ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ମାହାଙ୍ଗା ପଡ଼ିଲା, ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ଏଏସ୍ ଆଇ ନିରଞ୍ଜନ ମହାନ୍ତି

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ): ଏଏସ୍ ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି । ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା ଫାଟକ ପାଖରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ । ଏହି ସମୟରେ ଏଏସ୍ଆଇ ନିରଞ୍ଜନ ମହାନ୍ତି  ୱାର୍ଡ ମେମ୍ବରଙ୍କୁ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି । ଏଏସ୍‌ଆଇଙ୍କ ଆକ୍ରମଣରେ ୱାର୍ଡ ମେମ୍ବରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।ପରେ ଜଙ୍କିଆ ଥାନାର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହିତ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଏତଲା ଗ୍ରହଣ କରିଥିଲେ । ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି । ଏଏସଆଇ ଥାନାରେ ନିଶାସକ୍ତ ଥିବା ବେଳେ  ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ତେବେ ଅଫିସ ଡ୍ୟୁଟି ସମୟରେ କିପରି ଅଧିକାରୀଜଣକ ନିଶାସକ୍ତ ହୋଇ କାମ କରୁଛନ୍ତି ତାହାକୁ ନେଇ ନାନା ଆଲୋଚନା ହେଉଛି ।                                                                         (ଉମାକାନ୍ତ ମହାପାତ୍ରଙ୍କ ରିପୋର୍ଟ)

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close