ଆମ ଓଡ଼ିଶା-ଯମରାଜ ଓ ଯମଦୂତଙ୍କ ଓଡିଶା ବୋଲି ଅଭିହିତ କଲେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି

ଭୁବନେଶ୍ୱର, ତା ୨୨-୮-୨୦୨୩: ଦୀର୍ଘ ୨୩ ବର୍ଷ ହେବ ଓଡ଼ିଶାରେ ଯମରାଜ ଓ ଯମଦୂତଙ୍କ ଶାସନ ଚାଲିଛି ଏବଂ ଆମ ଓଡ଼ିଶା ଯମରାଜ ଓ ଯମଦୂତଙ୍କ ଓଡ଼ିଶାରେ ପରିଣତ ହୋଇଛି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ( ଆଇ. ସି. ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି । ଯମରାଜ ଓ ଯମଦୂତ ପ୍ରତିଦିନ ଓଡ଼ିଶାର ଶହ ଶହ ଲୋକଙ୍କୁ ମରଣ ମୁହଁକୁ ନେଇ ଯାଉଛନ୍ତି । ପ୍ରତିଦିନ ଦୁର୍ଘଟଣା ରେ , ସାପଚୋଟ ମାରିବାରେ, କୁମ୍ଭୀର ଟାଣି ଖାଇବାରେ,ହାତୀ ଶୁଣ୍ଢରେ କଚାଡି ମାରିବାରେ, ଘଡଘଡି ବିଜୁଳିରେ, ହାର୍ଟ ଆଟାକରେ, ଜନନୀ ଯନ୍ତ୍ରଣାରେ, ଘରୋଇ ହିଂସାରେ, ବନ୍ଧୁକ ଗୁଳିରେ, ଖଣ୍ଡା ଚୋଟରେ ଶହ ଶହ ଲୋକଙ୍କୁ ହତ୍ୟା କରାଯାଉଥିବାର ହୃଦୟ ବିଦାରକ ଦୃଶ୍ୟ ଓଡ଼ିଶାବାସୀ ଦେଖୁଛନ୍ତି । ଏହି ସବୁ ମୃତ୍ୟୁ ପାଇଁ ଯମରାଜ ଓ ଯମଦୂତ ଦାୟୀ ବୋଲି ଶ୍ରୀ ରାଉତ୍ କହିଛନ୍ତି। ଓଡିଶାବାସୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ କୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାରେ ଗଣତାନ୍ତ୍ରିକ ସୁଶାସନ ଫେରେଇ ଆଣିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଓଡ଼ିଶା ବାସୀ ଙ୍କୁ ନିବେଦନ କରିଛନ୍ତି। ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିଶୃଙ୍ଖଳା ପାଇଁ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ଦାୟୀ ବୋଲି ଶ୍ରୀ ରାଉତ୍ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close