ଓଡ଼ିଆ ଜାତିର ଯୁଗପୁରୁଷ  ଉତ୍କଳମଣି  ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତିରେ ଭକ୍ତିପୃତ ଶ୍ରଦ୍ଧାଞ୍ଜଳି ସଭା 

ବ୍ୟାସନଗର: ଆଜି ତା 0୯|୧୦|୨୦୨୩ରିଖ ଓଡ଼ିଆ ଜାତିର ଯୁଗପୁରୁଷ ସ୍ୱାଧୀନତା ସଂଗ୍ରାମୀ ଦୈନିକ ସମାଜର ପ୍ରତିଷ୍ଠାତା ଦରଦୀ ବଂଧୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୪୬ତମ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ  କୋରାଇ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷ୍ୟତାରେ ଗୋପବନ୍ଧୁ ଛକ ସ୍ଥିତ ତାଙ୍କରି ପ୍ରତିମୂର୍ତ୍ତି ସମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ଏହା ପୂର୍ଵ ରୁ ଉପସ୍ଥିତ ନେତୃବୃନ୍ଦ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯାଜପୁରରୋଡ ସିଭିଲ ସୋସାଇଟିର ଆବାହକ ବରିଷ୍ଠ ଆଇନଜୀବି ବିବେକାନନ୍ଦ ମହାନ୍ତି, କୋରାଇ ସଂଗ୍ରାମ ସମିତିର ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର. ଉପସଭାପତି ଆଲୋକ ମହାନ୍ତି, ନିତ୍ୟାନନ୍ଦ ମହାଳିକ. ସନ୍ତୋଷ କୁମାର ମହାନ୍ତି, ବନ୍ଦିତା ସ୍ୱାଇଁ, ସମୀର ପାତ୍ର. ବିଦ୍ୟାଧର ଜେନା, ସୁଦର୍ଶନ ତରାଇ ପ୍ରମୁଖ ଡରଦୀ ବଂଧୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗୁଣଗାନ କରିବା ସହିତ ସେ ଏକା ଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଲେଖକ. ଦୈନିକ ସମାଜର ପ୍ରତିଷ୍ଠାତା ଓ ସମଗ୍ର ଓଡ଼ିଆ ଜାତିର ଗର୍ବ ଗୌରବ ଆଜି ଅବିସ୍ମରଣୀୟ ବୋଲି ବକ୍ତାମାନେ ବକ୍ତବ୍ୟରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close