‘ଲାୟନ୍‌ସ କ୍ଲବ ଯାଜପୁରରୋଡ’ ଏବଂ ‘ଷ୍ଟିଲସିଟି’ର ଅଧିଷ୍ଠାନ ଦିବସ ଅନୁଷ୍ଠିତ

ବ୍ୟାସନଗର, ୧୧ା୮(ଉ. ନ୍ୟୁଜ୍ ବ୍ୟରୋ): ସବୁ ବର୍ଷ ପରି ଚଳିତ ବର୍ଷ ଲାୟନ୍‌ସ କ୍ଲବ ଯାଜପୁରରୋଡ଼ ଓ ଷ୍ଟିଲସିଟିର ଯୁଗ୍ମ ଅଧିଷ୍ଠାନ ଦିବସ ସ୍ଥାନୀୟ ହୋଟେଲ ‘ବ୍ରାହ୍ମଣୀ’ ଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ମିଳିତ ଭାବେ ପାଳିତ ହୋଇଥିବା ଏହି ଉତ୍ସବଦ୍ୱୟରେ କ୍ଲବର ପୁରୁଖା କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ନୂତନ କର୍ମକର୍ତାମାନଙ୍କୁ ଶପଥ ପାଠ କରାଯାଇ କ୍ଲବରେ ସାମିଲ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ତଥା ଇଂଷ୍ଟଲେସନ ଅଫିସର ଭାବେ ପି.ଡି.ଜି ପ୍ରଭାତ ମହାନ୍ତି ଯୋଗ ଦେଇ ନୂତନ କର୍ମକର୍ତାମାନଙ୍କୁ ଶପଥପାଠ କରାଇଥିଲେ । ନୂତନ ସଭାପତି ଭାବେ ଲାୟନ ରାଜେଶ କୁମାର ଜୈନ, ସଂପାଦକ ଭାବେ ଯଶୱନ୍ତ ଜିନ୍ଦଲ, କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ମହାନ୍ତି ନୂତନ ଦାୟିତ୍ୱ ନେଇ ଶପଥପାଠ କରିଥିଲେ । ସେହିପରି ଯାଜପୁରରୋଡ଼ ଷ୍ଟିଲ ସିଟି କ୍ଲବର ମନୋଜ କୁମାର ରାଉତ ନୂତନ ସଭାପତି ଦାୟିତ୍ୱରେ ଅଳଙ୍କୃତ ହୋଇଥିବା ବେଳେ ପ୍ରଭାତ କୁମାର ସାହୁ ସଂପାଦକ, ଗଣେଷ କୁମାର ଜେନା କୋଷାଧ୍ୟକ୍ଷ ଭାବେ ଏବଂ ଜ୍ୟୋତି ଗୁପ୍ତା ଉପ-ସଭାପତି ଭାବେ ଶପଥ ନେଇଥିଲେ । କାର୍ଯ୍ୟକ୍ରମ ଦ୍ୱୟରେ ସମ୍ମାନିତ ଅତିଥି ଭାବେ ଭିଡିଜି-୧ ପ୍ରଲୁବ୍ଧ ଜେନା, ଭିଡିଜି-୨ ମମତା ଦାସ, ପିଡିଜି ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଗ ଦେଇ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ ।
ଏହି ଉତ୍ସବରେ ୱଲ୍‌ଡ଼ ରୋବର୍ଟିକ ଚମ୍ପିୟାନସିପ୍‌ରେ ୧ମ ସ୍ଥାନ ଅଧିକାର କରି ବହୁ ପଦକ ଆଣିଥିବା କିଡ଼କିଡ଼ ସ୍କୁଲର ରୋବୋ ଓଡ଼ିଶା ଟିମର ଛାତ୍ରଛାତ୍ରୀମାନଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ସ୍ଥାନୀୟ ଅଂଚଳରୁ ନିକଟରେ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ସୁଶ୍ରୀ ସୁଚେତା ମିଶ୍ର ଏବଂ ଦେବବ୍ରତ ପାଢ଼ୀଙ୍କୁ ସେମାନଙ୍କ ସଫଳତା ପାଇଁ ଏହି ଅବସରରେ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବକୁ ପ୍ରିୟଦର୍ଶୀ ମହାରଣା, ପ୍ରଦ୍ୟୁମ୍ନ ନାୟକ, ବସନ୍ତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଲାୟନ ଟିକାୟତ ପାଲ, ସୁଷମା ଗୁପ୍ତା, ପବନ ଓସୱାଲ, ମାନସ ରଂଜନ ମହାନ୍ତି, ପ୍ରମୋଦ ଖୁଟିଂଆ, ଡ଼. ପ୍ରକାଶ କୁମାର ସାହୁ, ହୃଦାନନ୍ଦ ସାମଲ, ଭାନୁ ଅଗ୍ରୱାଲ, ସୁନୀଲ ବାହେତ୍ରୀ, ବିଶ୍‌ବଜିତ୍ ମହାନ୍ତି, ଜଳ୍ପନା ପଣ୍ଡା, ରାଜଶ୍ରୀ ପରିଡ଼ାଙ୍କ ସମେତ କ୍ଲବର ଅନ୍ୟାନ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କ୍ଲବ ଦ୍ୱୟର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଉପସ୍ଥିତ ସମସ୍ତେ ପ୍ରଶଂସା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close