ଯାଜପୁରର ମେଡ଼ିକାଲ କଲେଜ ଯଯାତି କେଶରୀଙ୍କ ନାଁରେ ନାମିତ ହେଲା

ଭୁବନେଶ୍ୱର, ୧୩ା୦୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ମେଡ଼ିକାଲ କଲେଜକୁ ଯଯାତି କେଶରୀଙ୍କ ନାଁରେ ନାମିତ କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଂଜୁରି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଭି.କେ.ପାଣ୍ଡିଆନଙ୍କ ଯାଜପୁର ଗସ୍ତ ବେଳେ କିଛି ବ୍ୟକ୍ତି ଏନେଇ ତାଙ୍କୁ ଅନୁରୋଧ କରିଥିଲେ । ସୋମବଂଶୀ ରାଜା ଯଯାତି କେଶରୀ ଲିଙ୍ଗରାଜ ମନ୍ଦିର ସମେତ ଅନେକ କୀର୍ତିରାଜି ରାଜ୍ୟରେ ତୋଳି ଯାଇଛନ୍ତି । ତାଙ୍କ ଦ୍ୱାରା ସ୍ଥାପିତ ଅଭିନବ ଯାଜନଗର ଅନୁଯାୟୀ ଆଧୁନିକ ଯାଜପୁରର ନାମକରଣ ହୋଇଛି । ଯାଜପୁର ମେଡ଼ିକାଲ କଲେଜ ତାଙ୍କ ନାମରେ ନାମିତ କରିବା ଏହି ଐତିହାସିକ ବ୍ୟକ୍ତିତ୍ୱଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ହେବ । ଯାଜପୁର ସରକାରୀ ମେଡ଼ିକାଲ କଲେଜ ୨୦୨୪ରୁ କାର୍ଯ୍ୟକ୍ଷମ ହେବ । ୫୨୬.୨୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ମେଡ଼ିକାଲ କଲେଜରେ ୨୦୨୪-୨୫ ଶିକ୍ଷାବର୍ଷରୁ ୧୦୦ ଏମ୍‌ବିବିଏସ୍ ଆସନରେ ପାଠପଢ଼ା ହେବ । ଏଥିପାଇଁ ନାମଲେଖା ଅନୁମତି ନେଇ ଜାତୀୟ ମେଡ଼ିକାଲ କମିସନ୍‌ଙ୍କ ନିକଟରେ ରାଜ୍ୟ ସରକାର ଆବେଦନ କରିବେ । ଯଯାତି କେଶରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଖୋଲିବା ପରେ ରାଜ୍ୟରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୨କୁ ବୃଦ୍ଧି ପାଇବ । ରାଜ୍ୟରେ ପ୍ରତିବର୍ଷ ୧୬୫୦ ଏମ୍‌ବିବିଏସ୍ ଛାତ୍ର ବାହାରିବେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close