ଡିଏଭି ୟୁନିଟ-୮ ସ୍କୁଲ ଗଣିତ ସେମିନାରରେ ଭାରତ ଭୂଷଣଙ୍କ ପୁଣି କମାଲ, କ୍ରମାଗତ ୨ୟ ଥର ପାଇଁ ୧ମ ସ୍ଥାନ ହାସଲ

ଭୁବନେଶ୍ୱର, ୨୬ା୭(ଉ. ନ୍ୟୁଜ୍ ବ୍ୟରୋ): ସ୍ଥାନୀୟ ୟୁନିଟ୍‌-୮ ନଂ. ସ୍ଥିତ “ଡିଏଭି ପ୍ଲବିକ ସ୍କୁଲ”ରେ ଆଜି ବୁଧବାର ଅନୁଷ୍ଠିତ ହୋଇଥିଲା ଗଣିତ ସେମିନାର । ଏହି ବିଦ୍ୟାଳୟରେ ବିଜ୍ଞାନ ବିଭାଗର ଦ୍ୱାଦଶ ଶ୍ରେଣୀରେ ପଠନରତ ଭାରତ ଭୂଷଣ ରାଉତ କ୍ରମାଗତ ୨ୟ ଥର ପାଇଁ ୧ମ ସ୍ଥାନ ହାସଲ କରି କୃତିତ୍ୱ ଅର୍ଜ୍ଜନ କରିଛନ୍ତି । ସେ ଗତ ବର୍ଷ ଏକାଦଶ(୧୧) ଶ୍ରେଣୀରେ ପଢ଼ୁଥିବା ବେଳେ ମଧ୍ୟ ଗଣିତ ସେମିନାରରେ ୧ମ ସ୍ଥାନ ଅଳଙ୍କୃତ କରି ପୁରସ୍କୃତ ହୋଇଥିଲେ । ଆଜିର ଏହି ସେମିନାରରେ ୧୮ଜଣଙ୍କ ପ୍ରୋଜେକ୍ଟ ସ୍ଥାନ ପାଇଥିବା ବେଳେ ଭାରତ କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ୧ମ ହୋଇଥିଲେ । ସମସ୍ତଙ୍କ ପ୍ରୋଜେକ୍ଟଗୁଡିକ ପ୍ରାୟତଃ ଉଚ୍ଚକୋଟୀର ଥିଲା । ଏହି ସେମିନାରରେ ପୋଖରୀପୁଟ ଡିଏଭି, ଡିଏଭି ସ୍କୁଲ ଅଫ୍ ବିଜିନେସ ମ୍ୟାନେଜ୍‌ମେଂଟର ଗଣିତ ବିଭାଗର ପ୍ରଫେସର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ମୂଲ୍ୟାୟନ କରିଥିଲେ । ଭାରତ ହେଉଛନ୍ତି ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଓ ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟଙ୍କ ଜ୍ୟେଷ୍ଠ ପୂତ୍ର । ପୁଅର ଏହି ସଫଳତା ପାଇଁ ସେମାନେ ବିଦ୍ୟାଳୟର ଅଧ୍ୟକ୍ଷା ଇପ୍‌ସିତା ଦାସ, କୋର୍ସ ମୁଖ୍ୟ ସୁନିତା ଷଡ଼ଙ୍ଗୀ, ଗଣିତ ବିଭାଗ ଅଧ୍ୟାପକ ସରୋଜ କର ଓ କିଶୋର ପରିଡ଼ା, ଶ୍ରେଣୀ ଶିକ୍ଷକ ଦୁର୍ଯ୍ୟୋଧନ ପୃଷ୍ଟି, ୱାଡ଼େନ ନିରଞ୍ଜନ ସାହୁ, ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ଅଣ-ଶିକ୍ଷକ କର୍ମଚାରୀ ପ୍ରମୁଖଙ୍କୁ ସାଧୂବାଦ ଜଣାଇଛନ୍ତି । ଭାରତର ପିଲାବେଳୁ ବିଭିନ୍ନ ଗବେଷଣାତ୍ମକ ପାଠ୍ୟକ୍ରମରେ ରୂଚି ରହିଥିବା ବେଳେ ସାମର୍ଥ ଅଭାବରୁ ଜାତୀୟ ସ୍ତରୀୟ କେତେକ ପ୍ରତିଯୋଗିତାରେ ସେ ଭାଗ ନେଇ ପାରୁ ନାହିଁ । ଭାରତର ଏହି ସଫଳତା ପରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଯାଜପୁରରୋଡ଼ର ପୁରାତନ ଶିକ୍ଷାନୁଷ୍ଠନ ‘ସେଂଟ ଜାଭିର‌୍ୟସ’ ସ୍କୁଲର ବହୁ ଶିକ୍ଷକ/ଶିକ୍ଷୟତ୍ରୀ, ଅନ୍ୟ ଅନୁଷ୍ଠାନର ଶିକ୍ଷାବିତ୍‌, ସାମାଜିକ କର୍ମୀ ପ୍ରମୁଖ ବଧାଇ ଜଣାଇଛନ୍ତି । ଭୁବନେଶ୍ୱର ଜାଗମରା ସ୍ଥିତ ‘ଉଦ୍ୟମ କ୍ଲାସେସ’ର ଚେୟାରମ୍ୟାନ ପ୍ରଭାତ ବେହେରା ମଧ୍ୟ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close