ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା; ମଣିପୁରକୁ ଟପିଯିବ। ଆଶଙ୍କା; ଭି କେ ପାଣ୍ଡିଆନଙ୍କୁ ଗିରଫ ଦାବି

ଭୁବନେଶ୍ବର: ୨୭-୮-୨୦୨୩: ପାଞ୍ଚ ତାମିଲ ଚକ୍ରାନ୍ତ କରି ଓଡିଆମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିବାରୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ .ସି .ପି) ସଭାପତି ରମେଶ ଚନ୍ଦ୍ର ରାଉତ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।
    ଓଡିଶା ସରକାରଙ୍କର ଜଣେ  ସରକାରୀ ଅଫିସର ଭି କେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ସଙ୍ଗଠିତ କରିଚାଲିଛନ୍ତି ଏବଂ ଲୋକ ପ୍ରତିନିଧି ମାନଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର କରିଚାଲିଛନ୍ତି । ସାରା ଓଡିଶାବାସୀଙ୍କ ମନରେ କୁହୁଳୁଥିବା ନିଆଁ ଖୁବ୍ ଶୀଘ୍ର ହୁତ୍ ହୁତ୍ ହୋଇ ଜଳି ସାରା ଓଡିଶାକୁ ଜାଳି ପୋଡି ପାଉଁଶ କରିଦେବ ବୋଲି ଶ୍ରୀ ରାଉତ ସତର୍କ କରିଦେଇଛନ୍ତି । ଓଡିଶାର ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା ମଣିପୁରକୁ ଟପିଯିବ ବୋଲି ସେ ଆଶଙ୍କା କରିଛନ୍ତି । କେନ୍ଦ୍ର ସରକାର ଓ ମହାମହିମ ରାଷ୍ଟ୍ରପତି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ଶ୍ରୀ ରାଉତ ଦାବି କରିଛନ୍ତି ।

ଶ୍ରୀ ପାଣ୍ଡିଆନ ମହୋଦୟ ରାଜନେତାମାନଙ୍କୁ ପଛ କରି ଯେଉଁ ଯେଉଁ ଜାଗାକୁ ଯାଉଛନ୍ତି ସେଠାରେ କିଛି ନା କିଛି ଅଘଟଣ ଘଟିବାର ଦେଖାଗଲାଣି । ଆଗକୁ ଏହା ଅଧିକ ହେବାର ଆଶଙ୍କା ଜଳ ଜଳ ଦେଖାଯାଉଛି । ତା ସତ୍ୱେ ଜାଣିଶୁଣି ଆଇନ ଶୃଙ୍ଖଳାକୁ ହାତକୁ ନେଇ ସେ ସବୁଆଡ଼େ ବୁଲୁଛନ୍ତି । କଳ ବଳ, ଶାସନ କଳକୁ ଲଗାଇ ରାଜକୋଷ ବରବାଦ କରୁଛନ୍ତି । ଯଦି ରାଜନୀତି ପାଇଁ ସେ ଏତେ ପାଗଳ ହେଉଛନ୍ତି, ତାହାଲେ ସେ ସରକାରୀ ଚାକିରୀ ଛାଡି ରାଜନୀତିକୁ ଆସନ୍ତୁ ବୋଲି ଶ୍ରୀ ରାଉତ ଆହ୍ୱାନ କରିଛନ୍ତି । ତାଙ୍କ ଲାଗି ଯଦି ଆଗକୁ କିଛି ବଡ଼ ଅଘଟଣ ଘଟିବ ସେଥିଲାଗି ସେ ଓ ମୁଖ୍ୟମନ୍ତ୍ରୀ ଉଭୟ ଦାୟୀ ରହିବେ ବୋଲି ଶ୍ରୀ ରାଉତ କହିଛନ୍ତି । ଅନ୍ୟ ରାଜ୍ୟରୁ ଆସି ଓ ଆଗରୁ ରାଜନୀତି ନ କରି ଓଡ଼ିଶାରେ ରହି ରାଜନୀତି ଶିଖି ସେ ଖୁବ୍ ପାରଙ୍ଗମ ଓ ଓଡ଼ିଶାର ରାଜନେତାମାନେ କ’ଣ ନିକମା ବୋଲି ଶ୍ରୀ ରାଉତ ପ୍ରଶ୍ନ କରିଛନ୍ତି ! ଏହାର ଜବାବ ରାଜ୍ୟବାସୀ ଆଗକୁ ନିଶ୍ଚୟ ଦେବେ ବୋଲି ସେ ଚେତାଇ ଦେଇଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close