‘ଯାଜପୁର ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ’ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବ୍ୟାସନଗର, ୦୭ା୮(ଉ. ନ୍ୟୁଜ୍ ବ୍ୟରୋ): ଗତ କାଲି ରବିବାର ସ୍ଥାନୀୟ ‘ହୋଟେଲ ଯଯାତି’ ଠାରେ ‘ଯାଜପୁର ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ’ ପକ୍ଷରୁ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ ସଂଘର ସଭାପତି ଅଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯ।।ଇଛି । ଏଥିରେ ‘ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ’ର ସଭାପତି ବିଶ୍ୱଜିତ୍ ପଟ୍ଟନାୟକ, ସାଧାରଣ ସଂପାଦକ ସଂଜୟ କୁମାର ଲାଠ ଓ ଉପ-ସଭାପତି ପ୍ରଦୀପ କୁମାର ଦାସ ପ୍ରମୁଖ ଯୋଗ ଦେଇ ସଂଘକୁ ବଳିଷ୍ଠ କରିବା ସହ ବ୍ୟବସାୟ/ବାଣିଜ୍ୟର ବୃଦ୍ଧି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ‘ଯାଜପୁର ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ’ର ସାଧାରଣ ସଂପାଦକ ସୁଧାଂଶୁ ନାୟକ, ସହ-ସଂପାଦକ ନିହାର ମହାନ୍ତି, ଉପ-ସଭାପତି ରମଣୀ ରଂଜନ ବଳସାମନ୍ତ, କୋଷାଧ୍ୟକ୍ଷ ଲମ୍ବୋଦର ଶର୍ମା ପ୍ରମୁଖ ଭାଗ ନେଇ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । ପେଟ୍ରୋଲିୟମ ବେପାର ଜନିତ ଦେଖାଦେଇଥିବା ବିଭିନ୍ନ ସମସ୍ୟା, ଟ୍ୟାଙ୍କର ପରିବହନରେ ଓଜନ ସମସ୍ୟା, ଜମି ଅଧିଗ୍ରହଣ ଓ ନିଜସ୍ୱ ଗୃହ ନିର୍ମାଣ ଜନିତ ସମସ୍ୟା ସହ ଅଧିକରୁ ଅଧିକ ପେଟ୍ରୋଲ ପମ୍ପ ଖୋଲିବାରେ ଦେଖାଯାଉଥିବା ସମସ୍ୟା ଆଦି ପ୍ରସଙ୍ଗଗୁଡିକ ଉପରେ ଏଠାରେ ଆଲୋଚନା କରାଯାଇଥିଲା । ସଂଘ ପକ୍ଷରୁ ବିଭିନ୍ନ ସମାଜ ସେବାମୂଳକ କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଯଥା- ରକ୍ତଦାନ, ବୃକ୍ଷରୋପଣ, ଜରା ନିବାସର ଉନ୍ନତି, ସଡ଼କ ସୁରକ୍ଷା, ହେଲମେଟ ପରିଧାନ ପାଇଁ ସଚେତନତା ସୃଷ୍ଟି ଆଦି ।
       ଏହି ସାଧାରଣ ପରିଷଦ ବୈଠକରେ ଯାଜପୁର ଜିଲ୍ଲାର ପ୍ରାୟ ୬୦ଜଣ ଡିଲର ଯୋଗ ଦେଇ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିଲେ । ଏଥିରେ ବଟକୃଷ୍ଣ ମହାରଣା, ସଂଜୀବ ପରିଡ଼ା, ପ୍ରମୋଦ ନାୟକ, ମହମ୍ମଦ ଆବୁ ସାଲେମ, ସୁଶାନ୍ତ କୁମାର ରାଉତ, ଅମରେନ୍ଦ୍ର ନାୟକ, ସଂଜୟ ମହାପାତ୍ର, ଅମୃତାଙ୍କ ଦାସ, ହିମାଂଶୁ ନନ୍ଦ, ଚନ୍ଦ୍ରକାନ୍ତ ରାଉତ, ଜୀବନ ସାହୁ, ଆଶିଷ ପାତ୍ର, ସାଇ ଜ୍ୟୋତିପ୍ରକାଶ ସିଂ, ଉମେଶ କୁମାର ସାମଲ, ବିଶ୍ୱଜିତ୍ ଧଳ, ପ୍ରଫୁଲ୍ଲ କୁମାର ଦେଓ, ଶଶୀଭୂଷଣ ତ୍ରିପାଠୀ, ଅନନ୍ତ କିଶୋର ବାନା, ଆଶିଷ ଖୁଟିଂଆ, ଗୋବର୍ଦ୍ଧନ ବେହେରା, ପ୍ରଦୀପ ପାତ୍ର, ବାବୁଲି ସାହୁ, ଧିରକିଶୋର ସାହୁ, ପ୍ରଦୀପ ମହାନ୍ତ, ଯଯାତି ପଟ୍ଟନାୟକ, ନିତ୍ୟସୂନ୍ଦର ପୃଷ୍ଟି, ବିଜୟ କୁମାର ଘଡ଼େଇ, ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ଭାଗ ନେଇଥିଲେ । ନୂତନ ଡିଲର ଭାବେ ନିଯୁକ୍ତ ହୋଇଥିବା ମନୋରଂଜନ ନାୟକ, ଶେଷଦେବ ଘଡ଼େଇ, ସବ୍ୟସାଚୀ ବଳସାମନ୍ତ, ଜୀତେନ୍ଦ୍ର ମହାନ୍ତି ଓ ସରୋଜ କୁମାର ସାହୁ ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱଜିତ୍ ମହାନ୍ତି ସଭା କାର୍ଯ୍ୟ ସଂଚାଳନ କରିଥିବା ବେଳେ ପୂର୍ବତନ ସଂପାଦକ ପ୍ରିୟଦର୍ଶୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close