ଯାଜପୁରର ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଯାଜପୁର, ୨୫ା୦୮(ଉ. ନ୍ୟୁଜ୍ ବ୍ୟୁରୋ): ‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା’ ସହାୟତା ବଣ୍ଟନ ଶିବିର ଏବଂ ପଂଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ରାଶି ଓ ପରିଚୟ ପତ୍ର ପ୍ରଦାନ ନିମନ୍ତେ ଯାଜପୁରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ‘ଗୈାତମ ବୁଦ୍ଧ ସଂସ୍କୃତି ଭବନ’ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଚ୍ଥି । ଏହି ଶିବିରରେ ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦ୍‌ଘାଟନ କରିବା ସହ ରାଜ୍ୟ ସରକାର ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତୀ କାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଏବଂ ଅନ୍ତେଷ୍ଟି କ୍ରିୟା ସହାୟତା ଆଦି ପ୍ରଦାନ କରି ଓଡିଶାର ନିର୍ମାଣ ଶ୍ରମିକମାନଙ୍କ ଜୀବନ ଶୈଳୀକୁ ଉନ୍ନତ ଓ ବଳିଷ୍ଟ କରିବା ଦିଗରେ ଉଦ୍ୟମ ଜାରି ରଖିଚ୍ଥନ୍ତି ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କ ହିତ ସାଧନ ନିମନ୍ତେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ମିଳୁଥିବା ବିଭିନ୍ନ ସହାୟତା ନିମନ୍ତେ ଅନ୍‌ଲାଇନ୍ ସେବା ଯୋଗାଇ ଦେଇଚ୍ଥନ୍ତି । ସେହିପରି ଯାଜପୁର ଜିଲ୍ଲାରୁ ଶିଶୁ ଶ୍ରମିକ ମୂଳୋତ୍ପାଟନ ପାଇଁ ଆମର ସଂକଳ୍ପ ଶିଶୁ ଶ୍ରମ ମୁକ୍ତ ଯାଜପୁର ଜିଲ୍ଲା ଗଢି ତୋଳିବାରେ ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ସହଭାଗିତା ହୋଇ ପ୍ରତିଜ୍ଞାବଦ୍ଧ ହେବାପାଇଁ ଶ୍ରୀମତୀ ଜେନା ଆହ୍ୱାନ ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା, ଯାଜପୁର ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡା ଯୋଗଦେଇ ଯାଜପୁର ଜିଲ୍ଲା ଏକ ଶିଳ୍ପାନୁଷ୍ଠାନ ଜିଲ୍ଲା ହୋଇଥିବାରୁ ଶ୍ରମିକମାନଙ୍କ କଲ୍ୟାଣାର୍ଥେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସଠିକ ମାର୍ଗରେ କାର୍ଯ୍ୟ କରିବା ଦିଗରେ ପରାମର୍ଶ ଦେଇଥିଲେ ।
              ସଭାପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ତାଙ୍କ ଅବିଭାଷଣରେ କହିଲେ ଯେ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପୋର୍ଟାଲକୁ ନିର୍ମାଣ ଶ୍ରମିକମାନେ ନିକଟସ୍ଥ ମୋ’ ସେବା କେନ୍ଦ୍ରକୁ ଯାଇ ସେମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସହାୟତା ଯୋଜନାର ସପଂଳ ପାଂଇଦା ନେବାକୁ ଗୁରୁତ୍ୱାରୋପ କରିଥିଲେ । ସେହିପରି ନିର୍ମାଣ ଶ୍ରମିକମାନଙ୍କ ନିମନ୍ତେ ପଂଜିକରଣ ଆବେଦନ ଦେୟ ୨୦ ଟଙ୍କା ରଖାଯାଇଥିବା ବେଳେ ବାର୍ଷିକ ନବୀକରଣ ଦେୟ ୫୦ ଟଙ୍କା ରଖାଯାଇଅଚ୍ଥି । ତେବେ ସହାୟତା ରାଶି ଆବେଦନ ନିମନ୍ତେ କୈାଣସି ଦେୟ ପଡେନାହିଁ ବୋଲି ସେ ସୂଚିତ କରି ଶିଶୁଙ୍କୁୁୁୁୁୁୁୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିମାନଙ୍କ ବିରୋଧରେ ଶକ୍ତ ଦଣ୍ଡ ବିଧାନର ଆଇନ ଅଚ୍ଥି ବୋଲି ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଯୁଗ୍ମ ଶ୍ରମ ଆୟୁକ୍ତ, ଯାଜପୁର ରେଂଜ, ଯାଜପୁରରୋଡ଼ ଅଜୟ କୁମାର ପ୍ରଧାନ ଯୋଗ ଦେଇ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସହାୟତା ସମ୍ୱନ୍ଧରେ ଏବଂ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ହିତାଧିକାରୀ ଭାବେ ପଂଜିକୃତ ହେବା ନିମନ୍ତେ ଅଣସଂଗଠିତ ଶ୍ରମିକ ଅନ୍‌ଲାଇନ ସେବା ସମ୍ୱନ୍ଧରେ ଆଲୋକପାତ କରି ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ବିଭିନ୍ନ ଆଇନ ଓ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିମାନଙ୍କ ନିମନ୍ତେ ବିଭିନ୍ନ ଦଣ୍ଡ ବିଧାନ ସମ୍ୱନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।
ଶିବିରରେ ଯାଜପୁର ବ୍ଳକ, ଦଶରଥପୁର ବ୍ଳକ ଏବଂ ଯାଜପୁର ପୈାର ପରିଷଦ ଅଧୀନ ପଂଜିକୃତ ଏବଂ ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଶିକ୍ଷା ସହାୟତା ବାବଦକୁ ୧୧୪ ଜଣ ହିତାଧିକାରୀଙ୍କୁ ୯ ଲକ୍ଷ ୭୮ ହଜାର ଟଙ୍କା, ବିବାହ ସହାୟତା ନିମନ୍ତେ ୪୧ଜଣ ହିତାଧିକାରୀଙ୍କୁ ୧୮ ଲକ୍ଷ ୩୦ ହଜାର ଟଙ୍କା, ପ୍ରସୂତୀ କାଳୀନ ସହାୟତା ବାବଦକୁ ଜଣକୁ ୧୦ ହଜାର ଟଙ୍କା, ମୃତ୍ୟୁକାଳୀନ ସହାୟତା ବାବଦକୁ ୩୭ ଜଣ ହିତାଧିକାରୀଙ୍କୁ ୭୩ ଲକ୍ଷ ଟଙ୍କା, ଅନ୍ତେଷ୍ଟି କ୍ରିୟା ସହାୟତା ବାବଦକୁ ୩୪ ଜଣ ହିତାଧିକାରୀଙ୍କୁ ୧ ଲକ୍ଷ ୭୦ ହଜାର ଟଙ୍କା ସହ ଏହିପରି ଉପରୋକ୍ତ ସର୍ବମୋଟ ୨୨୭ ଜଣ ହିତାଧିକାରୀଙ୍କୁ ୧ କୋଟି ୨ ଲକ୍ଷ ୮୮ ହଜାର ଟଙ୍କା ସହାୟତା ରାଶି ଅନଲାଇନ ମାଧ୍ୟମରେ ବଣ୍ଟନ କରାଯାଇଥିଲା । ସେହିପରି ୧୮୬ ଜଣଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
          ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ ପୂର୍ବକ ଜିଲ୍ଳ୍‌ା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସହକାରୀ ଶ୍ରମ ଅଧିକାରୀ ସଂଜିତ୍ କୁମାର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close