ସୌର୍ଯ୍ୟ ଜାଗରଣ ଯାତ୍ରା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ବନ୍ଧୁ ମିଳନ ଓ ପ୍ରସ୍ତୁତି ବୈଠକ

ବ୍ୟାସନଗର;୦୨/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରବିବାର ୧୦ ଘଟିକା ସମୟରେ ଯାଜପୁର ଜିଲ୍ଲା ପାଣିକୋଇଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ବିଶ୍ୱହିନ୍ଦୁ ପରିଷଦ ଅନୁସଙ୍ଗିକ କ୍ଷେତ୍ରରୁ ବହୁ ପଦାଧିକାରୀ ଯୋଗଦେଇଥିଲେ । ଜିଲ୍ଲାର ୧୨ ଗୋଟି ଉପଖଣ୍ଡରୁ ୨୦୦ ସହ ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଟ ଆଇନ ଯିବି ତଥା ପୂର୍ବତନ ପ୍ରାନ୍ତ ଗୋରକ୍ଷା ପ୍ରମୁଖ ମାନ୍ୟ ସୁବାଷ ଚନ୍ଦ୍ର ନନ୍ଦ ମାର୍ଗ ଦର୍ଶନ କରିଥିବା ବେଳେ, ପୂର୍ବତନ ପ୍ରାନ୍ତ ଶାରୀରିକ ପ୍ରମୁଖ ଧର୍ଯ୍ୟଧର ଦାସ ସାଙ୍ଗଠନିକ ସାରାଂଚନା ପାଇଁ ସଂଗଠିତ ହୋଇ କାମ କରିବାପାଇଁ ଆହ୍ୱାନ ଦେଇଥିଲେ।ଉକ୍ତ କାର୍ଯ୍ୟ କ୍ରମରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ର ରଥ ପରିକ୍ରମା ଚଳିତ ମାସ ୬ ତାରିଖରେ ଯାଜପୁର ଜିଲ୍ଲାରମୂଳପାଳ, ପାଣିକୋଇଲି, କୁଆଖିଆ, ଜାରକା, ଚଣ୍ଡିଖୋଲଠାରେ ସ୍ୱାଗତ ପାଇଁ ପ୍ରସ୍ତୁତି କରାଯାଇଥିଲା । ତତ ସହିତ ଆସନ୍ତା ୮ ତାରିଖ ଦିନ ଭୁବନେଶ୍ୱର ଠାରେ ଯୁବ ସ୍ୱର୍ଯ୍ୟ ଦିବସକୁ ସଫଳ କରିବା ଉଦେଶ୍ୟରେ ୫୦୦ ମଟର ସାଇକେଲ ସହ ୧୦୦ ଚାରି ଚକିଆ ଜାନର ଶୋଭାଯାତ୍ରା ସହ କାର୍ଯ୍ୟକର୍ତାମାନେ ପହଞ୍ଚିବା ପାଇଁ ପ୍ରସ୍ତୁତି ସରିଛି ଏବଂ ଆଗାମୀ ଦିନରେ ସଙ୍ଘ ପରିବାରର ସମସ୍ତ କ୍ଷେତ୍ରକୁ ସଶକ୍ତ ଓ ଶ୍ରମୁଦ୍ଧ କରିବା ପାଇଁ ସ୍ୱୟଂସେବକ ତଥା କାର୍ଯ୍ୟକର୍ତା ମାନେ ପ୍ରତିଶୃତି ବଦ୍ଧ ହୋଇଅଛନ୍ତି । ଏହିକାର୍ଯ୍ୟକ୍ରମରେ ସଫଳ ରୂପାୟନ ପାଇଁ ବଜରଙ୍ଗ ଦଳର ପୂର୍ବତନ ସଂଯୋଜକ ଚିତ୍ତ ରଞ୍ଜନ ବିନ୍ଧାଣି ଓ ଜିଲ୍ଲା ସହ ସଂଯୋଜକ ବସନ୍ତ କୁମାର ପାତ୍ର ଓ ସାରଦା ପ୍ରସନ୍ନ ବଳ, ଧର୍ମ ରକ୍ଷା ସମିତିର ଜିଲ୍ଲା ସହ ସଂଯୋଜକ ଦିଲୀପ ଓଝା, ବିଶ୍ୱହିନ୍ଦୁ ପରିଷଦ ଯାଜପୁର ଜିଲ୍ଲା ସମ୍ପାଦକ ସନ୍ତୋଷ ମୁଦୁଲି, ରାଷ୍ଟ୍ର ସ୍ୱୟଂ ସେବକ ସଙ୍ଘର ବିଭାଗ ସେବା ପ୍ରମୁଖ ଇନ୍ଦ୍ରମଣି ବେହେରା, ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁଜିତ ମଲ୍ଲିକ, ସଙ୍ଘ ସ୍ୱୟଂ ସେବକ ପ୍ରଶାନ୍ତ ପଥାଳ, ଭାରତୀୟ ଜନତା ପାର୍ଟି ବରିଷ୍ଟ ଟାଣୁଆଁ ନେତା ଓ ପୂର୍ବତନ ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ପ୍ରସନ୍ନ କୁମାର ସାମଲ, ଭାରତୀୟ ଜନତା ପାର୍ଟି ର ଆଗଧାଡିର ନେଟ ପଦ୍ମନାଭ ମଲ୍ଲିକଙ୍କ ସହ ୨୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତା ବୈଠକ ରେ ଉପସ୍ଥିତ ଥିଲେ । ଏହାକୁ ସଫଳ କରିବା ପାଇଁ ରବୀନ୍ଦ୍ର କୁମାର ଭଞ୍ଜ, ସୂର୍ଯ୍ୟମଣି ମଲିକ, ସୁବାଷ ମହାରଣା, ବିନୟ ଦାସ, ପ୍ରଭାସ ସାହୁ ପ୍ରଫୁଲ ପାତ୍ର, ରାଜେଶ ଭାଇ, ଜିତେନ୍ଦ୍ର ବେହରା ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close