ଏସ.ପି ନନ୍ଦ ପାଠାଗାରର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ଗୁରୁ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ
କୁଆଖିଆ,୨୫/୦୮: ଯାଜପୁର ଜିଲ୍ଲାର ଯାଜପୁରରୋଡ଼ରୁ ପ୍ରକାଶିତ ‘ଉଦୟବଟ’ ପରିଚାଳିତ ‘ଏସ. ପି ନନ୍ଦ ପାଠାଗାର’ର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ପର୍ବ ଆସନ୍ତା ସେପ୍ଟେମ୍ବର ୦୫, ୨୦୨୩ରେ ସ୍ଥାନୀୟ କୁଆଖିଆ ବଜାର ସ୍ଥିତ ‘କିର୍ତୀ ପ୍ୟାଲେସ’ ମଣ୍ଡପରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଯୁବ ସମାଜସେବୀ ତଥା ସାମ୍ବାଦିକ ପଦ୍ମଲୋଚନ ନାୟକଙ୍କ ଆବାହକତ୍ୱରେ ଗତ ବୁଧବାର ଅପରାହ୍ନରେ ସ୍ଥାନୀୟ ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ପ୍ରାରମ୍ଭରେ ଭାରତର ‘ଇସ୍ରୋ’ ପକ୍ଷରୁ ପଠାଯାଇଥିବା ‘ଚନ୍ଦ୍ରଯାନ-୩’ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପାଇଁ ପ୍ରଥମେ ଏକ ପ୍ରାର୍ଥନା ହରପାର୍ବତୀ ଜୀଉଙ୍କ ନିକଟରେ କରାଯାଇଥିଲା । ପରେ ନିକଟସ୍ଥ ମା’ ତାରିଣୀଙ୍କ ମନ୍ଦିରରେ ମଧ୍ୟ ଏଥିପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ପ୍ରାର୍ଥନା କରିଥିଲେ । ପରେ ଶ୍ରୀ ରାଉତ ଚଳିତ ବର୍ଷର ଏହି କାର୍ଯ୍ୟକ୍ରମକୁ ସରସ, ସୁନ୍ଦର କରିବା ପାଇଁ ଏକ ଅଭ୍ୟର୍ଥନା ମଣ୍ଡଳୀ ଓ କାର୍ଯ୍ୟକାରି କମିଟି ଘୋଷଣା କରିଥିଲେ । କମିଟିର ଉପଦେଷ୍ଟା ମଣ୍ଡଳୀରେ ସ୍ଥାନୀୟ ୩୩ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଶିଷ୍ଟ ସମାଜସେବୀ ଶିଶିର କୁମାର ମହାନ୍ତି, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଶିକ୍ଷାବିତ୍ ଚନ୍ଦ୍ରଶେଖର ନାୟକ ଓ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବରିଷ୍ଠ ସମାଜସେବୀ ପ୍ରହ୍ଲାଦ ପଣ୍ଡା ଓ ସୁବାଷ ନାୟକ ସ୍ଥାନ ପାଇଥିବା ବେଳେ ବରିଷ୍ଠ ସାମ୍ବାଦିକ କାଳନ୍ଦୀ ଚରଣ କଣ୍ଠ ସଭାପତି ଓ ଆବାହକ ପଦ୍ମଲୋଚନ ନାୟକ ସାଧାରଣ ସଂପାଦକ ଓ ଯୁବ ସମାଜସେବୀ ଅକ୍ଷୟ କୁମାର ସାହୁ କୋଷାଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବେ । ସେହିପରି ଯୁବ ସମାଜସେବୀ ଆଲୋକ କୁମାର ଦାଶ-କାର୍ଯ୍ୟକାରୀ ସଭାପତି, ବସନ୍ତ କୁମାର ପାତ୍ର, କୈଳାସ ପଣ୍ଡା ଓ ବିଶ୍ୱମ୍ବର ନାୟକ ଉପ-ସଭାପତି ଭାବେ କାର୍ଯ୍ୟଭାର ନେଇଥିବା ବେଳେ ସହ-ସଂପାଦକ ଦାୟିତ୍ୱରେ ରହିବେ ରଂଜନ ସାହୁ, ସୁଜିତ କୁମାର ଜେନା ଓ ସୁଧାକର ପଲେଇ । କାର୍ଯ୍ୟକାରୀ କମିଟିରେ ୨୦ଜଣ ପ୍ରମୁଖ ବ୍ୟକ୍ତିବିଶେଷ ସ୍ଥାନ ପାଇଛନ୍ତି । ସେମାନେ ହେଲେ-୧) ସୁନାକର ସାହୁ, ୨) ରାମଚନ୍ଦ୍ର ବାରିକ, ୩) ପ୍ରତାପ କୁମାର ଦଳାଇ, ୪) ବିଦ୍ୟୁତ୍ପ୍ରଭା ରାୟ, ୫) ଅରୁଣ ଦାସ, ୬) ହରଦୟାଲ ସିଂ, ୭) କରଣୀ ଦାସ, ୮) ଉମାକାନ୍ତ ମହାପାତ୍ର, ୯) ଜ୍ୟୋତିପ୍ରକାଶ ପଣ୍ଡା, ୧୦) ସୁବ୍ରତ ନାୟକ, ୧୧) ସନ୍ତୋଷ କୁମାର ବାଇ, ୧୨) ଅକ୍ଷୟ କୁମାର ମିଶ୍ର, ୧୩) ସୁମନ ରାୟ, ୧୪) ଅସିତ୍ ଦାସ, ୧୫) ଜାମୁଦେବ ବାରି, ୧୬) ସରୋଜ କୁମାର ଦାସ, ୧୭) ସଂଜୟ କୁମାର ସାହୁ, ୧୮) ପ୍ରଦୀପ ବାରିକ, ୧୯) ଦୀପକ ରଂଜନ ପାଣିଗ୍ରାହୀ ଓ ୨୦) ସନ୍ତୋଷ କୁମାର ଖୁଂଟିଆ । ଶେଷରେ ବୈଠକର ଆବାହକ ପଦ୍ମଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।