣ ଜନତା ଅତିଷ୍ଠ ହୋଇପଡିଲେଣି । ଯାହାର ଲମ୍ବା ତାଲିକା ୨୦ ଦଫା ଦାବି ରଖି ଯାଜପୁର ଜିଲ୍ଲାପାଳ ଙ୍କୁ ପଞ୍ଚାୟତବାସୀ ଏକ ଦାବିପତ୍ର ଦେଇଥିବା ସୂଚନା ମିଳିଛି । ହାଇସ୍କୁଲ୍ ନିମନ୍ତେ ଜମିପଟ୍ଟା ନ ହେବା ଓ ପଲ୍ଲୀସଭା ନ କରେଇବା ଲୋକ ନିଜେ । ନୂଆଡିହ ANM ସେଣ୍ଟର କୁ ମେଡିକାଲ କହି ଲୋକଙ୍କ ମନରେ ଅସନ୍ତୋଷ କରେଇ ଝଗଡା ସୃଷ୍ଟି କରିବା । ମନରେଗା ଶ୍ରମିକ ମାନଙ୍କୁ ନିଜ କ୍ଷେତ ଓ ବ୍ୟକ୍ତିଗତ କାମରେ ଲଗେଇଛନ୍ତି । ନୂଆଡିହ ସ୍କୁଲ୍ ରେ ପାଇଖାନା ନ କରେଇବା ।ନୂଆଡିହ ଡିଲର ଦେଉଥିବା PDS ଚାଉଳ ଦୁର୍ନୀତି କୁ ଘଣ୍ଟ ଘୋଡଉଛି ନିଜେ ସରପଞ୍ଚ ଏମିତି ୨୦ ଟି ଦାବିରଖିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close