କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକଙ୍କ ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ

ଯାଜପୁର;୮/୦୯(ନି ପ୍ର ): ଆଜି (ଶୁକ୍ରବାର) ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ବରିଷ୍ଠ ଓଡ଼ିଶା ସୂଚନା ସେବା ଅଧିକାରୀ ହେମନ୍ତ କୁମାର ନାୟକ ଏକ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ । ପୂର୍ବାହ୍ନରେ ଜିଲ୍ଲା ପଦକ୍ଷଣ ଭବନ ଠାରେ ଶ୍ରୀ ନାୟକ ପହଞ୍ଚିଲା ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ସ୍ୱାଗତ କରିଥିଲେ । କାର୍ଯ୍ୟ।ଳୟର ବରିଷ୍ଠ ରାଜସ୍ଵ ସହାୟକ ସୁବ୍ରତ କୁମାର କାନୁନଗୋ, ନିକ୍ଷେପକ ଶାନ୍ତନୁ କୁମାର ସାହୁ , କନିଷ୍ଠ ଭଣ୍ଡାର ରକ୍ଷକ ସତ୍ୟଜିତ ନାୟକ ଓ ଯାନ ଚାଳକ ସୁରେନ୍ଦ୍ରନାଥ ସାହୁ ପ୍ରମୁଖ ନିର୍ବାହ କରୁଥିବା ଦାୟିତ୍ଵ ସମ୍ବନ୍ଧରେ ନିର୍ଦ୍ଦେଶକ ସମୀକ୍ଷା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗ କାଗଜାତ ପତ୍ର, ସାଧାରଣ ଭଣ୍ଡାର, ଡାକବାଜି ଯନ୍ତ୍ର ଭଣ୍ଡାର, ସୂଚନା କେନ୍ଦ୍ର ପାଠାଗାର, ଯାଜପୁର ଟାଉନ ଓ ଯାଜପୁର ରୋଡ଼ କାର୍ଯ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । କର୍ମଚାରୀମାନଙ୍କର ସେବା ପୁସ୍ତିକା, ବ୍ୟକ୍ତିଗତ ଅଭିଯୋଗର ଶୁଣାଣି ମଧ୍ୟ କରିଥିଲେ । ସେହିପରି ସୂଚନା ଅଧିକାର ଅଧିନିୟମରେ ଆସିଥିବା ଦରଖାସ୍ତଗୁଡିକୁ ରେଜିଷ୍ଟରରେ ଲିପିବଦ୍ଧ କରିବା, କାର୍ଯ୍ୟାଳୟର ଜି.ଏସ.ଟି. ନମ୍ବର ବ୍ୟବହାର କରିବା, ଦୀର୍ଘ ଦିନର ଗଚ୍ଛିତ ଥିବା ପୁରୁଣା ସମ୍ବାଦପତ୍ର ଗୁଡିକୁ ନିଲାମ କରାଇବା, ସୂଚନା କେନ୍ଦ୍ର ଓ ପାଠାଗାର ଯାଜପୁରର ପାଠକ ପାଠିକାମାନଙ୍କ ନିମନ୍ତେ ଆକୁୱ।ଗାର୍ଡ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରଙ୍କୁ କାର୍ଯ୍ୟକାରୀ କରାଇବା, ଉତ୍କଳ ପ୍ରସଙ୍ଘ ଓ ଓଡ଼ିଶା ରିଭ୍ୟୁ ବିକ୍ରୟ ଅର୍ଥକୁ କ୍ୟାଶ ବୁକ ପ୍ରଦର୍ଶନ କରାଇବା ଏବଂ ଏଜି. ଆଇ. ଆର. ଓ ଡି.ଏ. ଆର. ରିପୋର୍ଟ୍ ଗୁଡିକୁ ସମାଧାନ କରିବା ଦିଗରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାଜ୍ୟ ସରକାରଙ୍କର ଆସନ୍ତା ୧୫ ତାରିଖରୁ ୩୦ ତାରିଖ ମଧ୍ୟରେ ପାରମ୍ପାରିକ ଲୋକକଳା, ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ସରକାରଙ୍କର ଦଶ ଗୋଟି ଅଗ୍ରଣୀ ଯୋଜନାର ପ୍ରତ୍ୟେକ ଗ୍ରାମରେ ପ୍ରଚାର ଓ ପ୍ରସାର ନିମନ୍ତେ ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ସମ୍ବଦ୍ଧରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଉପନିର୍ଦ୍ଦେଶକଙ୍କ ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close