ଆସିଗଲା ପାର୍ବଣ ରୁତୁ, ଆରମ୍ଭ ହୋଇଛି ଖୁଦୁରୁକୁଣି ଓଷା

 

(ବ୍ୟୁରୋ ରିପୋର୍ଟ) : ଓଡ଼ିଶାରେ ବାର ମାସରେ ତେର ପର୍ବ।ହିନ୍ଦୁ ଧର୍ମର ପ୍ରତ୍ୟେକଙ୍କ ଘରେ ସବୁ ମାସରେ କିଛି ନା କିଛି ପୂଜା ଉପାସନା କରାଯାଇଥାଏ। ଏହି କ୍ରମରେ ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବ ମାସର ପ୍ରତି ରବିବାରେ ଜଗତ ଜନନୀ ମା’, ମଙ୍ଗଳାଙ୍କୁ ଆରାଧନା କରନ୍ତି। ଖୁଦରକୁଣୀ ଓଷା ପାଇଁ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇଉଠେ ପୁରପଲ୍ଲୀ। କୁମାରୀମାନେ ଖୁଦରକୁଣୀ ଓଷାକୁ ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତି। ବହୁତ ଭକ୍ତିଭାବର ସହ ଏ ପୂଜା କରାଯାଇଥାଏ।ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ନିକଟରେ ପୂଜା କରିଥାନ୍ତି। ମଙ୍ଗଳାଙ୍କର ବିଗ୍ରହକୁ ଏଥିରେ ପୂଜାର୍ଚ୍ଚନା କରାଯାଇଥାଏ। ବଢ଼ି ଭୋରରୁ କୁମାରୀ ଝିଅମାନେ ସାଙ୍ଗ ହୋଇ ନଦୀକୁ ସ୍ନାନ ପାଇଁ ଯାଆନ୍ତି। ସେଠାରେ ସ୍ନାନାଦି ନିତ୍ୟକର୍ମ ସାରି ବାଲୁକା ସ୍ଥାପନ କରି ନିଜ ଭାଇମାନଙ୍କ ମଙ୍ଗଳ କାମନା କରି ଆରାଧନା କରିଥାଆନ୍ତି। ପରେ ଯେଝା ଘରକୁ ଯେ ଲେଉଟି ଆସିଥାନ୍ତି। ପରେ ମଙ୍ଗଳାଙ୍କର ବିଗ୍ରହ ନିକଟରେ ରଙ୍ଗ ବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ। ଫୁଲରେ ତୋରଣ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାସଜାରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ ।

     ପୂଜା ବେଳେ ଝିଅମାନେ ଗୀତ ବୋଲିଥାନ୍ତି। ଏଥିରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି। ଖୁଦୁରୁକୁଣୀ ପୁସ୍ତକରେ ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ରହିଛି। ବହି ପଢ଼ା ସରିବା ପରେ ମା’ଙ୍କ ପାଖରେ ନଡ଼ିଆ, କଦଳୀ,ଉଖୁଡ଼ା, ଖୁଦ, ପିଠା, ମିଠା ଆଦି ବିଭିନ୍ନ ପ୍ରକାର ଭୋଗ ଲଗାଯାଇଥାଏ। ପୂଜା ସରିବା ପରେ କୁମାରୀ ମାନେ ଏହି ଭୋଗକୁ ସମସ୍ତ ଦିଅନ୍ତି ଓ ନିଜେ ମଧ୍ୟ ଖାଇଥାନ୍ତି। ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ବ୍ରତ ପାଳନ କରାଯାଏ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close