ଓ.ଏ.ଏସ ପାଇବା ପରେ ତାଳଗଡ଼ିଆ ହିଙ୍ଗୁଳା ଉ.ପ୍ରା ଓ ଆଶ୍ରମ ବିଦ୍ୟାରଳୟରେ ପୁରାତନ ଛାତ୍ରୀ ସୁଚେତାଙ୍କୁ ସମ୍ବର୍ଦ୍ଧନା

କୋରାଇ, ୪/୮(ଉ. ନ୍ୟୁଜ୍ ବ୍ୟରୋ): ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡ଼ିଆ ଗ୍ରାମର ହିଙ୍ଗୁଳା ଉ.ପ୍ରା ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟର ମିଳିତି ଆନୁକୁଲ୍ୟରେ ନିକଟରେ ଓଏଏସ ପାଇଥିବା ପୁରାତନ ଛାତ୍ରୀ ସୁଶ୍ରୀ ସୁଚେତା ମିଶ୍ରଙ୍କୁ ସମର୍ଶନା ଦିଆଯାଇଛି । ହିଙ୍ଗୁଳା ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାଳୁ ଅଧ୍ୟାପକ ମଳୟ କୁମାର ମଲ୍ଲିକ ସଂଚାଳନା କରିଥିଲେ । ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୟ କୁମାର ମଲ୍ଲିକ ସ୍ଵାଗତ ଭାଷଣ ଦେଇଥିଲା ବେଳେ ଶିକ୍ଷକ ସଚ୍ଚିତାନନ୍ଦ ଦାସ ଅତିଥୁ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ କୋରାଇ ଶିକ୍ଷାମଣ୍ଡଳ ଅଧିକାରୀ ସୁଦର୍ଶନ ମଲ୍ଲିକ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଫେସର ଗୋକୁଳାନନ୍ଦ ମଲ୍ଲିକ, ଜିଲା ପରିଷଦ ସଭ୍ୟା ସସ୍ମିତ ତରାଇ, ସ୍ନାନୀୟ ସରଫର ଗୌରିଶଙ୍କର ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ମନମୋହନ ସାମଲ, ଚରୀ ବ୍ଲକ ଏବିଇଓ ଜଳଧର ଖଟୁଆ, ସିଆରସିସି ପ୍ରଫୁଲ୍ଲ କୁମାର ନାଥ, ୱାର୍ଡ ସଭ୍ୟ ଅମୂଲ୍ୟ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ରୀ ସୁଚେତାଙ୍କ ପ୍ରଗାଢ ଉଦ୍ୟମ, ଦୃଢ ମନୋଚକ ଓ ନିଷ୍ଠାପର ଅଧ୍ୟାବସୟ ଯୋଗୁ ଓଏଏସ ପାଇ ଗାଁ ମାଟି ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ବୋଲି ଅଭିଭାଷଣରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ସେଠା, ବିଦ୍ୟାଳୟର ଚେୟାର ପର୍ସନ ସୁବାସଚନ୍ଦ୍ର ମିଶ୍ର, ଶିକ୍ଷାବିତ କୈଳାସଚନ୍ଦ୍ର ଖଟୁଆ, ଇମୋଦର ନାୟକ, ଜଳଧର ଜେନା, ପ୍ରଫୁଲ କୁମାର ରାଉତ, ସାରଦା ପ୍ରସନ ସାହୁ, ବିଜୟ କୁମାର ମଲ୍ଲିକ, ହୃଷିକେଶ ଭଞ୍ଜ, କୁଳମଣି ବେହେରା, ସମବାୟବିତ ଗଣେଶଚନ୍ଦ୍ର ଖଟୁଆ, ଅକ୍ଷୟ କୁମାର ପରିଡା, ଦାମୋଦର ଜେନା, ଅମର କୁମାର ବିଶ୍ଵାଳ ପ୍ରମୁଖ ଗାଁର ମୁରବି, ଶିକ୍ଷାବିତ, ବୁଦ୍ଧଜାବାମାନେ ଯୋଗଦେଇ ବକ୍ତବ୍ୟ ରଖୁଥିଲେ । ପ୍ରାରମ୍ଭରେ ସେବାର ପ୍ରତ୍ୟକ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିଲା ବେଳେ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛା, ଉତରାୟ ଓ ମାନପତ୍ରେଦେଇ ସୁଚେତାଙ୍କୁ ସମର୍ପିତ କରାଯାଇଥିଲା । ସୁଚେତା ଗାଁ ଓ ବିଦ୍ୟାଳୟରୁ ପାଇଥିବା ଉତ୍ସର୍ଗୀକୃତ ସମର୍ଥନ ଜୀବନରେ ସ୍ମରଣୀୟ ହୋଇ ରହିବ ବୋଲି କହିବା ସହ ମହିଳା, ବୟସ୍କ, ଗରିବ ତଥା ଅଂଚଳବାସୀଙ୍କର ସେବା କରିବା ତାଙ୍କର ମୂଳ ଲକ୍ଷ ହେବ ବୋଲି କହିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରା ଗୀତାଞ୍ଜଳି ସାହୁ, ଅନୁସୟା ବାରିକ, ତପସ୍ବିନୀ ମଲିକ, ଶିକ୍ଷକ ରବାନ୍ଦ୍ର ସାମଲ, ଧନେଶ୍ଵର ମୁର୍ମୁ, ପାତାମ୍ବର ମଲ୍ଲିକ ପ୍ରମୁଖ ଦୁଇ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷର ଫୁଲଝରି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।  

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close