ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଣ୍ଡବ ଚରଣ ନାୟକଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ଯାଜପୁରରୋଡ଼,୦୬ା୦୯(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କଲୋନି ଗେଟ ନିକଟସ୍ଥ ୦୩ନଂ. ୱାର୍ଡ଼ର ଶିବାନନ୍ଦନଗର ଠାରେ ଆଜି ବୁଧବାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ୰ ପାଣ୍ଡବ ଚରଣ ନାୟକଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଛି । ତାଙ୍କର ଏକମାତ୍ର ପୁତ୍ର ପ୍ରଭାସ ଚନ୍ଦ୍ର ନାୟକ ଓ ବୋହୁ ସ୍ୱୟଂବାଳା ନାୟକ ଯଥା ରୀତି ମତେ ଶ୍ରାଦ୍ଧ କାର୍ଯ୍ୟ ସଂପାଦିତ କରିଛନ୍ତି । ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ସାନହଳପଡ଼ା ଗ୍ରାମର ୰ ନାୟକ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟମାନଙ୍କରେ ଦକ୍ଷତାର ସହ କାର୍ଯ୍ୟକରି ୨୦୦୦ ମସିହାରେ ଚାକିରିରୁ ଅବସର ଗ୍ରହଣ କରି ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିୟୋଜିତ ଥିଲେ । ଗତ ବର୍ଷ ତା ୧୭/୦୮/୨୦୨୨ରେ ସେ ପରଲୋକ ଗମନ କରିଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ଥିଲେ ଓ ନିଜ କାର୍ଯ୍ୟରେ କ୍ୱଚିତ ଅବହେଳା କରୁଥିଲେ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ହାଟସାହି, କଣ୍ଡିଆହାଟ, ରାଜକନିକା ଆଦି ବିଦ୍ୟାଳୟରେ କାର୍ଯ୍ୟକରିଛନ୍ତି । ତାଙ୍କର ପୁଅବୋହୁ ଓ ସହଧର୍ମିଣୀ ଭାରତୀ ନାୟକ ଯାଜପୁରରୋଡ଼ର ଶିବାନନ୍ଦନଗରରେ ବସବାସ କରୁଛନ୍ତି । ପୁଅ ଜଣେ ବ୍ୟବସାୟୀ ଓ ବୃକ୍ଷପ୍ରେମୀ ଅଟନ୍ତି । ୰ ନାୟକଙ୍କ ୧ମ ଶ୍ରାଦ୍ଧ ବାର୍ଷିକରେ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close