କଟକ ଭିଜିଲାନ୍ସ ଓ ଯାଜପୁରରୋଡ ବନ ବିଭାଗ ପକ୍ଷରୁ ହାଟଡିହ ଛକରେ ଚଢ଼ାଉ, ୫୦ ସିଫ୍ଟ କାଠ ସହ ଗାଡି ଜବତ, ଜଣେ ଗିରଫ

ଯାଜପୁର,୧୫ା୦୯(ଉ. ନ୍ୟୁଜ୍ ବ୍ୟୁରୋ): କଟକ ଭିଜିଲାନ୍ସ ଓ ଯାଜପୁରରୋଡ ବନ ବିଭାଗ ପକ୍ଷରୁ ହାଟଡିହ ଗାଁ ଛକରେ ଚଢ଼ାଉ କରି ୫୦ ସିଫ୍ଟ କାଠ ଗାଡି ଜବତ କରିବା ସହିତ ଜଣେଙ୍କୁ ଗିରଫ କରିଥିବା ସୂଚନା ମିଳିଛି ସୂଚନା ମୁତାବକ କଟକ ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଧେଶ କଟକ ଭିଜିଲାନ୍ସ ରେଞ୍ଜର ବବିତା ସୋରେନ ଓ ଯାଜପୁର ରୋଡ ବନ ବିଭାଗ ରେଞ୍ଜର ଜ୍ୟୋତି ରଂଜନ ମହାପାତ୍ର ଦଶରଥପୁର ଥାନା ହାଟଡିହ ଗାଁ ଛକରେ ଚଢ଼ାଉ କରିଥିଲେ ଏହି ସମୟରେ ଜଣେ ବ୍ୟକ୍ତି ଗାଡ଼ିରେ କାଠ ଆଣିଥିବା ଦେଖି ଗିରଫ କରିନେଇଥିଲେ ତେବେ ଏହି ଗିରଫ ଅଭିଯୁକ୍ତ ଜଣଙ୍କ ଭଦ୍ରକ ଜିଲ୍ଲା ଅଂଚଳର ଏସ.କେ ସାଉଦିନ ବୋଲି ଜଣାପଡିଛି ସେପଟେ ବନ ବିଭାଗ ପକ୍ଷରୁ ଆଜି ଏହି ଅଭିଯୁକ୍ତକୁ ଗିରଫ କରିବା ପରେ କେଶ ନମ୍ବର OR 52JR /2023-24ରେ ଗୋଟିଏ ମାମଲା ରୁଜୁ କରିଥିବା ସୂଚନା ମିଳିଛି ବନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରି ୫୦ ସିଫ୍ଟ କାଠ ସମେତ ଗାଡି ଜବତ କରିଥିବା ସୂଚନା ମିଳିଛି ଏହି ଚଢ଼ାଉରେ ଫରେଷ୍ଟର ଦୁର୍ଯ୍ୟଧାନ ବେଜ, ସ୍କ୍ୱାର୍ଡ ତ୍ରିଲୋଚନ ଦାଶ, ଅଜୟ କୁମାର ମଲ୍ଲିକ, ଦେବେନ୍ଦ୍ର ସେଠି, ସରୋଜ ସୋରୂପ ନାୟକ, ନିର୍ମଳ କୁମାର ମଲ୍ଲିକ ସାମିଲ ଥିଲେ  ବନ ବିଭାଗ ଦ୍ୱାରା ଜବତ ଗାଡିକୁ ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇ ତଦନ୍ତ କରାଯାଉଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close