“ଚନ୍ଦ୍ରଯାନ-୩”ର ସଫଳ ଅବତରଣ ପାଇଁ ‘ଉଦୟବଟ’ ତରଫରୁ ସାପଗଡ଼ିଆ ଲକ୍ଷ୍ମୀନାରାୟଣ ମନ୍ଦିର ଏବଂ କୁଆଖିଆରେ ପ୍ରାର୍ଥନା

ବ୍ୟାସନଗର,୨୫/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଯାଜପୁରରୋଡ଼ରୁ ପ୍ରକାଶିତ ‘ଉଦୟବଟ’ ଏବଂ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ଭାରତର ‘ଇସ୍ରୋ’ ପକ୍ଷରୁ ପ୍ରେରିତ ‘ଚନ୍ଦ୍ରଯାନ-୩’ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପାଇଁ ଏକ ପ୍ରାର୍ଥନା ସଭା ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ, ବିଶିଷ୍ଠ ସମାଜସେବୀ ଓ ଶ୍ରମିକ ନେତା ଚନ୍ଦ୍ରମଣି ସାମଲଙ୍କ ଅଧ୍ୟକ୍ଷତାରେ ବୁଧବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା । ପ୍ରଭୂ ଲକ୍ଷ୍ମୀନାରାୟଣ ଜୀଉଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ସମୂହ ଦୀପଦାନ କରି ଆମର ବୈଜ୍ଞାନିକମାନଙ୍କ ସଫଳତା କାମନା କରାଯାଇଥିଲା । ଏଥିରେ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ପ୍ରାର୍ଥନା କରିଥିଲେ । ବିଭିନ୍ନ ଶ୍ଳୋକ ଓ ଅଳିର କୋଳାହଳରେ ଠାକୁରଙ୍କ ଅଗଣା ଫାଟି ପଡ଼ିଥିଲା । ପୂଜକ ମାନସ କୁମାର ଦ୍ୱିବେଦୀ ଚନ୍ଦ୍ରଯାନ-୩ ପାଇଁ ପୂଜାର୍ଚ୍ଚନା କରିଥିଲେ । ଏଥିରେ ମନ୍ଦିର କମିଟିର ବରିଷ୍ଠ କର୍ମକର୍ତା ଗଦାଧର ଜେନା, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୟାଧର ଭଦ୍ର, ହିନ୍ଦୁ ସୁରକ୍ଷା ସେନାର ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ହରଦୟାଲ ସିଂ, ଶ୍ୟାମସୁନ୍ଦର ପଣ୍ଡା, ସୁକାନ୍ତି ନାଥ, କମଳିନୀ ସାମଲ, ବିଦ୍ୟୁତ୍‌ପ୍ରଭା ରାୟ, ଲିପ୍‌ସା ବାଇ, ସୁମିତ୍ରା ମିଶ୍ର, ମାନସୀ ବେଶ୍ରା, ଲକ୍ଷ୍ମୀଧର ନାଥ, ସନ୍ତୋଷ କୁମାର ବାଇ, ସୁମନ ରାୟ, ଯୁବ ସମାଜସେବୀ ଅସିତ୍ ଦାସ, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ସନ୍ତୋଷ କୁମାର ଖୁଂଟିଆ, ଶରତ ଚନ୍ଦ୍ର ମୁଦୁଲି, ବିପିନ ମହାନ୍ତି, ଗୁଣନିଧି ବିଶ୍ୱାଳ, କଳିଙ୍ଗ କେଶରୀ ରାଉତ, ଗୋଲଖ ଜେନା, ସନାତନ ମଲ୍ଲିକ, ପ୍ରଦୀପ ବାରିକ ପ୍ରମୁଖ ଅଂଶଗ୍ରହଣ କରି ଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏମାନଙ୍କ ମଧ୍ୟରୁ କେତେକ କୁଆଖିଆ ଯାଇ ସେଠାକାର ‘ହରପାର୍ବତୀ ଜୀଉ’ ଏବଂ ‘ମା’ ତାରିଣୀ’ଙ୍କ ନିକଟରେ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରିଥିଲେ । ସେଠାରେ ଅପେକ୍ଷା କରିଥିବା ବେଳେ ‘ଚନ୍ଦ୍ରଯାନ-୩’ର ସଫଳ ଅବତରଣ ଦେଖି ଏମାନେ ନାହିଁ ନ ଥିବା ଖୁସିରେ ବିଭୋର ହୋଇ ପଡ଼ିଥିଲେ । ମିଷ୍ଠାନ୍ନ ଖାଇ ଖୁସି ମନାଇଥିଲେ । ଏମାନଙ୍କ ସହ ୩୩ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଶିଷ୍ଟ ସମାଜସେବୀ ଶିଶିର କୁମାର ମହାନ୍ତି, ଶିକ୍ଷାବିତ୍ ଚନ୍ଦ୍ରଶେଖର ନାୟକ, ବରିଷ୍ଠ ସାମ୍ବାଦିକ କାଳନ୍ଦୀ ଚରଣ କଣ୍ଠ, ଆବାହକ ପଦ୍ମଲୋଚନ ନାୟକ, ଯୁବ ସମାଜସେବୀ ଆଲୋକ କୁମାର ଦାଶ, ଅକ୍ଷୟ କୁମାର ସାହୁଙ୍କ ସମେତ ବହୁ ଯୁବକ ସାମିଲ ହୋଇଥିଲେ । ଏଭଳି ଭାବେ ସେଦିନ ଦିନ ତମାମ ‘ଉଦୟବଟ’ ପରିବାର ଓ ଉପଦେଷ୍ଟାମାନଙ୍କ ତରଫରୁ ‘ଚନ୍ଦ୍ରଯାନ-୩’ ଅବତରଣକୁ ନେଇ ଉତ୍କଣ୍ଠା ଲାଗି ରହିଥିଲା । ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତଙ୍କ ଜ୍ୟେଷ୍ଠ ପୂତ୍ର ଭାରତ ଭୂଷଣ ରାଉତ ଯିଏକି, ଭୁବନେଶ୍ୱର ୮ନଂ. ସ୍ଥିତ ‘ଡିଏଭି ପବ୍ଲିକ ସ୍କୁଲ’ର ୧୨ଶ ବିଜ୍ଞାନ ଶ୍ରେଣୀର ଛାତ୍ର ସନ୍ଧ୍ୟାରେ ‘କନକ ଟିଭି’ ଏବଂ ‘ଓଡ଼ିଶା ରିପୋର୍ଟର’ରେ ସୁନ୍ଦର ପ୍ରତିକ୍ରିୟା ଦେଇ ବିଭିନ୍ନ ମହଲରେ ପ୍ରଂଶସିତ ହୋଇଥିଲେ । ସେଥିପାଇଁ ଶ୍ରୀ ରାଉତ ଭୁବନେଶ୍ୱରର ଜାଗମରା ସ୍ଥିତ ‘ଉଦ୍ୟମ କ୍ଲାସେସ’ ଏବଂ ନୟାପଲ୍ଲୀ ସ୍ଥିତ ‘ଡିଏଭି ପବ୍ଲିକ ସ୍କୁଲ’ର ସମସ୍ତଙ୍କୁ ସାଧୂବାଦ ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close