ଯାଜପୁରରୋଡ଼ର ‘ସେଂଟ୍ରାଲ ଜିଏସଟି’ କାର୍ଯ୍ୟାଳୟରେ ୭୭ତମ ସ୍ୱାଧିନତା ଦିବସ ପାଳିତ, ଅଧିକ୍ଷକ ନକୁଳ ଧଳ କଲେ ପତାକା ଉତୋଳନ

ବ୍ୟାସନଗର, ୨୦/୦୮(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ସାପଗଡ଼ିଆ ସ୍ଥିତ ‘ସେଂଟ୍ରାଲ ଜିଏସଟି, ସିଜିଏସଟି’ କାର୍ଯ୍ୟାଳୟ ଠାରେ ୭୭ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଠାରେ ବିଭାଗର ବରିଷ୍ଠ ଅଧିକ୍ଷକ ନକୁଳ କୁମାର ଧଳ ଜାତୀୟ ପତାକାକୁ ଉତୋଳନ କରିଥିଲେ । ସେ ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରି ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ମଧ୍ୟରେ ଦେଶପ୍ରେମର ଭାବ ଉଦ୍ରେକ ହେବା ପାଇଁ କହିଥିଲେ । ଏଥିରେ ରେଞ୍ଜ-୦୪ର ଅଧିକ୍ଷକ ସନତ କୁମାର ନସ୍କର, ରେଞ୍ଜ-୦୩ର ଅଧିକ୍ଷକ ଅମିତ୍ କୁମାର, ନିରୀକ୍ଷକ ଅଜିତ୍ ଡ଼ାଙ୍ଗୀ, ବିବେକ କୁମାରଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ସର୍ବଶ୍ରୀ ସୁନୀଲ ସେଠୀ, ପ୍ରଶାନ୍ତ ସାହୁ, ଅର୍ଜ୍ଜୁନ, ମନୋଜ ପ୍ରମୁଖ ଅଂଶଗ୍ରହଣ କରି ସ୍ୱାଧିନତା ଦିବସ ପାଳନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close