ଯାଜପୁରରୋଡ ବନ ବିଭାଗ ପକ୍ଷରୁ ପହଙ୍ଗା ଅଂଚଳରେ ଚଢ଼ାଉ ୫ଟି ବାଦୁଡ଼ି ଜବତ, ୩ ଗିରଫ

ଯାଜପୁର,୨୨ା୦୯(ଉ. ନ୍ୟୁଜ୍ ବ୍ୟୁରୋ): କଟକ ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଧେଶ କ୍ରମେ ଏସସିଏଫ ଶୋଭାଗ୍ୟ କୁମାର ସାହୁଙ୍କ ତତ୍ତ୍ୱବଧାନର ଗତକାଲି ବିଳମ୍ବିତ ରାତିରେ କିଛି ବ୍ୟକ୍ତି ପହଙ୍ଗା ସ୍ଥିତ ଏକ ଗଛରୁ ବାଦୁଡ଼ି ମାରୁଥିବା ଜାଣିବାକୁ ପାଇ ଯାଜପୁର ରୋଡ ବନ ବିଭାଗ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ନିଜ କର୍ମଚାରୀଙ୍କୁ ଧରି ତୁରନ୍ତ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ତେବେ ଏହି ଚଢ଼ାଉ ସମୟରେ ତିନିଜଣ ବ୍ୟକ୍ତି ଗୋଟେ ଗଛରେ ଥିବା ବାଦୁଡ଼ିକୁ ଧରି ନିଜ ବ୍ୟଗରେ ପୁରାଉଥିବା ଦେଖିବାକୁ ପାଇଥିଲେ । ଏଥିସହିତ ତୁରନ୍ତ ୫ଟି ବାଦୁଡ଼ିକୁ ଜବତ କରିବା ସହିତ ଏହି ଅଭିଯୁକ୍ତ ୩ଜଣଙ୍କଙ୍କୁ ଗିରଫ କରି ଯାଜପୁର ରୋଡ ବନ ବିଭାଗ କାର‌୍ୟ୍ୟାଳୟକୁ ଆଣିଥିବା ଶୁକ୍ରବାର ୫ଟା ସମୟରେ ରେଞ୍ଜର ଶ୍ରୀ ମହାପାତ୍ର ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ତେବେ ଗିରଫ ବ୍ୟକ୍ତି ମାନେ ହେଲେ ଶଙ୍ଖାଚିଲା ଅଂଚଳର ସନ୍ତୋଷ ଗୁରୁ, ସୋମନାଥ ଗୁରୁ ଓ ଚନ୍ଦ୍ରମଣି ଗୁରୁ ବୋଲି ସୂଚନା ମିଳିଛି । ସେପଟେ ବନ ବିଭାଗ ପକ୍ଷରୁ କେଶ ନମ୍ବର ୫୭/୨୩ରେ ଏକ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଫରେଷ୍ଟର ନୀଳିମାପ୍ରିୟଦର୍ଶନି ନାୟକ, ବନ କର୍ମଚାରୀ ସରୋଜ ସୋରୂପ ନାୟକ ଓ ନିର୍ମଳ କୁମାର ମଲ୍ଲିକ ସାମିଲ ହେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close