‘ଉଦୟବଟ’ କାର୍ଯ୍ୟାଳୟରେ ଅଗ୍ରଦେବ ଗଜାନନଙ୍କ ପୂଜା ଓ ଭଜନ ସନ୍ଧ୍ୟା

ବ୍ୟାସନଗର,୨୧/୦୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଯାଜପୁରରୋଡ଼ରୁ ପ୍ରକାଶିତ ‘ଉଦୟବଟ’ ଏବଂ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମ ବାର ମାସରେ ତେର ପର୍ବ ଭଳି ସଂପାଦିତ ହୋଇ ଆସୁଛି । ସେହି ଧାରାରେ ଚଳିତ ବର୍ଷ ମଧ୍ୟ କାର୍ଯ୍ୟକ୍ରମମାନ ଜାରୀ ରହିଛି । ଗତ ରବିବାର ୧୭/୦୯ ପ୍ରଭୂ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । କମ୍ପୁଟର ଆଦି ମେସିନଗୁଡିକର ପୂଜା କରାଯାଇଥିଲା । ଗତ ମଂଗଳବାର ୧୯/୦୯ରେ ଅଗ୍ର ଦେବତା ପ୍ରଭୂ ଗଣେଷଙ୍କ ପୂଜା ହୋଇଥିଲା । ଏଥିରେ ନୂତନ କରି ପାଠ ଆରମ୍ଭ କରିଥିବା ପିଲାମାନଙ୍କ ‘ଖଡି ଛୁଆଁ’ କାର୍ଯ୍ୟ ସଂପାଦିତ ହୋଇଥିଲା । ପୂଜା କାର୍ଯ୍ୟକୁ ପଣ୍ଡିତ୍ ଦୀପକ ରଂଜନ ପାଣିଗ୍ରାହୀ ସଂପାଦିତ କରିଥିବା ବେଳେ କର୍ତା ଭାବେ କଳିଙ୍ଗ କେଶରୀ ରାଉତ (ଲିପେଶ) ବସିଥିଲେ । ପୂଜା ପରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଗତକାଲି ସନ୍ଧ୍ୟାରେ ‘ଦୁର୍ଲ୍ଲଭ କଳା ପରିଷଦ’ ପକ୍ଷରୁ ଏକ ‘ଭଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଭକ୍ତି ସଂଗୀତ କାର୍ଯ୍ୟକ୍ରମରେ ଜଣାଶୁଣା ସଂଗୀତକାର ପ୍ରିୟରଂଜନ ବାର୍ନାଜ୍ଜୀ (ସପନ ଦାଦା), ଅଭୟ କୁମାର ମିଶ୍ର, ଦୀପକ ରଂଜନ ପାଣିଗ୍ରାହୀ, ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ପୁରୁଖା କଳାକାର ଯୋଗ ଦେଇ କାଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । କାର୍ଯ୍ୟକ୍ରମକୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ସଂପାଦନ କରିଥିଲେ । ଏଥିରେ ବହୁ କଳାକାର ଯୋଗ ଦେଇ ସଂଗୀତ ଗାନା କରିଥିଲେ । ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ହିନ୍ଦୁ ସୁରକ୍ଷା ସେନାର ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ହରଦୟାଲ ସିଂ, ବିଦ୍ୟୁତ୍‌ପ୍ରଭା ରାୟ, ଲିପ୍‌ସା ବାଇ, ସୁମିତ୍ରା ମିଶ୍ର, ସନ୍ତୋଷ କୁମାର ବାଇ, ସୁମନ ରାୟ, ସନ୍ତୋଷ କୁମାର ଖୁଂଟିଆ, କଳିଙ୍ଗ କେଶରୀ ରାଉତ, ଭାୟତ୍ରୀ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥ୍‌ôଲେ । ‘ଉଦୟବଟ’ ପରିବାର ଓ ଉପଦେଷ୍ଟାମାନଙ୍କ ତରଫରୁ ଏସବୁ କାର୍ଯ୍ୟକ୍ରମକୁ ଉତ୍ସୁକତାର ସହ ପାଳନ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close