୨୪ ପ୍ରଗଣା ଦତ୍ତପୁକୁର ବାଣ କାରଖାନାରେ ବିସ୍ପୋରଣ; ୮ ମୃତ୍ୟୁ, ଏକାଧିକ ଆହତ

 

କଲିକତା: ପଶ୍ଚିମବଙ୍ଗ ୨୪ ପ୍ରଗଣା ଦତ୍ତପୁକୁର ଅଞ୍ଚଳରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ। ଏଥିରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଦାମର ଛାତ ଉଡିଯାଇଛି । ଆଜି ସକାଳେ ଏହି ବିସ୍ଫୋରଣ ଘଟିଥିଲା । ଏହି ସମୟରେ ଫ୍ୟାକ୍ଟ୍ରିରେ ଅନେକ କର୍ମଚାରୀ ଥିଲେ । କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି ।

       ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଉତ୍ତର ୨୪ ପ୍ରଗଣା ଦତ୍ତପୁକୁର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । କାରଖାନାର ଛାତ ଉଡିଯିବାରୁ ଅନୁମାନ କରାଯାଉଛି ବିସ୍ଫୋରଣ କେତେ ଭୟଙ୍କର ଥିଲା । ଖବର ପାଇ ଉଦ୍ଧାରକାରୀ ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

      ସେପଟେ, ରାଜ୍ୟରେ କ୍ଷମତାସୀନ ଟିଏମସି ନେତାଙ୍କ ସହାୟତାରେ ଏହି ବେଆଇନ ବାଣ କାରଖାନା ଚାଲିଥିବାର ଅଭିଯୋଗ ହୋଇଛି ଏବଂ ଏଥିପାଇଁ ପୁଲିସକୁ ମଧ୍ୟ ଟଙ୍କା ଦିଆଯାଉଥିବା କେତେକ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅନ୍ୟ ଏକ ବାଣ କାରଖାନାକୁ ନଷ୍ଟ କରି ଦେଇଥିବାର ସୂଚନା ମିଳିଛି । ପଶ୍ଚିମବଂଗର ବିଭିନ୍ନ ଇଲାକାରେ ଥିବା ଏଭଳି ବାଣ କାରଖାନାକୁ ଓଡ଼ିଶାରେ ରହୁଥିବା କେତେକ ବଂଗୀୟ ଲୋକେ କହିଛନ୍ତି ଯେ, ଏସବୁ ଟିଏମସିର ‘ବୋମା’ କାରଖାନା । ନିର୍ବାଚନ ପୂର୍ବରୁ ଓ ପରେ ହିଂସା ପାଇଁ ଏସବୁ ପ୍ରସ୍ତୁତ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତୀବ ଶୋଚନୀୟ ଅବସ୍ଥାରେ ଥିବାର ଅଭିଯୋଗ ହୋଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close