ଇସ୍ରୋର ସ୍ବର୍ଣ୍ଣିମ ସଫଳତା ଆଉ ଏକ ନୂଆ ଇତିହାସ

 

 

ଭୁବନେଶ୍ୱର/ଯାଜପୁର ;୨୩/୦୮(ବ୍ୟୁରୋ) : ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ରଚିଛି ଆଉ ଏକ ନୂଆ ଇତିହାସ। ଗୁରୁବାର ସନ୍ଧ୍ୟା ୬.୪ ମିନିଟ୍‌ ସମୟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି। ଏହା ସହିତ ଚନ୍ଦ୍ରରେ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ପାଲଟିଛି। ମହାକାଶ ଗବେଷଣାରେ ଇସ୍ରୋର ସ୍ବର୍ଣ୍ଣିମ ସଫଳତା । ଚନ୍ଦ୍ରପୃଷ୍ଠରେ ଅବତରଣ କଲା ଚନ୍ଦ୍ରଯାନ । ଯେଉଁ ସମୟକୁ ସାରା ଦେଶ ଓ ବିଶ୍ବ ଅପେକ୍ଷା କରିଥିଲା ସେହି ସମୟ ଥିଲା ୫ଟା ୪୪ । ଚନ୍ଦ୍ରପୃଷ୍ଠକୁ ଅନ୍ତିମ ଯାତ୍ରା ଆରମ୍ଭ କରିଥିଲା ବିକ୍ରମ ଲ୍ୟାଣ୍ଡର । ପ୍ରଥମ ପର୍ଯ୍ୟାୟରେ ୩୦ କିଲୋମିଟର ଉଚ୍ଚତାରୁ ତଳକୁ ଖସିଥିଲା । ସେତେବେଳେ ବିକ୍ରମର ବେଗ ସେକେଣ୍ଡ ପିଛା ଥିଲା ୧.୬ କିଲୋମିଟର ।୭.୪ କିଲୋମିଟକୁ ଖସିଥିଲା ବିକ୍ରମ ଲ୍ୟାଣ୍ଡର । ଅବତରଣ ସହ ଧୀରେ ଧୀରେ ହ୍ରାସ ହେଉଥିଲା ବେଗ । ଅବତରଣର ଦ୍ବିତୀୟ ପର୍ଯ୍ୟାୟରେ ସମାନ୍ତରାଳ ସ୍ଥିତିରେ ଥିବା ବିକ୍ରମ ନେଇଥିଲା ୫୦ ଡିଗ୍ରୀ ମୋଡ଼ । ସେତେବେଳେ ଚନ୍ଦ୍ରପୃଷ୍ଠରୁ ଦୂରତା ୬.୮ କି.ମିକୁ କମିଥିଲା । ୮୦୦ ମିଟର ଉଚ୍ଚତାରୁ ଆରମ୍ଭ ହୋଇଥିଲା ଫାଇନାଲ ବ୍ରେକିଂ ଫେଜ୍ । ୧୫୦ ମିଟରକୁ ଖସିଥିଲା ଚନ୍ଦ୍ରଯାନ । ସେଠାରୁ ଅବତରଣ ସ୍ଥାନର ଅନୁଧ୍ୟାନ କରିଥିଲା । ଏହାପରେ ଦକ୍ଷିଣ ମେରୁକୁ ସ୍ପର୍ଶ କରିଥିଲା ସ୍ପେସକ୍ରାଫ୍ଟ । ଚନ୍ଦ୍ରଯାନ ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ ତରଫରୁ ଏକ ଟ୍ବିଟ କରାଯାଇଥିଲା ସେଥିରେ ଲେଖାଥିଲା ‘ମୁଁ ପହଞ୍ଚିଗଲି ଗନ୍ତବ୍ୟସ୍ଥଳରେ ଆଉ ଆପଣମାନେ ବି’,। ଆଜି ଅପରାହ୍ନ ରେ ଉଦୟବଟ ଓ ଉଦୟବଟ ଇ – ନ୍ୟୁଜ ତରଫରୁ ସପଗଢ଼ିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ସଫଳ ଅବତରଣ ପାଇଁ ଉଦୟବଟ ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସାମୁହିକ ଦୀପ ଦାନ ସହ ପ୍ରାର୍ଥନା ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close