ଆଇ.ସି.ପି ରାଜ୍ୟରେ କ୍ଷମତାକୁ ଆସିଲେ ଗୃହିଣୀମାନେ ମାସିକ ୧୦୦୦ଟଙ୍କା ଗୃହିଣୀ ଭତ୍ତା ପାଇବେ

ଭୁବନେଶ୍ବର: ୨୭-୮-୨୦୨୩: ଓଡ଼ିଶାରେ ଗୃହିଣୀମାନେ ମାସିକ ଟଙ୍କା ୧୦୦୦.୦୦ ଗୃହିଣୀ ଭତ୍ତା ପାଇବେ। ଓଡିଶାର ଆଗାମୀ ବିଧାନସଭା ନିର୍ବାଚନର ଫଳାଫଳ ଭିତ୍ତିରେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସରକାର ଗଢିଲେ ; ଆସନ୍ତା ତା ୧-୬-୨୦୨୪ ରିଖ (ଶନିବାର)ଠାରୁ ଓଡିଶାରେ ମହିଳା ସଶକ୍ତୀକରଣ ପାଇଁ ୧୦ (ଦଶ) ସୂତ୍ରୀ କାର୍ଯ୍ୟକ୍ରମ ପ୍ରଚଳନ କରିବ ।

୧. ଆସନ୍ତା ତା ୧-୬-୨୦୨୪ ରିଖ (ଶନିବାର) ଠାରୁ ସାରା ଓଡ଼ିଶାର ଗୃହିଣୀମାନଙ୍କୁ ମାସିକ ଟ.୧୦୦୦.୦୦ (ଏକ ହଜାର ଟଙ୍କା) ଗୃହିଣୀ ଭତ୍ତା ଦେବ । ଗୃହିଣୀ ଭତ୍ତା ସାରା ଓଡ଼ିଶାରେ ଆଦୃତ ହେଲେ ଏହାକୁ ମାସିକ ଟ.୨୦୦୦.୦୦ (ଦୁଇ ହଜାର ଟଙ୍କା)କୁ ବୃଦ୍ଧି କରାଯିବ ।
୨. ଗୃହିଣୀମାନଙ୍କୁ ବର୍ଷକୁ (ଚାରି) ଖଣ୍ଡ ଶାଢୀ ବା ବସ୍ତ୍ର ଉପହାର ଦିଆଯିବ ।
୩. ଗୃହିଣୀମାନଙ୍କୁ ଅତିବେଶୀରେ ୪ (ଚାରି) ଭରି ସୁନା ଅଳଙ୍କାର ବିନା ସୁଧରେ ଦୀର୍ଘମିଆଦି ସବ୍ ସିଡ଼ି ଋଣ ସୂତ୍ରରେ କିଣିବା ସ୍କିମ ପ୍ରଚଳନ କରାଯିବ । ଗରିବ ଗୃହିଣୀମାନଙ୍କୁ ଅଗ୍ରାଧିକାର ଦିଆଯିବ ।
୪. ଅତି ଗରିବ ଗୃହିଣୀମାନଙ୍କୁ ଗୋଟିଏ ଲେଖାଏଁ 5-G ମୋବାଇଲ ଫୋନ ମାଗଣାରେ ଦିଆଯିବ। ଅନ୍ୟ ମାନଙ୍କୁ 5-G ମୋବାଇଲ ଫୋନ୍ ବିନା ସୁଧରେ ଦୀର୍ଘମିଆଦି ୫ (ପାଞ୍ଚ) ବର୍ଷିଆ ଋଣରେ କିଣିବା ପାଇଁ ସ୍କୀମ ପ୍ରଚଳନ କରାଯିବ।
୫. ସାରା ଓଡ଼ିଶାର ମହିଳା ମାନଙ୍କର ଧନ, ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ଓ ନିରାପତ୍ତା ପ୍ରଦାନ କରାଯିବ । ଏଥିପାଇଁ ଦିବାରାତ୍ର କାର୍ଯ୍ୟ କରିବା ପାଇଁ ବହୁ ସଂଖ୍ୟାରେ ମହିଳା ପୋଲିସ୍ ଙ୍କୁ ନିଯୁକ୍ତି ଦିଆଯିବ। ଶତ ପ୍ରତିଶତ ମହିଳା ସୁରକ୍ଷା ଆଇନ ପ୍ରଣୟନ ହେବ ।
୬. କନ୍ୟା ଜନ୍ମ ଦେଉଥିବା ଦମ୍ପତିମାନଙ୍କୁ ଜନ୍ମ ଦେବା ଦିନ ଟ.୫୦୦୦.୦୦ ( ପାଞ୍ଚ ହଜାର ଟଙ୍କା) ପୁରସ୍କାର ଦିଆଯିବ ଏବଂ ଏକ ହଳ ଲେଖାଏଁ ବସ୍ତ୍ର ଉପହାର ଦିଆଯିବ। ୫୦,୦୦୦,୦୦.୦୦(ପଚାଶ ଲକ୍ଷ ଟଙ୍କାର) ଏକ ବିବାହ ବୀମା (Marriage insurance) କରାଯିବ। ଝିଅକୁ ୨୧ ବର୍ଷ ବୟସ ହେବା ମାତ୍ରେ ତାର ବିବାହ ପାଇଁ ଏହି ଟଙ୍କା ଝିଅକୁ ମିଳିବ ।
୭. ପ୍ରତି ଜିଲ୍ଲା ସଦର ମହକୁମାରେ ପ୍ରତି ସହରରେ ଏବଂ ପ୍ରତି ପଞ୍ଚାୟତ ସମିତି ଅଞ୍ଚଳରେ ଗୋଟିଏ ଲେଖାଏଁ କର୍ମଜୀବୀ ମହିଳା ନିବାସ ନିର୍ମାଣ ହେବ ।
୮. କେଜି ରୁ ପିଜି ପଢ଼ିବା ପାଇଁ ପ୍ରତି ଜିଲ୍ଲା ସାଦର ମହକୁମା ରେ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ମହିଳା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବ। ଏଥିସବୁ ବିଶ୍ଵବିଦୟାଳୟରେ ୫୦ ପ୍ରତିଶତ ମହିଳା କର୍ମଚାରୀ ନିଯୁକ୍ତ ହେବେ ।
୯. ସାରା ଓଡ଼ିଶାର ପ୍ରତିଗ୍ରାମ , ପ୍ରତିସାହି, ପ୍ରତିବସ୍ତି ଓ ପ୍ରତି ୟୁନିଟ୍ ପ୍ରତି ସେକ୍ଟରରେ ଗୋଟିଏ ଲେଖାଏଁ ମହିଳା ଡାକ୍ତର କ୍ଲିନିକ୍ ନିର୍ମାଣ ହେବ ଏବଂ କାର୍ଯ୍ୟ କରିବ । ପ୍ରତି ମହିଳା କ୍ଲିନିକ୍ ର ଦାୟିତ୍ବରେ ଜଣେ ମହିଳା ଡାକ୍ତର ନିଯୁକ୍ତ ହେବେ । 
୧୦. ଶତ ପ୍ରତଶତ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ପ୍ରତି ୱା୍ଡରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ମହିଳା କର୍ମ ନିଯୁକ୍ତି ତାଲିମ କେନ୍ଦ୍ର କାର୍ଯ୍ୟ କରିବ । ଏହିସବୁ ମହିଳା କର୍ମ ନିଯୁକ୍ତି ତାଲିମ କେନ୍ଦ୍ରରେ ୭୫ ପ୍ରତିଶତ ମହିଳା କର୍ମଚାରୀ ଏବଂ ତାଲିମ୍ ଦାତା ନିଯୁକ୍ତି ହେବେ । ପ୍ରତି ଗୃହିଣୀଙ୍କୁ ଟ. ୧୦୦,୦୦୦ (ଏକ ଲକ୍ଷ ଟଙ୍କା) ସୁଧମୁକ୍ତ ଓ ସବ୍ ସିଡ଼ି ଋଣ ଯୋଗାଇ ଦିଆଯିବ। ଆଗାମୀ ବିଧାନ ସଭା ଏବଂ ଲୋକସଭା ନିର୍ବାଚନରେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ( ଆ.ଇ.ସି ପି)କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ଓଡ଼ିଶାରେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆ.ଇ.ସି.ପି) ସରକାର ଗଢନ୍ତୁ ।
    ସାରା ଓଡ଼ିଶାର ଗୃହିଣୀମାନଙ୍କୁ ଉପରୋକ୍ତ ୧୦ (ଦଶ)ଟି ଗ୍ୟାରେଣ୍ଟି ଦେବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆ.ଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତଙ୍କ  ନେତୃତ୍ୱରେ ସାରା ଓଡ଼ିଶା ପଦଯାତ୍ରା ଓ ରାଲିର ଆୟୋଜନ କରାଯାଇଛି । ଓଡ଼ିଶାର ମା, ଭଉଣୀମାନେ ଏକ ହୋଇ ପଦଯାତ୍ରା ଓ ରାଲିକୁ ସଫଳ କରିବା ପାଇଁ ସେ ନିବେଦନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close