ଚୋରା ନିଶା ବେପାରୀଙ୍କୁ କବଜା କରିଛି ଅବକାରୀ ବିଭାଗ, ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ
ଯାଜପୁର(ବ୍ୟାସନଗର): ଗତ କିଛିଦିନ ହେବ ଯାଜପୁରରୋଡ ଏବଂ ଏହାର ଆଖପାଖ ଅଂଚଳରେ ଚୋରା ନିଶା ବେପାରୀଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି l ତାକୁ ସାମ୍ନା କରିବା ପାଇଁ ଆକ୍ସନ ମୁଡ଼ରେ ଡୋଲୀପୁର ଅବକାରୀ ବିଭାଗ l ଚୋରା ନିଶା ବେପାରୀଙ୍କ ନିଦ ହଜେଇଦେଲାଣି ଡୋଲୀପୁର ଅବକାରୀ ବିଭାଗ l ଗୋଟେ ପରେ ଗୋଟେ ଆସାମୀକୁ ଧରିବାରେ ସଫଳ ହେଉଛି ଅବକାରୀ ପୋଲିସ l ଖବର ମୁତାବକ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶ କ୍ରମେ ଇନ୍ସିପେକ୍ଟର ସମୀର କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଡୋଲୀପୁର ଅବକାରୀ ବିଭାଗର ଅଧିକାରୀ ଶ୍ରୀକାନ୍ତ ପଣ୍ଡା, ସୁକିନ୍ଦା ଅବକାରୀ ବିଭାଗ ଅଧିକାରୀ ଭରତ କୁମାର ମିଶ୍ର, ଜିଲ୍ଲା ମୋବାଇଲ ସ୍କାର୍ଡ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ଖିରୋଦ କୁମାର ସାହୁ, ବିପିନ କୁମାର ପ୍ରଧାନ, ବିଭୁ ସାହୁ ପ୍ରମୁଖ ଯାଜପୁରରୋଡର ଚୂନଭାଟି ପ୍ଲଟ ନିକଟରେ ଚଢ଼ାଉ କରି ୫୩ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସଂଗେ ସଂଗେ ଆସାମୀ ସେଠାକାର ଶଙ୍କର୍ଷଣ ରାଉତ (୪୫)ଙ୍କୁ ଗିରଫ କରି କେଶ ନମ୍ବର ୧୨୦/୨୩-୨୪ରେ ମାମଲା ୠଜୁକରି କୋର୍ଟ ଚାଲାଣ କରିଛି l ଅବକାରୀ ବିଭାଗର ଏପରି ଗୋଟେ ପରେ ଗୋଟେ ସଫଳତାକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି l ଆଗକୁ ଏହି ଚଢ଼ାଉ ଆହୁରି ଜୋରଦାର କରାଯିବା ନେଇ ଅବକାରୀ ବିଭାଗ ଅଧିକାରୀ ଶ୍ରୀକାନ୍ତ ପଣ୍ଡା ସୂଚନା ଦେଇଛନ୍ତି l (ଉମାକାନ୍ତ ମହାପାତ୍ରଙ୍କ ରିପୋର୍ଟ)