ଯାଜପୁର ଜିଲ୍ଲାରେ ସାଇବର ସେଫ୍‌ଟି ସଚେତନତା ରଥକୁ ଉଦ୍‌ଘାଟନ କଲେ ମନ୍ତ୍ରୀ ଘଡ଼ାଇ

ଯାଜପୁର, ୦୨ା୧୦: ଆଜି ସୋମବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଓଡିଶାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରୀତି ରଂଜନ ଘଡାଇ ରାଜ୍ୟରୁ ଆସିଥିବା ସାଇବର ସେଫ୍‌ଟି ସଚେତନତା ଅଭିଯାନ ରଥକୁ ସବୁଜ ପତାକା ଦେଖାଇ ଜିଲ୍ଳା ପରିଭ୍ରମଣ ପାଇଁ ଶୁଭାରମ୍ଭ କରିଚ୍ଥନ୍ତି । ଏହି ଊତ୍ସବରେ ବିଧାୟକ, କୋରାଇ ଅଶୋକ କୁମାର ବଳ, ବିଧାୟକ, ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟ, ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ୍ ଚକ୍ରୱର୍ତ୍ତୀ ସିଂହ ରାଠୋର, ଆରକ୍ଷୀ ଅଧିକ୍ଷକ, ଯାଜପୁର ଭିନୀତ ଅଗ୍ରୱାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ, ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା, ଯାଜପୁର ପୈାର ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍‌ିକ ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶଥାଉକି, ଊକ୍ତ ସାଇବର ସେପଂ୍‌ଟି ସଚେତନତା ଅଭିଯାନ ଏଲିଡି ରଥ ପ୍ରତ୍ୟେକ ଥାନା ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ଥାନୀୟ ପୋଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସାଇବର ଅପରାଧ ଏବଂ ସୁରକ୍ଷା, ବିଭିନ୍ନ ଜ୍ଞାନ କୈାଶଳ ଓ ସୁରକ୍ଷା ସମ୍ୱନ୍ଧୀୟ ଚ୍ଥାତ୍ରଚ୍ଥାତ୍ରୀମାନଙ୍କୁ ବିପଥଗାମୀ ହେବାରୁ ବଂଚିତ ପାଇଁ ପ୍ରମୁଖ ଜ୍ଞାନ କୈାଶଳ ଯୋଗାଇବ । ଉକ୍ତ ଏଲିଡି ରଥ ଦୃଶ୍ୟଶ୍ରାବ୍ୟ ବା ଅଡିଓ, ଭିଡିଓ ଏଲିଡି କ୍ଳିପ ପ୍ରଦର୍ଶନ ପୂର୍ବକ ଜିଲ୍ଲାର ପ୍ରମୁଖ ଜନ ଗହଳି ସ୍ଥାନମାନଙ୍କରେ ମଧ୍ୟ ସଚେତନତା ସୃଷ୍ଟି ପାଇଁ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପରିଭ୍ରମଣ କରିବ । ଚ୍ଥାତ୍ରଚ୍ଥାତ୍ରୀ ଏବଂ ସାଇବର ଠକେଇରେ ଶିକାର ହେଉଥିବା ଜନସାଧାରଣମାନେ ଏହି ସୁଯୋଗର ଉପଲବ୍ଧ ନେବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରୱାଲ ଅନୁରୋଧ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close