ଡାକ୍ତରଙ୍କୁ ଏଣିକି ଜେନେରିକ୍ ମେଡିସିନ ଲେଖିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ ;୧୩/୦୮(ନି ପ୍ର) : ଜାତୀୟ ଚିକିତ୍ସା ଆୟୋଗ (ଏନଏମସି) ର ନୂଆ ନିୟମ ଜାରି । ଏଣିକି ଜେନେରିକ୍ ମେଡିସିନ ଲେଖିବାକୁ ହେବ । ଏପରି ନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବା ସହ ଲାଇସେନ୍ସକୁ ବି ଏକ ନିର୍ଦ୍ଧିିଷ୍ଟ ସମୟ ଲାଗି ରଦ୍ଦ କରିଦିଆଯିବ ।ଏନଏମସି ଏଣିକି ଡାକ୍ତରଙ୍କୁ ବ୍ରାଣ୍ଡେଡ ଜେନେରିକ ମେଡିସିନ ନ ଲେଖିବାକୁ ମଧ୍ୟ କହିଛି । ତେବେ ଭାରତରେ ଏବେ ଡାକ୍ତରଙ୍କ ଲାଗି କେବଳ ଜେନେରିକ୍ ମେଡିସନ ଲେଖିବାର ଆବଶ୍ୟକତା ରହିଛି । କିନ୍ତୁ ଭାରତୀୟ ଚିକିତ୍ସା ପରିଷଦ ଦ୍ୱାରା ୨୦୦୨ରେ ଜାରି ନିୟମରେ କୌଣସି ଦଣ୍ଡ ବିଧାନ ବିଷୟରେ ଉଲ୍ଲେଖ ହୋଇନାହିଁ ।୨ ଅଗଷ୍ଟରେ ପ୍ରକାଶ ପାଇଥିବା (ଏନଏମସି) ର ଅଧିସୂଚୀତ ନିୟମରେ କୁହାଯାଇଛି ଯେ, ଭାରତରେ ମେଡିସିନ ଉପରେ ନିଜ ପକେଟରୁ କରାଯାଉଥିବା ଖର୍ଚ୍ଚ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାର୍ବଜନିକ ଖର୍ଚ୍ଚର ଏକ ବଡ ଅଂଶ । ଏଥିରେ କୁହାଯାଇଛି ଯେ, ଜେନେରିକ୍ ମେଡିସିନ୍ ବ୍ରାଣ୍ଡେଡ୍ ମେଡିସିନ ତୁଳନାରେ ତୁଳନାରେ ୩୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା । ଏଣୁ ଜେନେରିକ ମେଡିସିନ୍ ଲେଖିିବା ଦ୍ୱାରା ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଖର୍ଚ୍ଚ କମ୍ ଆସିବ ଓ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ମିଳିପାରିବ ।ବ୍ରାଣ୍ଡେଡ୍ ଜେନେରିକ ମେଡିସିନ ହେଉଛି ସେହି ମେଡିସିନ ଯାହା ପେଟେଣ୍ଟରୁ ବାହାର ହୋଇଯାଇଛି ଏବଂ ମେଡିସନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଛି ଓ ବିଭିନ୍ନ କମ୍ପାନୀର ବ୍ରାଣ୍ଡ ନାମରେ ବିକ୍ରୀ ହେଉଛି । ଏହି ମେଡିସିନ୍ ଉପରେ ନିୟାମକର ନିୟନ୍ତ୍ରଣ କମ୍ ରହିଥିବାରୁ ଏହା ଜେନେରିକ୍ ମେଡିସିନ ଠାରୁ ମହଙ୍ଗା । ନୂଆ ନିୟମରେ କୁହାଯାଇଛି ସମସ୍ତ ପଞ୍ଜୀକୃତ ଔଷଧ ବ୍ୟବସାୟୀ ସ୍ପଷ୍ଟ ରୂପରେ ଲେଖାଯାଇଥିବା ଜେନେରିକ ନାମର ଉପଯୋଗ କରି ମେଡିସିନ୍ ଲେଖିବେ । ଯଦି ନିୟମର ଉଲଙ୍ଘନ କରିବେ ତେବେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close