‘ଉଦୟବଟ’ ତରଫରୁ ‘ରକ୍ଷାବନ୍ଧନ’ ଅବସରରେ ଗଛକୁ ପୂଜାର୍ଚ୍ଚନା ଓ ରାକ୍ଷୀ ବନ୍ଧନ

ବ୍ୟାସନଗର,୩୦/୮(ଉ. ନ୍ୟୁଜ୍ ବ୍ୟୁରୋ): ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରତିବର୍ଷ ପରି ବୃକ୍ଷ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇଛି । ଏବର୍ଷ ମଧ୍ୟ ନିଆରେ ଢ଼ଙ୍ଗରେ ‘ରକ୍ଷାବନ୍ଧନ’ ଉତ୍ସବ ପାଳନ କରାଯାଇଥିଲା । ଆଜି ଅପରାହ୍ନରେ ‘ଉଦୟବଟ’ ପରିସରରେ ଥିବା ପବିତ୍ର ଓଲଟପଦ୍ମ, ରୁଦ୍ରାକ୍ଷ, ବେଲ, ବଉଳ, ଗଂଗଶିଉଳୀ ଆଦି ବୃକ୍ଷର ମୂଳସବୁକୁ ସଫା କରାଯିବା ପରେ ପୂଜକ ଦୀପକ ରଂଜନ ପାଣିଗ୍ରାହୀ ବୃକ୍ଷଗୁଡିକର ପୂଜାର୍ଚ୍ଚନା କରିଥିଲେ । ‘ଉଦୟବଟ’ର ପରିବେଶବିଦ୍ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ଶିକ୍ଷାବିତ୍ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ନିରାକାର ନାୟକ, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ଓ ଉମାକାନ୍ତ ମହାପାତ୍ର, ଅସିତ ଦାସ, ବୃକ୍ଷପ୍ରେମୀ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ଅକ୍ଷୟ କୁମାର ଜେନା, ହରଦୟାଲ ସିଂହ, ନାରୀ ନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ପ୍ରମୋଦ କୁମାର ସାହୁ, ସୁମନ ରାୟ, ଧରଣୀଧର ବେହେରା, ବିଭୂପ୍ରସାଦ ଲେଙ୍କା, ବସନ୍ତ ପାତ୍ର, କଳିଙ୍ଗ କେଶରୀ ରାଉତ, ବାଲାଜି ପଟ୍ଟନାୟକ, ନରହରି ବେହେରା ପ୍ରମୁଖ ବୃକ୍ଷକୁ ପୂଜାର୍ଚ୍ଚନା କରିବା ସହିତ ତହିଁରେ ଫୁଲ, ଚନ୍ଦନ, ଧୂପ, ଦୀପ, ପାଣି, ସିନ୍ଦୁର, ବସ୍ତ୍ର ଆଦି ଦେଇ ସେଥିରେ ରାକ୍ଷୀ ବାନ୍ଧିଥିଲେ । ବୃକ୍ଷର ଉପକାରିତା ଉପରେ ମଧ୍ୟ ଏଠାରେ ଆଲୋଚନା କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close