ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନଙ୍କ ବିୟୋଗରେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଶୋକ

ଭୁବନେଶ୍ଵର, ତା ୨୯ା୦୯ (ଉ. ନ୍ୟୁଜ୍ ବ୍ୟୁରୋ): ବିଶିଷ୍ଟ କୃଷି ବୈଜ୍ଞାନିକ ଡଃ ଏମ୍.ଏସ୍. ସ୍ୱାମୀନାଥନ (ଡଃ ମଙ୍କୋମ୍ବୁ ସମ୍ବାସିଭବନ ସ୍ୱାମୀନାଥନ)ଙ୍କ ବିୟୋଗରେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକ ପ୍ରକାଶ କରାଯାଇଛି । ଡଃ ଏମ୍.ଏସ୍. ସ୍ୱାମୀନାଥନଙ୍କୁ ମରଣୋତ୍ତର ଭାରତରତ୍ନ ଦେବା ସହିତ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି କଟକର ଓ.ଏମ.ପି ଛକ, କେନ୍ଦ୍ରାପଡ଼ା, ଭୁବନେଶ୍ଵର, କୋରାପୁଟଠାରେ ନିର୍ମାଣ କରିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ. ସି.ପି) ପକ୍ଷରୁ ଦାବି କରାଯାଇଛି । ଏଥିରେ ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲ୍ଲିକ, କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଶୋକ ପ୍ରକାଶ କରିଥିଲେ ।  

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close