ରସାୟନ ବିଜ୍ଞାନ ବିଭାଗ ଦ୍ବାରା “ନିକୋଟିନ୍ ଆଧାରିତ ଔଷଧର ସିନ୍ଥେଟିକ୍ସ ଏବଂ ପ୍ରୟୋଗ” ଉପରେ ରାଜ୍ୟସ୍ତରୀୟ ସେମିନାର
ବ୍ୟାସନଗର: ଚଳିତ ମାସ ୨୫ତାରିଖ ଦିନ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଭାଗ ତରଫରୁ ” ସିନ୍ଥେସିସ୍ ଅଫ ନିକୋଟିନ୍ ବେସଡ୍ ଡ୍ରଗ ଆଣ୍ଡ ଦେୟାର ଆପ୍ଲିକେସନସ୍” ବିଷୟ ଉପରେ ଏକ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ପାଠଚକ୍ରକୁ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ | କେମେଷ୍ଟ୍ରୀ ବିଭାଗର ବିଭାଗୀୟ ମୁଖ୍ୟ ତଥା ସଂଯୋଜିକା ଡ଼. ସୁଜାତା ଓତା ସର୍ବ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଂପ୍ରତି ସିନ୍ଥେସିସ୍ ଅଫ ନିକୋଟିନ୍ ବେସଡ୍ ଡ୍ରଗ ଏବଂ ତାର ପ୍ରୟୋଗ ଧାରା ସମ୍ପର୍କରେ ଛାତ୍ର – ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ମୁଖ୍ୟବକ୍ତା ଭାବେ ଡ଼. ଦିବ୍ୟଲୋଚନ ସିଂ ଆସିଷ୍ଟାଣ୍ଟ ପ୍ରଫେସର ପି. ଜି. ଡିପାର୍ଟମେଣ୍ଟ ଏନ :ସି: ସ୍ୱୟଂଶାସିତ ମହାବିଦ୍ୟାଳୟ, ଯାଜପୁର, ଯୋଗଦେଇ ସଂପ୍ରତି ଯୁବ ସମାଜ ଡ୍ରଗ ଆଡିକଟେଡ ଦ୍ୱାରା କିଭଳି ଯୁବ ସମାଜ ଉପରେ କୁପ୍ରଭାବ ପଡୁଛି ସେ ବିଷୟରେ ଅଧିକ ସୂଚନା ଦେଇଥିଲେ | ପ୍ରୋଜେକଟର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ କରି ସିନ୍ଥେସିସ୍ ଅଫ ନିକୋଟିନ୍ ବେସଡ୍ ଡ୍ରଗ ଏବଂ ଏହାର ପ୍ରୟୋଗ ଧାରା ସମ୍ପର୍କରେ ଉଦବୋଧନ ଦେଇଥିଲେ | ଏହି ଅବସରରେ ଡ଼. ଦଶରଥ ସାହୁ, ଲୀନା ମହାନ୍ତି, ଅଧ୍ୟାପିକା ରୀନା ରାୟ, ଅଧ୍ୟାପକ ବ୍ରହ୍ମାନନ୍ଦ ସାହୁ, ଅଧ୍ୟାପକ ଜୟନ୍ତ କୁମାର ନାୟକ, ରତ୍ନାକର ସ୍ୱାଇଁ, ଭୀମସେନ ଦାସ ସହଯୋଗ କରିଥିଲେ | ପ୍ରଧ୍ୟାପକ ଗୌରାଙ୍ଗ ଚରଣ ମଲ୍ଲିକ, ଡ଼. ଦୀପ୍ତିମୟୀ ଦାସ, ଡ଼. ପୁନ୍ ପୁନ୍ ଦାସ, ଡ଼. ଅଶୋକ କୁମାର ସାହୁ, ଡ଼. ପ୍ରଜ୍ଞାପ୍ରବର୍ତ୍ତିକା ଦାସ , ଅଧ୍ୟାପିକା ପ୍ରଭାସିନୀ ଗୁଇଁ, ଡ଼. ହିମାଦ୍ରି ତନୟା ଯେନା, ପ୍ରଧ୍ୟାପକ ପ୍ରଭାତ କୁମାର ସ୍ୱାଇଁ, ରବିନ୍ଦ୍ର ରାଉଳ, ଡ଼. ଦିଲୀପ କୁମାର ବେହେରା, ଗୁରୁ ପ୍ରସନ୍ନ ସାହୁ, ଡ଼. ପ୍ରତିଭା ପରିଡା ପ୍ରମୁଖ ବହୁ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ପାଞ୍ଚଶହରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ | ପରିଶେଷରେ ଅଧ୍ୟାପିକା ଲୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |