ନବୀନ ପଟ୍ଟନାୟକଙ୍କୁ ହଟାଇ ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତଙ୍କ ଓଡ଼ିଶାବାସୀଙ୍କୁ ଆହ୍ୱାନ

ଭୁବନେଶ୍ୱର: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମ୍ନଲିଖିତ ୨୦ଟି ଆହ୍ୱାନ ଆଜି ୨୪/୦୮/୨୦୨୩ରେ ଗଣମାଧ୍ୟମ ଜରିଆରେ ଦେଇଛନ୍ତି:-

୧. ନବୀନ ପଟ୍ଟନାୟକ ତୁମେ ନିମ୍ନଲିଖିତ ଜବାବ୍ ଦିଅ…….
ଓଡିଆ ସ୍ୱାଭିମାନକୁ ଭୁଲୁଣ୍ଠିତ କଲ କାହିଁକି ?
୨. ପଶ୍ଚିମ ଓଡ଼ିଶାର ଜଣେ ନେତା ବା ନେତ୍ରୀଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ କରାଇ ଦେଉ ନାହଁ କାହିଁକି ?
୩. ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କଲ କାହିଁକି ?
୪. ଓଡ଼ିଶାର ବରିଷ୍ଠ ରାଜନେତା ଏବଂ ବରିଷ୍ଠ ସରକାରୀ ଅଫିସରମାନଙ୍କୁ ଜଣେ କନିଷ୍ଠ ସରକାରୀ ଅଫିସର ଭିକେ ପାଣ୍ଡିଆନଙ୍କ ଦ୍ଵାରା ନିର୍ଯ୍ୟାତନା ଦେଉଛ କାହିଁକି ?
୫. ଜଣେ କନିଷ୍ଠ ସରକାରୀ ଅଫିସର ଭିକେ ପାଣ୍ଡିଆନଙ୍କ ଦ୍ଵାରା ଓଡ଼ିଶା ରାଜକୋଷର ଅପଵ୍ୟୟ, ଅପଚୟ ଏବଂ ମନମୁଖୀ ଘୋଷଣା କରାଉଛ କାହିଁକି ?      ୬.ଓଡ଼ିଶାକୁ ଉତ୍ତପ୍ତ ନିଆଁ ପିଣ୍ଡୁଳାରେ ପରିଣତ କଲ କାହିଁକି ?
୭. ଓଡ଼ିଶାକୁ ଅପରାଧର ମହାନଗରୀରେ ପରିଣତ କଲ କାହିଁକି ?
୮. ଓଡ଼ିଶାରେ ଦୁର୍ଘଟଣାରେ ମୃତ୍ୟୁକୁ ମହାମାରୀରେ ପରିଣତ କଲ କାହିଁକି ?
୯. ଓଡ଼ିଶାକୁ ନିଶାଗ୍ରସ୍ତ, ମଦୁଆ, ଗଞ୍ଜୋଡ଼ିଆ ରାଜ୍ୟରେ ପରିଣତ କଲ କାହିଁକି ?
୧୦. ସାରା ଓଡ଼ିଶାରେ ଅବାଧ ଗୋ ହତ୍ୟା ଚଳାଇଛ କାହିଁକି ?                                                                                                                  ୧୧. ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କୁ ବଡ଼ ଦାଣ୍ଡରେ ଖରା ବର୍ଷାରେ ଠେଲା ପେଲାରେ ଛଟପଟ କରାଉଛ କାହିଁକି ?
୧୨. ଶ୍ରୀ ମନ୍ଦିର ଭିତରେ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କ ଉପରେ ଲହୁ ଲୁହାଣ ଆକ୍ରମଣ ହେଉଛି କାହିଁକି ?
୧୩. ଶ୍ରୀ ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରୁଛନ୍ତି କାହିଁକି ଓ କିପରି ?
୧୪. ଶ୍ରୀ ମନ୍ଦିରର ରୀତିନୀତି ଅବ୍ୟବସ୍ଥା ହେଉଛି କାହିଁକି ?
୧୫. କାଳିଆ ଆମର ଉପବାସ ରହୁଛି କାହିଁକି ?                                                                                                                         ୧୬. ୨୪ ବର୍ଷ ଶାସନରେ ରହି ଗୋଟିଏ ଗ୍ରାମ କିମ୍ବା ଗୋଟିଏ ପଡ଼ାଗ୍ରାମ ବା ଗୋଟିଏ ସାହି କିମ୍ବା ଗୋଟିଏ ବସ୍ତିର ସର୍ବାଚୀନ ଉନ୍ନତି କରି ପାରିଲ ନାହିଁ କାହିଁକି ?
୧୭. ଗ୍ରାମ, ପଡାଗ୍ରାମ, ସାହି, ବସ୍ତି, ସେକ୍ଟର, ୟୁନିଟ୍, ଆପାର୍ଟମେଣ୍ଟର ବାସିନ୍ଦାମାନଙ୍କୁ ଏବଂ ମୁଖିଆ ଓ ନେତ୍ରୁସ୍ଥାନୀୟ ବ୍ୟକ୍ତିମାନଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିପାରିଲ ନାହିଁ କାହିଁକି ?
୧୯. ଓଡ଼ିଶାବାସୀଙ୍କୁ ସୁରକ୍ଷିତ ପିଇବା ପାଣି ଦେଇ ପାରିଲ ନାହିଁ କାହିଁକି ?
୨୦.ଦିନ ରାତି ଘନ ଘନ ବିଜୁଳିକାଟ ଓ ଲୋ ଭୋଲ୍ଟେଜ୍ ଧପଧପ୍ ହେଉଛି କାହିଁକି ? ନିମ୍ନମାନର ସେବା ଦେଇ ଅଧିକ ବିଜୁଳି ବିଲ୍ ନେଉଛ କାହିଁକି ?

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close