ବ୍ୟାସନଗର ପୌରାଞ୍ଚଳରେ ମାତିଛନ୍ତି ମୋବାଇଲ ,ବାଇକ,ସାଇକେଲ ଲୁଟେରା

ବ୍ୟାସନଗର;୦୭/୦୯ (ନି ପ୍ର): ବ୍ୟାସନଗର ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ମୋବାଇଲ ବାଇକ,ସାଇକେଲ ଲୁଟେରା ଙ୍କ ରାଜ।ପୋଲିସ ପ୍ରଶାସନ କୁ ଖାତିରି ନକରି ଚୋରୀ ପରେ ଚୋରୀ କରିଚାଲିଛନ୍ତି।ଚିନ୍ତାରେ ସାଧାରଣ ଜନତା।
         ପୂର୍ବ ବର୍ଷ ଠିକ୍ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଫେରୋକ୍ରୋମ କଲୋନୀ ଗେଟ ଆଖଣ୍ଡଳମଣି ମଣୀ ମନ୍ଦିର ନିକଟରେ ଥିବା ନୀଳ ରଙ୍ଗର କୋଠା ଘରୁ ଦୁର୍ବୁତ୍ତମାନେ ଲୁଟିନେଇଥିଲେ ଏକାଧିକ ମୋବାଇଲ ଫୋନ। ଜଣକର ଝରକା ଖୋଲା ଥିବାବେଳେ ଚୋର ଦୁଇଜଣ ଅତି ସାବଧାନ ସହକାରେ ଲମ୍ବା ବାଉଁଶର ସହାୟତାରେ ଟାଣି ନେଇଥିଲେ ମୋବାଇଲ ଆଉ ଜଣକର ଝରକା ଜାଲି କୁ ମଧ୍ୟ କାଟି ନେଇଯାଇଥିଲେ। ପୁଣି ଏହି ଘଟଣାର ପୁନରାବୃତ୍ତି ଘଟିଛି ମଙ୍ଗଳବାର ରାତିରେ ଏହି ପରିସରରୁ ଏକ ସାଇକେଲ ଚୋରୀ ହୋଇଥିବା ସୂଚନା ମିଳିଛି।
ଏକ ସପ୍ତାହ ପୂର୍ବରୁ ଏହି ଅଞ୍ଚଳରୁ ଏକ ସ୍କୁଟି ଚୋରୀ ହେଉଥିବା ବେଳେ ଲୋକେ ଡକା ଡକି ହେବା ବେଳକୁ ଚୋରଟି ଦୌଡ଼ି ପକାଇଥିଲା। ଭୟ ବୋଲି କିଛି ଅଛି ବୋଲି ତାହା ଏଠାକାର ଚୋରଙ୍କ ଠାରୁ ଲୋପ ପାଇଥିବା ଜଣାପଡିଛି ଏହାର କାରଣ ପୋଲିସ ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି କଲୋନିରୁ ଗତ ଦୁଇ ବର୍ଷ ପୂର୍ବେ ଗୋଟିଏ ମୋଟରସାଇକେଲ ଚୋରି ହୋଇଥିଲା ଘର ମାଲିକ ପୋଲିସ କୁ ଜଣାଇଥିଲେ ଓ ଗାଡି ମାଲିକ ଏକ ଏଫାୟାର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନା ଚୋର ନା ବାଇକର କୌଣସି ସନ୍ଧାନ ମିଳି ପାରିଲା ନାହିଁ । ଦିନକୁ ଦିନ ଏଭଳି ଅନେକ ଚୋରି ଘଟଣା ବ୍ୟାସନଗର ପୌର ଅଞ୍ଚଳରେ ବଢ଼ିବାରେ ଲାଗିଛି ନା ଅଞ୍ଚଳରେ ପୋଲିସ ପ୍ରଶାସନ ତରଫରୁ ପେଟ୍ରୋଲିଂ ନା କୌଣସି ଯାଞ୍ଚ।ପ୍ରଶାସନ ଟିକେ ଏଥିପ୍ରତି ଧ୍ୟାନ ଦେଲେ ସାଧାରଣ ଜନତା ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ନିଜ ଜିନିଷ ବି ସୁରକ୍ଷିତ ମଣିପାରନ୍ତେ।ସି ସି ଟିଭି ଫୁଟେଜ ଜରିଆରେ ଚୋରକୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ଜନସାଧାରଣଙ୍କୁ ଟିକେ ଅଶ୍ୱସ୍ତି ମିଳିପାରନ୍ତା। ଏବେ ଅପେକ୍ଷା ରେ ପ୍ରଶାସନ ର ତତ୍ପରତାକୁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close