ପ୍ରଣବ ପ୍ରକାଶ ଦାସ ବିଜୁ ଶ୍ରମିକ ସାମୁଖ୍ୟର ମୁଖ୍ୟ ଉପଦେଷ୍ଟା; ପ୍ରଫୁଲ୍ଲ ମଲ୍ଲିକ ରାଜ୍ୟ ସଭାପତି

ଭୁବନେଶ୍ୱର, ୧୭/୯ (ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁରର ବିଧାୟକ ତଥା ରାଜ୍ୟ ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ଗୁରୁ ଦାୟିତ୍ୱ ମିଳିଛି । ଅଳ୍ପ କିଛି ଦିନ ହେବ ପ୍ରଣବ ପ୍ରକାଶ (ବବି)ଙ୍କ ପତିଆରା କମି ଯାଇଥିବା ନେଇ କେତେକ ଅପପ୍ରଚାର କରିଆସୁଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ସାଂଗଠନିକ ଦକ୍ଷତା ଉପରେ ଭରସା କରି ଗତ କାଲି ଏହି ଦାୟିତ୍ୱ ଦେଇଛନ୍ତି । ବବିଙ୍କ ଆପ୍ରାଣ ଉଦ୍ୟମ ପାଇଁ ରାଜ୍ୟରେ ବିଜେଡ଼ିର ସାଂଗଠନିକ ପୃଷ୍ଠଭୂମି ବେଶ ସୁଦୃଢ଼ ରହିଛି । ଜଣେ ଦକ୍ଷ ବିଧାୟକ ଭାବେ ସେ ତାଙ୍କ ଅଂଚଳରେ ଖୁବ ଲୋକପ୍ରିୟ ବି ଅଛନ୍ତି । ଏହାଛଡ଼ା ସେ ଓସିଏ ଭଳି ବୃହତ୍ କ୍ରୀଡ଼ା ସଂଗଠନରେ ମର୍ଯ୍ୟଦାଜନକ ସଭାପତି ଦାୟିତ୍ୱ ସମ୍ଭାଳୁଛନ୍ତି । ନିଜ ଜିଲ୍ଲା ଯାଜପୁରରେ ତାଙ୍କର ଦବ୍‌ଦବା ଏବେବି ଜାରୀ ରହିଛି ।

    ଏଥିସହ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଯୁକ୍ତ କରିଛନ୍ତି । ନୂତନ କମିଟିରେ ଦେବାଶିଷ ସାମନ୍ତରାୟ ଓ ଏବଂ ପ୍ରଭାସ କୁମାର ସିଂହଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି । ସୁବାସ ସିଂହଙ୍କୁ ମହାସଚିବ ଦାୟିତ୍ୱ ମିଳିଛି । କେନ୍ଦ୍ରୀୟ ସଂଯୋଜକ ଭାବେ ୧୦ଜଣଙ୍କୁ ନିଯୁକ୍ତ କରାଯାଇଛି । ଏଥିରେ ଯାଜପୁର ଜିଲ୍ଲାର ୦୨ ପ୍ରଭାବଶୀଳ ନେତା ଯଥା-ପ୍ରଣବ ପ୍ରକାଶଙ୍କ ଏକାନ୍ତ ଅନ୍ତରଙ୍ଗ ତଥା ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ଦାୟିତ୍ୱ ମିଳିଛି । ଶ୍ରୀ ଦାସ, ଶ୍ରୀ ବଳବନ୍ତରାୟ ଇଂ. ଘଡ଼ାଇଙ୍କୁ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ସାମ୍ମୁଖ୍ୟରେ ସ୍ଥାନ ପାଇଥିବା ଅନ୍ୟ ୦୮ଜଣ ହେଲେ-ନିରଞ୍ଜନ ବିଶି, ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବକିଶୋର ମହାନ୍ତି, ପଂଚାନନ ସେନାପତି, ବୈଦ୍ୟନାଥ ଦାସ, ରାଜୀବ ମହାନ୍ତି ଓ ଜଗଦୀଶ ବିଶ୍ୱାଳ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close