Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ତରଫରୁ ‘ବିଶ୍ୱ ବରିଷ୍ଠ ନାଗରିକ ଦିବସ’ ପାଳିତ

ବ୍ୟାସନଗର, ୨୧/୦୮(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଚୋରଦା ସ୍ଥିତ ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ କାର୍ଯ୍ୟାଳୟରେ ‘ବିଶ୍ୱ ବରିଷ୍ଠ ନାଗରିକ ଦିବସ’ ମଂଚର କାର୍ଯ୍ୟକାରୀ ସଭାପତି ଡ଼ାକ୍ତର ନୃସିଂହ ଚରଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି । ମଂଚର ସଂପାଦକ ଚନ୍ଦ୍ରମଣି ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଂଚର ବହୁ ବରିଷ୍ଠ ସଭ୍ୟ/ସଭ୍ୟା ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କ ସମସ୍ୟା ଉତ୍‌ଥାପନ କରିବା ସଂଗେ ସଂଗେ ମଂଚର କାର୍ଯ୍ୟ ପନ୍ଥାକୁ ଆଗାମୀ ଦିନରେ ବ୍ୟାପକ କରିବା ପାଇଁ ନିଷ୍ପତି ନେଇଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ କହିଥିଲେ ଯେ, ପରିବାରର ମୂଳଦୁଆ ହେଉଛନ୍ତି ବରିଷ୍ଠ ସଦସ୍ୟ । ସେମାନଙ୍କ ଅନୁଭୂତିକୁ ପାଥେୟ କରି ପରିବାର ପରିଚାଳିତ ହେଲେ ବାଧା ବିଘ୍ନ ହ୍ରାସ ପାଇବ । ସେମାନଙ୍କ ଜ୍ଞାନ ଓ ପରିପକ୍ୱତା ପରିବାରର କନିଷ୍ଠମାନଙ୍କ ପାଇଁ ଶିକ୍ଷଣୀୟ ଓ ଅନୁକରଣୀୟ ହେବା ଉଚିତ । ତେଣୁ ବରିଷ୍ଠମାନଙ୍କୁ ପରିବାର ଓ ସମାଜ ହତାଦର କରିବା ଅନୁଚିତ । ଆଜିକାଲି ବରିଷ୍ଠମାନେ ପରିଣତି ବୟସରେ ସମ୍ମୁଖିନ ହେଉଥିବା କେତେକ ସମସ୍ୟା ଉପରେ ଆଲୋକପାତ କରି ଶ୍ରୀ ରାଉତ ସେମାନେ ଦେଶ ପାଇଁ ଏବଂ ପରିବାର ପାଇଁ ସମର୍ପିତ ବୋଲି କହିଥିଲେ । ଆଜିର ଏହି ପବିତ୍ର ଦିବସରେ ସମସ୍ତେ ସଂକଳ୍ପ ନେଇ ବରିଷ୍ଠଙ୍କ ପ୍ରତି ଆମର କର୍ତବ୍ୟକୁ ସୁନିଶ୍ଚିତ କରିବାକୁ ସେ ନିବେଦନ କରିଥିଲେ । ବହୁ ସ୍ଥାନରେ ଜନ୍ମିତ ପୁଅ, ବୋହୁଙ୍କ ଦ୍ୱାରା ବରିଷ୍ଠମାନେ ଉପେକ୍ଷିତ ଓ ନିର୍ଯ୍ୟାତିତ ହେଉଥିବାରୁ ସମସ୍ତେ ଉଦ୍‌ବେଗ ପ୍ରକାଶ କରିବା ସହ ଏଭଳି ପରିସ୍ଥିତିର ସୁଧାର ଆଣିବାକୁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରର୍ମରେ ଡ଼ଃ. ନିକୁଞ୍ଜ ବିହାରୀ ଧଳ, ପ୍ରଫୁଲ୍ଲ କୁମାର ନାୟକ, ଘନଶ୍ୟାମ ରାଉତ, ଲମ୍ବୋଦର ମଲ୍ଲିକ, ବସନ୍ତ କୁମାର ବେହେରା, ରାହାସ ବିହାରୀ ପାତ୍ର, ଯୁଧିଷ୍ଠିର ମଲ୍ଲିକ, ଅରୁଣା ଖଣ୍ଡାଇ, ଅଚ୍ୟୁତାନନ୍ଦ ମହାନ୍ତି ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ, କାମଦେବ ଦାସ, ଗଗନବିହାରୀ ସିଂହ, ଶଙ୍କର୍ଷଣ ସାହୁ ପ୍ରମୁଖ ଯୋଗ ଦେଇ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ସନାତନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close