ଯାଜପୁର ବ୍ଲକରେ ବନ୍ୟା ବିଭୀଷିକା, ୦୧ ମୃତ

ଯାଜପୁର, ୦୩ା୮(ଦୁଷ୍ମନ୍ତ କୁମାର ରାଉତ / ଲିପ୍‌ସା ବାଇଙ୍କ ଠାରୁ): ଗତ ୦୨ ଦିନର ଲଗାଣ ବର୍ଷା ଫଳରେ ବୈତରଣୀ ଓ ଏହାର ଶାଖା ନଦୀ ବୂଢ଼ାରେ ଆସିଛି ପ୍ରଳୟଙ୍କରୀ ବନ୍ୟା । ଗତ କାଲି ରାତ୍ରୀରେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଆଜି ଭୋର ୦୪ଟା ସମୟରୁ ବୁଡ଼ା ନଦୀ ସାଂଘାତିକ ଭାବେ ବଢ଼ିବା ଆରମ୍ଭ କରିଥିଲା । ଏପରିକି ଯିଏ ଯେଉଁଠିକୁ ଯାଇଥିଲେ ଘରକୁ ଆସିବା ସମ୍ବବ ହୋଇନଥିଲା । ଯାଜପୁର ବ୍ଲକର ସିମିଳିଆ ପଂଚଂୟତର ଓଲେଇପଡ଼ାର ଅକ୍ଷୟ ନାୟକ ନାମକ ଜନୈକ କ୍ଷୁଦ୍ର ପରିବା ବେପାରୀ ପରିବା ବିକ୍ରି କରି ବୁଢ଼ାଘାଟ-ଷଠିଆଟିକିରି ରାସ୍ତାରେ ଆସୁଥିବା ବେଳେ ବନ୍ୟା ପ୍ଳାବିତ ରାସ୍ତାର ଏକ ସ୍ଥାନରେ ରାସ୍ତା ଧୋଇଯାଇଥିବାରୁ ସେଠାରେ ସେ ପଡ଼ିଯାଇ ସ୍ରୋତରେ ଭାସି ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ହେଲେ ସେତେବେଳକୁ ସେ ମୃତ୍ୟୁବରଣ କରିସାରିଥିଲେ । ତାଙ୍କ ବିୟୋଗରେ ଯାଜପୁର ପୈାରପାଳିକାର ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡ଼ି ନେତା ଭବପ୍ରସାଦ ଦାସ ଗଭୀର ଶୋକ ପ୍ରକାଶ କରିବା ସହ ଡ଼ାକ୍ତରଖାନା ଯାଇ ତାଙ୍କ ଶେଷ ଦର୍ଶନ କରିଛନ୍ତି । ବୁଢ଼ା ନଦୀର ବନ୍ୟାରେ ଯାଜପୁର ବ୍ଲକର ୦୪ଟି ପଂଚାୟତର ୭୦ରୁ ଉର୍ଦ୍ଧ ଗାଁରେ ନାହିଁ ନ ଥିବା କ୍ଷତି ପହଂଚିଛି । ଏସବୁ ପଂଚାୟତଗୁଡ଼ିକ ହେଲା- ବେରୁଦା, ଭୂଇଁପୁର, ସିମିଳିଆ, ଖଇରାବାଦ ପ୍ରଭୃତି । ଜଗତପୁରର ବରିଷ୍ଠ ଗ୍ରାମବାସୀ ହରିଶ ଚନ୍ଦ୍ର ପହି କହନ୍ତି-ସକାଳୁ ସକାଳୁ ଉଠି ଦେଖିଲୁ ଯେ, ବନ୍ୟା ଜଳ ଆସି ଗାଁରେ ପଶି ଘରେ ପଶିବାକୁ ଲାଗିଲାଣି । ଏହା ଦେଖି କେତେକ ସ୍ଥାନରେ ଲୋକେ ନିଜର ଜିନିଷପତ୍ର ଉପର ସ୍ଥାନକୁ, ଘରର ଛାତ ଉପରକୁ ବୋହିବାରେ ଲାଗିଥିଲେ ।
         ସମ୍ଭାବ୍ୟ ବନ୍ୟା ଆଶଙ୍କା କରି ଯାଜପୁରର ବିଧାୟକ ତଥା ରାଜ୍ୟ ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଗତ ୨-୩ଦିନ ହେଲା ପ୍ରବଳ ବର୍ଷା ସତ୍ୱେ ବନ୍ୟା ଅଂଚଳରେ ମହଜୁଦ ରହି ବିଭିନ୍ନ ସ୍ଥାନ ଭ୍ରମଣ କରି ଦୁର୍ବଳ ନଦୀ ବନ୍ଧ, ତଳିଆ ଅଂଚଳ ଆଦି ଗ୍ରସ୍ତ କରି ବନ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନତାଙ୍କ ସହ ବିଚାର ବିମର୍ଷ କରି ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ପରିସ୍ଥିତି ସଂର୍ପକରେ ତାଙ୍କୁ ତୁରନ୍ତ ଅବଗତ କରିବା ପାଇଁ କହିଥିଲେ । ତାଙ୍କ ସାନ ଭାଇ ତଥା ଯାଜପୁର ପୈାରପାଳିକାର ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡ଼ି ନେତା ଭବପ୍ରସାଦ ଦାସ, ତାଙ୍କ ଦାଦା କର୍ଣ୍ଣାଟ କେଶରୀ ଦାସ ପ୍ରମୁଖ ବନ୍ୟା ଅଂଚଳ ଗ୍ରସ୍ତ କରି ବିପନ୍ନ ଲୋମାନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାଣି, ଔଷଧ ଆଦି ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରୁଥିବାର ଦେଖାଯାଉଛି ।

        ଆଜି ବୈତରଣୀ ନଦୀର ଜଳ ସ୍ତର ସାମାନ୍ୟ କମୁଥିବାର ପରିଲକ୍ଷିତ ହୋଇଥିଲେ ହେଁ ଏହାର ଶାଖା ବୁଢ଼ା ନଦୀର ଜଳ ସ୍ତର କମୁ ନାହିଁ । କାରଣ ଆଜି ବ୍ରାହ୍ମଣୀ ନଦୀର ଶାଖା ନଦୀ ଖରସ୍ରୋତା ବଢ଼ୁଛି । ଏହାର ପ୍ରଭାବରେ ବୁଢ଼ା ନଦୀର ଜଳ ପ୍ରବାହରେ ବାଧା ସୃଷ୍ଟି ହୋଇଛି । ବୁଢ଼ା ଓ ଖରସ୍ରୋତା କମଳପୁର ନିକଟରେ ପରସ୍ପର ସହ ମିଶିଛନ୍ତି । ଖରସ୍ରୋତା ନଦୀ ଜଳ ଠେଲିବା କାରଣରୁ ବୁଢ଼ା କମୁନାହିଁ । ଫଳରେ ଉପରୋକ୍ତ ୦୪ଟି ପଂଚାୟତର ହଜାର ହଜାର ଗ୍ରାମବାସୀ ଆଶଙ୍କାରେ ଅଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close