୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଓସେପା ୱେବସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର;୧୧/୦୯ (ଜ୍ୟୋତି ରଞ୍ଜନ ଙ୍କ ଠାରୁ): ରାଜ୍ୟରେ ପ୍ରାଥମିକ ଶିକ୍ଷକ ଅଭାବ ପୂରଣ ପାଇଁ ସେମାନଙ୍କୁ ବର୍ଷିକିଆ ଚୁକ୍ତି ଅର୍ଥାତ ସ୍କିମେଟିକ୍ ଭାବେ ନିଯୁକ୍ତି ଦିଆଯିବ ।ରାଜ୍ୟର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ ।ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ ।ଏନେଇ ଓସେପା ୱେବସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିଲା ବେଳେ, ଅକ୍ଟୋବର ୧୦ ଶେଷ ତାରିଖ ରହିଛି।ଆଶାୟୀ ପ୍ରାଥୀମାନେ ଯେଉଁମାନେ ଆବଶ୍ୟକ ଯୋଗ୍ୟତା ରଖୁଛନ୍ତି ସେମାନେ ଓସେପା ୱେବସାଇଟ୍‌ – https://osepa.odisha.gov.in
ରେ ଯାଇ ଆବେଦନ କରିପାରିବେ। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଗଣଶିକ୍ଷା ବିଭାଗ ରୁ ସୂଚନା ମିଳିଛି। ଏହି ନିଯୁକ୍ତିର ସମସ୍ତ ସୂଚନା ଓସେପାର ୱେବସାଇଟରେ ଜାରି କରାଯାଇଛି। ଅନଲାଇନ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ ଏହି ନିଯୁକ୍ତି ପରୀକ୍ଷା କରାଯିବ ।
ପ୍ରଥମରୁ ପଞ୍ଚମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏପରି ଭାବେ ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।ଜଣେ ନୋଡାଲ ଅଧିକାରୀ ଏହି ଦାୟିତ୍ୱରେ ରହିବେ ।ନିଯୁକ୍ତି ପାଇବା ପରେ ଶିକ୍ଷକମାନେ ଜିଲ୍ଲା ପରିଷଦ ଅଧିନରେ ରହିବେ ଓ ବାର୍ଷିକ ଚୁକ୍ତି ସମାପ୍ତ ହେବା ପରେ ସେମାନଙ୍କର ନବୀକରଣ କରାଯିବ । ସେମାନେ ମାସିକ ପାରିଶ୍ରମିକ ପାଇବେ । ତେବେ ଦକ୍ଷତା ନଥିଲେ ଶିକ୍ଷକଙ୍କୁ ୩୦ ଦିନର ନୋଟିସ୍ ଦିଆଯାଇ କାର୍ଯ୍ୟରୁ ଅନ୍ତର କରିଦିଆଯିବ । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏହି ଦକ୍ଷତା ନିର୍ଦ୍ଧାରଣ କରିବେ ।ଆଶାୟୀମାନେ ଉପଯୁକ୍ତ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ । ଏହା ପରେ ଆବଶ୍ୟକ ତଥ୍ୟ ଅପଲୋଡ୍ କରି ଆବେଦନ କରିବେ । ଅନ୍‌ଲାଇନ୍‌ରେ ଆବେଦନ କରିବା ସମୟରେ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ଆଶାୟୀମାନେ ହେଲ୍ପଡେସ୍କ୍‌ର ୭୩୫୩୯୨୭୭୭୯ ନମ୍ବରରେ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close